ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ସରୁନି ଜମି ବନ୍ଦୋବସ୍ତ, ଜମି କିଣାବିକା କରିପାରୁନାହାଁନ୍ତି ୫ ଖଣ୍ଡ ଗାଁର ଲୋକ

Advertisment

ବନ୍ଦୋବସ୍ତ କାମ ତୁରନ୍ତ ସାରିବାକୁ ଠିକା ସଂସ୍ଥାକୁ ଦାୟିତ୍ବ ଦେଲେ ସରକାର। ହେଲେ ଭୁଲ ମ୍ୟାପ୍‌ ପ୍ରସ୍ତୁତ ଯୋଗୁଁ କାମ ପୁଣି ଅଟକିଗଲା । ମାସ ମାସ ଧରି ଏପରି ଅଚଳାବସ୍ଥା ଯୋଗୁଁ ବଢ଼ୁଛି ଜନ ଅସନ୍ତୋଷ । ବଡ଼କଥା ହେଲା, ଜମି କିମ୍ବା ଘର କିଣିଥିବା ଲୋକ ବି ଏତାଲିକାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ।

ବନ୍ଦୋବସ୍ତ କାମ ତୁରନ୍ତ ସାରିବାକୁ ଠିକା ସଂସ୍ଥାକୁ ଦାୟିତ୍ବ ଦେଲେ ସରକାର। ହେଲେ ଭୁଲ ମ୍ୟାପ୍‌ ପ୍ରସ୍ତୁତ ଯୋଗୁଁ କାମ ପୁଣି ଅଟକିଗଲା । ମାସ ମାସ ଧରି ଏପରି ଅଚଳାବସ୍ଥା ଯୋଗୁଁ ବଢ଼ୁଛି ଜନ ଅସନ୍ତୋଷ । ବଡ଼କଥା ହେଲା, ଜମି କିମ୍ବା ଘର କିଣିଥିବା ଲୋକ ବି ଏତାଲିକାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ।

ganjam

କନକ ବ୍ୟୁରୋ : ପାଞ୍ଚ ଖଣ୍ଡ ଗାଁକୁ ବେବନ୍ଦୋବସ୍ତ କଣ୍ଟା । କିଣାବିକା ହୋଇପାରୁନି ଜମି । ଫଳରେ ନାହିଁ ନଥିବ ସମସ୍ୟା ଭୋଗୁଛନ୍ତି ଲୋକ । 

ସାନଖେମୁଣ୍ଡି ବ୍ଲକର ପାଟ୍ଟପୁର, କଙ୍କୋରଡ଼ା, ମାଟିଆବୋରେଇ, ତିତିଖାନି ଓ ଆମ୍ବଗାଁ ଲୋକଙ୍କ ସମସ୍ୟା ବଢ଼ିଯାଇଛି । ସ୍ବାଧୀନତା ପ‌ରେ ଏହି ୫ଖଣ୍ଡ ଗାଁରେ ବେବନ୍ଦୋବସ୍ତ ହୋଇନଥିଲା । ଗତ ଦୁଇ ବର୍ଷ ତଳୁ କାମ ଆରମ୍ଭ ହୋଇଛି, କେବେ ସରିବ ତାହା କାହାକୁ ଜଣାନାହିଁ । ଆଉ ଏହି ପ୍ରକ୍ରିୟା ଭିତରେ ଫଶିଯାଇଛନ୍ତି ଗାଁର ଲୋକମାନେ । ନା ଜମି କିଣି ହେଉଛି ନା ବିକି ହେଉଛି । ଦରକାର ବେଳେ ମୂଲ୍ୟବାନ ଜମି ଥାଇ ବି କାମରେ ଲାଗୁନି । କେବଳ ଲୋକ ନୁହେଁ, ରାଜସ୍ୱ ମଧ୍ୟ କମୁଛି । ଜମି ପଞ୍ଜୀକରଣ ହେଉନଥିବାରୁ ତହସିଲର ରାଜସ୍ବ ବି କମିଯାଇଛି! ଲୋକେ ବିଭିନ୍ନ ଯୋଜନାରୁ ଲାଭ ଉଠାଇ ପାରୁନଥିବା ବେଳେ ସରକାର ଏଥିପ୍ରତି ଯେମିତି ଆଖି ବୁଜି ଦେଇଛନ୍ତି । ପ୍ରାଶାସନିକ ଉଦାସୀନତା ଯୋଗୁଁ ବନ୍ଦୋବସ୍ତ କାମ ଆଗେଇ ପାରୁନଥିବା ଅଭିଯୋଗ କରିଛନ୍ତି ଲୋକ ।

ଅଧିକ ପଢ଼ନ୍ତୁ :  ଗଞ୍ଜାମ ସାନଖେମୁଣ୍ଡିରେ ଜମି ବିବାଦରୁ ମହାଭାରତ,  ୧୫ ଗିରଫ ସହ ୧୬୩ ଜାରି

ବନ୍ଦୋବସ୍ତ କାମ ତୁରନ୍ତ ସାରିବାକୁ ଠିକା ସଂସ୍ଥାକୁ ଦାୟିତ୍ବ ଦେଲେ ସରକାର। ହେଲେ ଭୁଲ ମ୍ୟାପ୍‌ ପ୍ରସ୍ତୁତ ଯୋଗୁଁ କାମ ପୁଣି ଅଟକିଗଲା । ମାସ ମାସ ଧରି ଏପରି ଅଚଳାବସ୍ଥା ଯୋଗୁଁ ବଢ଼ୁଛି ଜନ ଅସନ୍ତୋଷ । ବଡ଼କଥା ହେଲା, ଜମି କିମ୍ବା ଘର କିଣିଥିବା ଲୋକ ବି ଏତାଲିକାରେ ପଡ଼ି ହନ୍ତସନ୍ତ ହେଉଛନ୍ତି । ନୂଆ କରି ଜମି କିଣିଥିବା ମାଲିକମାନଙ୍କ ନାଁରେ ପଂଜୀକରଣ କରିପାରୁନାହାନ୍ତି । ସେପଟେ ଆମ ହାତରେ କିଛି ନାହିଁ କହି ସ୍ଥାନୀୟ ତହସିଲଦାର ହାତ ଝାଡ଼ିଦେଇଛନ୍ତି ।  

ଅଧିକ ପଢ଼ନ୍ତୁ :  ଗଞ୍ଜାମ ସାନଖେମୁଣ୍ଡିରେ ବଣ୍ଟାଯାଉଛି ନିମ୍ନ ମାନର ପିଡିଏସ୍ : ଚାଉଳରୁ ବାହାରିଲା ଧାନ, ଗୋଡ଼ି, ଗହମ..

ଗଞ୍ଜାମ ଜିଲ୍ଲାର ଚାଷ ଓ ଚାଷୀବହୁଳ ସାନଖେମୁଣ୍ଡି ଅଞ୍ଚଳରେ ଏପରି ସମସ୍ୟାରେ ଜର୍ଜରିତ ଲୋକେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe