କନକ ବ୍ୟୁରୋ : ଭାଷା ଓ ସଂସ୍କୃତିର ସହରରେ ଦିନେ ମାତୃଭାଷା ପାଇଁ ଜୋରଦାର ଲଢେଇ ହୋଇଥିଲା । ମାତ୍ର ଏବେ କୁଆଡ଼େ ଗଲା ସେ ପ୍ରୀତି । ସହରର ବ୍ୟବସାୟୀଙ୍କୁ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାକୁ ଦେବାକୁ ପଡୁଛି ନୋଟିସ୍ ଓ ପରେ ଜୋରିମାନାର ଭୟ ସୃଷ୍ଟି କରିବାକୁ ପଡୁଛି । ଏହା ସତ୍ତ୍ୱେ ବି ଚେତୁନାହାନ୍ତି ବ୍ୟବସାୟୀ ।
ଅଧିକ ପଢ଼ନ୍ତୁ : ପୁରୀର ସବୁ ହୋଟେଲ, ସବୁ ଦୋକାନରେ ଲାଗିଛି ବଙ୍ଗଳା ଭାଷାର ସାଇନ୍ବୋର୍ଡ : ଓଡ଼ିଆ ଭାଷା ଗାୟବ । କୁଆଡ଼େ ଗଲା ଓଡ଼ିଆ ଅସ୍ମିତା?
ସବୁଠି ମାଳମାଳ ଇଂରାଜୀ ଫଳକ । ଯୁଆଡ଼େ ଆଖି ବୁଲାଇ ଆଣିବେ କୌଣସି ଗୋଟିଏ ସ୍ଥାନରେ ବି ପାଇବେନି ଓଡ଼ିଆ ସାଇନ୍ ବୋର୍ଡ । ରେଶମ ସହର ବ୍ରହ୍ମପୁରରେ ଆଜି ବି ଏଠି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ ଇଂରାଜୀରେ ଫଳକ । ଯାହା ବ୍ରହ୍ମପୁର ବ୍ୟବସାୟୀଙ୍କ ଓଡ଼ିଆ ପ୍ରୀତି ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ସାଇନ ବୋର୍ଡର ଶତକଡ଼ା ୬୦ ଭାଗ ଓଡ଼ିଆରେ ଲେଖିବାକୁ ବ୍ରହ୍ମପୁର ମହାନଗର ନିଗମ ଗତ ସେପ୍ଟେମ୍ବର ପହିଲାରେ ବିଜ୍ଞପ୍ତି ଜାରି କରିଥିଲା । ଏହା ସତ୍ତ୍ୱେ ମଧ୍ୟ ଚେତୁନାହାନ୍ତି ବ୍ୟବସାୟୀ ।
ଅଧିକ ପଢ଼ନ୍ତୁ : 'ବାପାଙ୍କ ନିଷ୍ପତି ଠିକ୍, ମାଟିକୁ ଗୁରୁତ୍ଵ ଦେଇ ଓଡ଼ିଆ ଅସ୍ମିତାକୁ ବାଛିଥିଲେ'
ସେପ୍ଟେମ୍ୱର ୧୮ରୁ ୫୫ ଦିନ ସମୟ ସୀମା ମଧ୍ୟରେ ନିୟମ ପାଳନ କରିବାକୁ ସହରର ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକୁ ନୋଟିସ ଦିଆଯାଇଥିଲା । ନିର୍ଦ୍ଧାରିତ ସମୟରେ ନିୟମ ମାନିଥିବା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ଟ୍ରେଡ୍ ଲାଇସେନ୍ସ ନବୀକରଣ ବେଳେ ୫ ପ୍ରତିଶତ ରିହାତି ନଚେତ୍ ଦୈନିକ ୫୦୦ ଟଙ୍କାର ଜରିମାନା ନିର୍ଦ୍ଦେଶ ରହିଛି । ଏବେ ଯାଏଁ ୩୪୦ ବ୍ୟବସାୟୀଙ୍କୁ ବ୍ୟକ୍ତିଗତ ନୋଟିସ ହୋଇଥିବା ବେଳେ ୧୪ ଜଣ ଗଣିଛନ୍ତି ତଣ୍ଡ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/11/odia-signboards-2025-12-11-19-26-14.png)