ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ୨ ଗ୍ରାମବାସୀ ଗୁରୁତର

Advertisment

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଟୋପାଡିହି ଠାରୁ ମାତ୍ର ୧୦ କିଲୋମିଟର ଦୂରେ ଝାଡ଼ଖଣ୍ଡ ପଶ୍ଚିମସିଂହଭୂମ ଜିଲ୍ଲା ଅନ୍ତର୍ଗତ ତିରିଲପୋସି ଗାଁ ନିକଟ ସାରଣ୍ଡା ଜଙ୍ଗଲରେ ଏହି ବିସ୍ପୋରଣ ହୋଇଛି ।

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଟୋପାଡିହି ଠାରୁ ମାତ୍ର ୧୦ କିଲୋମିଟର ଦୂରେ ଝାଡ଼ଖଣ୍ଡ ପଶ୍ଚିମସିଂହଭୂମ ଜିଲ୍ଲା ଅନ୍ତର୍ଗତ ତିରିଲପୋସି ଗାଁ ନିକଟ ସାରଣ୍ଡା ଜଙ୍ଗଲରେ ଏହି ବିସ୍ପୋରଣ ହୋଇଛି ।

Bomb Blast

କନକ ବ୍ୟୁରୋ :ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ୨ ଗ୍ରାମବାସୀ ଗୁରୁତର । ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଟୋପାଡିହି ଠାରୁ ମାତ୍ର ୧୦ କିଲୋମିଟର ଦୂରେ ଝାଡ଼ଖଣ୍ଡ ପଶ୍ଚିମସିଂହଭୂମ ଜିଲ୍ଲା ଅନ୍ତର୍ଗତ ତିରିଲପୋସି ଗାଁ ନିକଟ ସାରଣ୍ଡା ଜଙ୍ଗଲରେ ଏହି ବିସ୍ପୋରଣ ହୋଇଛି ।  ନକ୍ସଲଙ୍କ ଦ୍ଵାରା ସୁରକ୍ଷାବଳକୁ ଲକ୍ଷ୍ୟ ଏହି ଲ୍ୟାଣ୍ଡମାଇନ ପୋତାଯାଇଥିଲା ।

 ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟି ମଙ୍ଗଳବାର ସନ୍ଧ୍ୟାରେ ୨ ଗ୍ରାମବାସୀ ଗୁରୁତର ହୋଇଛନ୍ତି । ପଶ୍ଚିମସିଂହଭୂମ ଜିଲ୍ଲା ପୁଲିସ୍ ଅଧୀକ୍ଷକ ଅମିତ ରେଣୁ କହିଛନ୍ତି, ‘ସୁରକ୍ଷାବଳଙ୍କୁ ଟାର୍ଗେଟ କରି ପୋତାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ସ୍ଥାନୀୟ ବାସିନ୍ଦା ଜୟସିଂ ଚେରୁଆ ଓ ସାଲାଇ ଚେରୁଆ  ଗୁରୁତର ହୋଇଛନ୍ତି ।

କନକ ବ୍ୟୁରୋ : ନାଟରା ଗାଁରେ ଗ୍ୟାସ ଟାଙ୍କି ବିସ୍ଫୋରଣ । ଜଳିପୋଡ଼ି ପାଉଁଶ ହେଇଗଲା ଘର ।

ସୁରକ୍ଷାବଳ ତୁରନ୍ତ ସାରଣ୍ଡା ଜଙ୍ଗଲରୁ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇବା ପାଇଁ ଚେଷ୍ଟା କରୁଛନ୍ତି । ମାତ୍ର ଅନ୍ଧାର ଓ ସୁରକ୍ଷା ଦୃଷ୍ଟିକୋଣରୁ ଉଦ୍ଧାର କାର୍ଯ୍ୟ ସମସ୍ୟା କରିବାକୁ ପଡୁଛି । ତେବେ, ଉଦ୍ଧାର କାର୍ଯ୍ୟରେ ବିଳମ୍ବ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe