କନକ ବ୍ୟୁରୋ : ପଲ୍ୟୁସନ ସାର୍ଟିଫିକେଟ ନା’ରେ ବଡ଼ ଧରଣର ଜାଲିଆତି ।  ଓଡିଶାରୁ ରାଜ୍ୟ ବାହାର ପର୍ଯ୍ୟନ୍ତ ଲମ୍ବିଛି ଚେର ।  ଆଦାୟ ହେଉଛି ମୋଟା  ଅଙ୍କର କମିଶନ । ପରିବହନ ବିଭାଗର ତନାଘନା । ବୈଧ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ପଞ୍ଜୀକୃତ ପ୍ରଦୂଷଣ କେନ୍ଦ୍ର ଗାଡ଼ି ଆଗରେ ଲାଇନ ଲଗାଇଛନ୍ତି ଲୋକେ ।  ହେଲେ ଏହାର ଫାଇଦା ନେଇ ପ୍ରଦୂଷଣ ସାର୍ଟିଫିକେଟ କରାଇଦେବା ନାଁରେ କଳା ବଜାର ଆରମ୍ଭ ହୋଇଯାଇଛି ।  ହରିୟାଣା ସରକାର ପଞ୍ଜୀକୃତ ସଂସ୍ଥା, କିମ୍ବା ଉତ୍ତର ପ୍ରଦେଶ ସରକାରଙ୍କ ପଞ୍ଜୀକୃତ ସଂସ୍ଥା ନା’ରେ କଟକରେ ଦିଆଯାଇଛି ଜାଲ ପ୍ରଦୂଷଣ ସାର୍ଟିଫିକେଟ ।  ଏହି ସାର୍ଟିଫିକେଟ ଲାଗି ୭୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି,ଗାଡ଼ି କୁ ଯାଞ୍ଚ କରିବାକୁ ପଡୁଛି ।  

Advertisment

ସରକାରଙ୍କ ସହ ମିଲର୍ସ ଆସୋସିଏସନ୍ ବୈଠକ ବିଫଳ : ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ

ହେଲେ କୌଣସି ଗାଡ଼ି ଯାଞ୍ଚ ନ ହୋଇ କେବଳ ଫୋଟୋ ଉଠାଇ ନେଇ କମିଶନ ନେଇ,  ୧୦୦  ଟଙ୍କା ,  ୮୫ ଟଙ୍କା, ନେଇ ଜାଲ ପ୍ରଦୂଷଣ ସାର୍ଟିଫିକେଟ ମିଳୁଥିବା ଘଟଣା ସାମ୍ନାକୁ ଆସିଛି ।  ସରକାର ଅର୍ଥ  ବାଟ ମାରଣା ହେବା ସହ  ଏହା ପଛରେ ଏକ ବାଟ ଜାଲ  ରାକେଟ  କାମ କରୁଥିବା ଜଣାପଡିଛି ।  ବିଭିନ୍ନ  ରାଜ୍ୟ ର  ପଞ୍ଜିକୃତ ସଂସ୍ଥା କହି ଦିଆଯାଉଥିବା ପ୍ରଦୂଷଣ ସାର୍ଟିଫିକେଟ ଘଟଣାର ଯାଞ୍ଚ କରାଯିବ ବୋଲି ପରିବହନ କମିସନର  ଅମିତାଭ ଠାକୁର କହିଛନ୍ତି । ଏପର୍ଯ୍ୟନ୍ତ ୫୨ ଟି ପ୍ରଦୂଷଣ ସାର୍ଟିଫିକେଟ ସଂସ୍ଥା ବେଆଇନ କାର୍ଯ୍ୟକଳାପ ଲାଗି ଲାଇସେନ୍ସ ରଦ୍ଧ କରାଯିବ ବୋଲି  ପରିବହନ ବିଭାଗ ତରଫରୁ ନୋଟିସ  ଜାରି ହୋଇଛି । କାରଣ ଦର୍ଶାଅ ନୋଟିସ ସହ ଉତ୍ତର ମଗାଯାଇଛି।  ବଡ଼ ଧରଣର ଆକ୍ସନ ହେବ ବୋଲି କମିସନର କହିଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ଜାଲର ମଧ୍ୟ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି ।