Photograph: (KANAKNEWS)
କନକ ବ୍ୟୁରୋ : ପଲ୍ୟୁସନ ସାର୍ଟିଫିକେଟ ନା’ରେ ବଡ଼ ଧରଣର ଜାଲିଆତି । ଓଡିଶାରୁ ରାଜ୍ୟ ବାହାର ପର୍ଯ୍ୟନ୍ତ ଲମ୍ବିଛି ଚେର । ଆଦାୟ ହେଉଛି ମୋଟା ଅଙ୍କର କମିଶନ । ପରିବହନ ବିଭାଗର ତନାଘନା । ବୈଧ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ପଞ୍ଜୀକୃତ ପ୍ରଦୂଷଣ କେନ୍ଦ୍ର ଗାଡ଼ି ଆଗରେ ଲାଇନ ଲଗାଇଛନ୍ତି ଲୋକେ । ହେଲେ ଏହାର ଫାଇଦା ନେଇ ପ୍ରଦୂଷଣ ସାର୍ଟିଫିକେଟ କରାଇଦେବା ନାଁରେ କଳା ବଜାର ଆରମ୍ଭ ହୋଇଯାଇଛି । ହରିୟାଣା ସରକାର ପଞ୍ଜୀକୃତ ସଂସ୍ଥା, କିମ୍ବା ଉତ୍ତର ପ୍ରଦେଶ ସରକାରଙ୍କ ପଞ୍ଜୀକୃତ ସଂସ୍ଥା ନା’ରେ କଟକରେ ଦିଆଯାଇଛି ଜାଲ ପ୍ରଦୂଷଣ ସାର୍ଟିଫିକେଟ । ଏହି ସାର୍ଟିଫିକେଟ ଲାଗି ୭୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି,ଗାଡ଼ି କୁ ଯାଞ୍ଚ କରିବାକୁ ପଡୁଛି ।
ସରକାରଙ୍କ ସହ ମିଲର୍ସ ଆସୋସିଏସନ୍ ବୈଠକ ବିଫଳ : ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ
ହେଲେ କୌଣସି ଗାଡ଼ି ଯାଞ୍ଚ ନ ହୋଇ କେବଳ ଫୋଟୋ ଉଠାଇ ନେଇ କମିଶନ ନେଇ, ୧୦୦ ଟଙ୍କା , ୮୫ ଟଙ୍କା, ନେଇ ଜାଲ ପ୍ରଦୂଷଣ ସାର୍ଟିଫିକେଟ ମିଳୁଥିବା ଘଟଣା ସାମ୍ନାକୁ ଆସିଛି । ସରକାର ଅର୍ଥ ବାଟ ମାରଣା ହେବା ସହ ଏହା ପଛରେ ଏକ ବାଟ ଜାଲ ରାକେଟ କାମ କରୁଥିବା ଜଣାପଡିଛି । ବିଭିନ୍ନ ରାଜ୍ୟ ର ପଞ୍ଜିକୃତ ସଂସ୍ଥା କହି ଦିଆଯାଉଥିବା ପ୍ରଦୂଷଣ ସାର୍ଟିଫିକେଟ ଘଟଣାର ଯାଞ୍ଚ କରାଯିବ ବୋଲି ପରିବହନ କମିସନର ଅମିତାଭ ଠାକୁର କହିଛନ୍ତି । ଏପର୍ଯ୍ୟନ୍ତ ୫୨ ଟି ପ୍ରଦୂଷଣ ସାର୍ଟିଫିକେଟ ସଂସ୍ଥା ବେଆଇନ କାର୍ଯ୍ୟକଳାପ ଲାଗି ଲାଇସେନ୍ସ ରଦ୍ଧ କରାଯିବ ବୋଲି ପରିବହନ ବିଭାଗ ତରଫରୁ ନୋଟିସ ଜାରି ହୋଇଛି । କାରଣ ଦର୍ଶାଅ ନୋଟିସ ସହ ଉତ୍ତର ମଗାଯାଇଛି। ବଡ଼ ଧରଣର ଆକ୍ସନ ହେବ ବୋଲି କମିସନର କହିଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ଜାଲର ମଧ୍ୟ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି ।
Follow Us