କନକ ବ୍ୟୁରୋ :ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ୨ ଗ୍ରାମବାସୀ ଗୁରୁତର । ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଟୋପାଡିହି ଠାରୁ ମାତ୍ର ୧୦ କିଲୋମିଟର ଦୂରେ ଝାଡ଼ଖଣ୍ଡ ପଶ୍ଚିମସିଂହଭୂମ ଜିଲ୍ଲା ଅନ୍ତର୍ଗତ ତିରିଲପୋସି ଗାଁ ନିକଟ ସାରଣ୍ଡା ଜଙ୍ଗଲରେ ଏହି ବିସ୍ପୋରଣ ହୋଇଛି । ନକ୍ସଲଙ୍କ ଦ୍ଵାରା ସୁରକ୍ଷାବଳକୁ ଲକ୍ଷ୍ୟ ଏହି ଲ୍ୟାଣ୍ଡମାଇନ ପୋତାଯାଇଥିଲା ।
ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟି ମଙ୍ଗଳବାର ସନ୍ଧ୍ୟାରେ ୨ ଗ୍ରାମବାସୀ ଗୁରୁତର ହୋଇଛନ୍ତି । ପଶ୍ଚିମସିଂହଭୂମ ଜିଲ୍ଲା ପୁଲିସ୍ ଅଧୀକ୍ଷକ ଅମିତ ରେଣୁ କହିଛନ୍ତି, ‘ସୁରକ୍ଷାବଳଙ୍କୁ ଟାର୍ଗେଟ କରି ପୋତାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ସ୍ଥାନୀୟ ବାସିନ୍ଦା ଜୟସିଂ ଚେରୁଆ ଓ ସାଲାଇ ଚେରୁଆ ଗୁରୁତର ହୋଇଛନ୍ତି ।
କନକ ବ୍ୟୁରୋ : ନାଟରା ଗାଁରେ ଗ୍ୟାସ ଟାଙ୍କି ବିସ୍ଫୋରଣ । ଜଳିପୋଡ଼ି ପାଉଁଶ ହେଇଗଲା ଘର ।
ସୁରକ୍ଷାବଳ ତୁରନ୍ତ ସାରଣ୍ଡା ଜଙ୍ଗଲରୁ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇବା ପାଇଁ ଚେଷ୍ଟା କରୁଛନ୍ତି । ମାତ୍ର ଅନ୍ଧାର ଓ ସୁରକ୍ଷା ଦୃଷ୍ଟିକୋଣରୁ ଉଦ୍ଧାର କାର୍ଯ୍ୟ ସମସ୍ୟା କରିବାକୁ ପଡୁଛି । ତେବେ, ଉଦ୍ଧାର କାର୍ଯ୍ୟରେ ବିଳମ୍ବ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/11/bomb-blast-2026-02-11-09-14-33.jpg)