କନକ ବ୍ୟୁରୋ : ଯାଜପୁର ଛତିଆ ଦେଇ ଯାଇଥିବା ଜାତୀୟ ରାଜପଥ ନିକଟ ବାଇପାସ ବସଷ୍ଟାଣ୍ଡ ନିକଟରେ ଘଟିଛି ବିସ୍ଫୋରଣ । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଯେଉଁ ଦୁଇଜଣଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ଖଣ୍ଡବିଖଣ୍ଡିତ ଶରୀର ଏଣେତେଣେ ପଡ଼ିଥିଲା । ଏପରିକି ଏକ ଭୟଙ୍କର ବିସ୍ଫୋରଣ ଦେଖି ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ବିସ୍ଫୋରଣର କାରଣ ଜଣାପଡିନାହିଁ । ମୃତକ ଦୁଇଜଣଙ୍କ ପରିଚୟ ମିଳିଛି । ଏମାନେ ହେଲେ ରାମ ପିଙ୍ଗୁଆ ଓ ମଣ୍ଟୁ ପାତ୍ର । ଖଇରା ମୁଣ୍ଡା ସାହିର ନେପାଳୀ ମୂର୍ତ୍ତି  ବିସ୍ଫୋରଣ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଯାଜପୁର ଏସପି ୟଶପ୍ରତାପ ଶ୍ରିମଲ୍ ପଂହଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏସପି କହିଛନ୍ତି, ବିସ୍ଫୋରଣ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣ ଘଟିଥିବା ଜିନିଷ କଣ ତାହା ଏଯାଏଁ ଜଣାପଡିନି । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରୁ ଯାହା ପାଇଛି ତାକୁ ଲ୍ୟାବକୁ ତଦନ୍ତ ପାଇଁ ପଠାଯିବ । ମୃତକଙ୍କ ପାଖରେ ବିସ୍ଫୋରଣ ଜିନିଷ କେମିତି ଆସିଲା ତାହାର ତଦନ୍ତ ହେବ ।