Protest against Hasina's death sentence Photograph: (Kanak News)
କନକ ବ୍ୟୁରୋ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ କୋର୍ଟଙ୍କ ମୃତ୍ୟୁ ଦଣ୍ଡାଦେଶ ପରେ ସାରା ଦେଶରେ ବ୍ୟାପକ ହିଂସା ଦେଖାଦେଇଛି । ୟୁନୁସ୍ ସରକାର ବିରୋଧରେ ହସିନାଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି । ଆଜି ବାଂଲାଦେଶ ବନ୍ଦ ଡାକରା ଦେଇଛି ହସିନାଙ୍କ ଆୱମୀ ଲିଗ୍ ପାର୍ଟି । ମାନବତା ବିରୋଧୀ ଅପରାଧରେ ଗତକାଲି ଶେଖ୍ ହସିନାଙ୍କୁ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ଏହାପରେ ହସିନାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଦଣ୍ଡାଦେଶର ବିରୋଧ କରିଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ ଲାଠି ଚାଳନା ଓ କିଛି ସ୍ଥାନରେ ଗୁଳି ଚାଳନା କରିଥିବା ସୂଚନା ମିଳିଛି । ଅଣାୟତ୍ତ ହୋଇପଡ଼ିଛି ବାଂଲାଦେଶ ରାଜଧାନୀ ଢାକାର ସ୍ଥିତି । ପୁଲିସର ଦମନ ଲୀଳା ଦେଖି ହସିନାଙ୍କ ସମର୍ଥକମାନେ ରାସ୍ତାପାଖ ଦୋକାନରେ ଲୁଚିଯିବାକୁ ଚେଷ୍ଟା କରିଥିଲେ । ପୁଲିସ ସେମାନଙ୍କୁ ଖୋଜିଖୋଜି ବାହାର କରିଛି । ଢାକାରେ ବିଶୃଙ୍ଖଳାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବା ପାଇଁ ୟୁନୁସ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଏହାସତ୍ତ୍ବେ ଆୱାମୀ ଲିଗ୍ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି । ଆୱାମୀ ଲିଗ୍ ପାର୍ଟି ଆଜି ବାଂଲାଦେଶ ବନ୍ଦ ଡାକରା ଦେଇଛି । ୟୁନୁସ୍ ଇସ୍ତଫା ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ହସିନାଙ୍କ ସମର୍ଥକ କହିଛନ୍ତି । ନିଜେ ଶେଖ୍ ହସିନା ଟ୍ରିବ୍ୟୁନାଲଙ୍କ ରାୟକୁ ପକ୍ଷପାତପୂର୍ଣ୍ଣ ବୋଲି କହିଛନ୍ତି । ବନ୍ଦ ସମୟରେ ସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ୍ ବ୍ୟାପକ ବ୍ୟବସ୍ଥା କରିଛି ।
ଅଧିକ ପଢ଼ନ୍ତୁ--ଶାହ ଦେଇଥିଲେ ‘ନଭେମ୍ବର ୩୦’ ଟାର୍ଗେଟ୍; ୧୨ ଦିନ ଆଗରୁ ହିଡମାର ଖେଳ ଶେଷ
ବାଂଲାଦେଶରେ ବଡ଼ ବିକ୍ଷୋଭ-
ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶର ବିରୋଧ
ଆଜି ବାଂଲାଦେଶ ବନ୍ଦ ଡାକରା
ବନ୍ଦ ଡାକରା ଦେଇଛି ହସିନାଙ୍କ ଆୱାମୀ ଲିଗ୍ ପାର୍ଟି
କାଲି ରାୟ ଆସିବା ପରଠାରୁ ସ୍ଥିତି ଅଣାୟତ୍ତ
ରାସ୍ତାରେ ହସିନାଙ୍କ ସମର୍ଥକଙ୍କ ପ୍ରତିବାଦ
ପୁଲିସର ଲାଠି ଚାଳନା, କିଛି ସ୍ଥାନରେ ଗୁଳି ଚାଳନା
ଢାକାରେ ଦେଖିବା ମାତ୍ରେ ଗୁଳି ଚାଳନା ନିର୍ଦ୍ଦେଶ
ୟୁନୁସ୍ଙ୍କ ଇସ୍ତଫା ଦାବି କଲେ ହସିନାଙ୍କ ସମର୍ଥକ
ବନ୍ଦ ଡାକରା ଯୋଗୁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
Follow Us