କନକ ବ୍ୟୁରୋ: ଗଞ୍ଜାମ ସାନଖେମୁଣ୍ଡିରେ ଦୁଇ ଗାଁ ମଧ୍ୟରେ ମାରପିଟ ଘଟଣା । ୧୫ ଜଣଙ୍କୁ ଉଠାଇନେଲା ପୁଲିସ । ଉଭୟ ଗାଁ ବାସିନ୍ଦା ଓ ସାନଖେମୁଣ୍ଡି ତହସିଲଦାରଙ୍କ ଏତଲା ଆଧାରରେ ତିନିଟି ମାମଲା ରୁଜୁ କରିଛି ପୁଲିସ। ବିବାଦୀୟ ସ୍ଥଳରେ ବିଏନଏସ୍ ୧୬୩ ଲାଗୁ ହୋଇଛି l ଘଟଣା ସ୍ଥଳରେ ଦୂଇ ପ୍ଲାଟୁନ ପୋଲିସ ଫୋର୍ସ ମୁତ୍ତୟନ କରାଯାଇଛି । ଗତକାଲି ଜମି ବିବାଦକୁ ନେଇ ପରସ୍ପର ମଧ୍ୟରେ ଇଟା ପଥର ମାଡ ହୋଇଥିଲା ।
ଗଣ୍ଡଗୋଳରେ ଏକାଧିକ ଲୋକେ ଆହତ ହୋଇଛନ୍ତି । ସାନଖେମୁଣ୍ଡି ତହସିଲର ସିଙ୍ଗିପୁର ଓ ରତ୍ନମଣିପୁର ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତାର ରତ୍ନମଣିପୁରର ହନୁମାନ ବାଟିକା ଜାଗା ପାଇଁ ଦୁଇ ଗାଁ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।