ପରିବାରରୁ ତେଜ୍ୟପୁତ୍ର ହେବାପରେ ପ୍ରଥମ ଥର ମୁହଁ ଖୋଲିଲେ ତେଜ ପ୍ରତାପ, କହିଲେ ଭଗବାନଙ୍କଠାରୁ ଅଧିକ ବାପା ଓ ମାଆ

Advertisment

ପାର୍ଟିରୁ ୬ ବର୍ଷ ପାଇଁ ନିଲମ୍ୱନ ଓ ପରିବାରଠାରୁ ତେଜ୍ୟପୁତ୍ର ହେବାପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ତେଜପ୍ରତାପ ଯାଦବ । ଏକ ସୋସିଆଲ ମିଡିଆ ପୋଷ୍ଟ କରି ବାପା ମାଆଙ୍କୁ ଭଗବାନଙ୍କଠାରୁ ଅଧିକ ବୋଲି କହିଛନ୍ତି । 

ପାର୍ଟିରୁ ୬ ବର୍ଷ ପାଇଁ ନିଲମ୍ୱନ ଓ ପରିବାରଠାରୁ ତେଜ୍ୟପୁତ୍ର ହେବାପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ତେଜପ୍ରତାପ ଯାଦବ । ଏକ ସୋସିଆଲ ମିଡିଆ ପୋଷ୍ଟ କରି ବାପା ମାଆଙ୍କୁ ଭଗବାନଙ୍କଠାରୁ ଅଧିକ ବୋଲି କହିଛନ୍ତି । 

Tej Pratap Yadav-

କନକ ବ୍ୟୁରୋ: ଅନୁଷ୍କା ଯାଦବଙ୍କ ସହ ପ୍ରେମ ସମ୍ପର୍କରେ ରହିଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଚର୍ଚ୍ଚାରେ ରହିଛନ୍ତି ତେଜ ପ୍ରତାପ ଯାଦବ । ଏହାକୁ ନେଇ ୬ ବର୍ଷ ପାଇଁ ଦଳରୁ ନିଲମ୍ୱିତ ହୋଇଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ । ଖାଲି ସେତିକି ନୁହେଁ, ତାଙ୍କୁ ପରିବାରରୁ ତେଜ୍ୟପୁତ୍ର ମଧ୍ୟ କରିଛନ୍ତି ଲାଲୁ ପ୍ରସାଦ ଯାଦବ । ଏହି ସମସ୍ତ ଘଟଣା ବିହାର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିବା ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ତେଜ ପ୍ରତାପ ଯାଦବ । ଏହାକୁ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି । 

ତେଜ ପ୍ରତାପ ଯାଦବ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି କହିଛନ୍ତି, "ପ୍ରିୟ ବାପାମାଆ, ଆପଣ ଦୁଇଜଣ ମୋର ପୂରା ଦୁନିଆ । ଆପଣ ଓ ଆପଣଙ୍କ ନିର୍ଦ୍ଦେଶ ଭଗବାନଙ୍କଠାରୁ ଅଧିକ । ଆପଣମାନେ ଅଛନ୍ତି ମାନେ ମୋ ପାଖରେ ସବୁକିଛି ଅଛି । ମୋତେ କେବଳ ଆପଣଙ୍କ ବିଶ୍ବାସ ଓ ଭଲ ପାଇବା ଦରକାର । ବାପା ଆପଣ ନଥିଲେ ନା ଏ ଦଳ ରହିଥାଆନ୍ତା ନା ମୋ ସହ ରାଜନୀତି କରୁଥିବ କିଛି ଜୟଚନ୍ଦଙ୍କ ଭଳି ଲୋଭୀ ଲୋକ । ଆପଣ ଦୁଇଜଣ ସବୁବେଳେ ସୁସ୍ଥ ରୁହନ୍ତୁ ଓ ଖୁସିରେ ରୁହନ୍ତୁ ।"

ଏହା ବି ପଢ଼ନ୍ତୁ ପୁଅକୁ ତେଜ୍ୟପୁତ୍ର କଲେ ଲାଲୁ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ତେଜ ପ୍ରତାପ ଯାଦବ

ଅନୁଷ୍କା ଯାଦବ ନାମକ ଯୁବତୀଙ୍କ ସହ ସେ ୧୨ ବର୍ଷ ହେଲା ପ୍ରେମ ସମ୍ପର୍କରେ ରହିଥିବା ନେଇ ଫେସ୍‌ବୁକ୍‌ରେ ପୋଷ୍ଟ୍ କରିଥିଲେ ତେଜ ପ୍ରତାପ ଯାଦବ । ଏହାପରେ ସେ ପୋଷ୍ଟ୍ ଡିଲିଟ୍ କରିଥିଲେ ସୁଦ୍ଧା ତାଙ୍କୁ ପରିବାର ଓ ପାର୍ଟିରୁ ବେଦଖଲ କରିବାକୁ ନିଷ୍ପତ୍ତି ନେଇଥିଲେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ତେଜ ପ୍ରତାପଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପରେ ଏବେ ଲାଲୁ ପରିବାରରେ ଲକ୍ଷ୍ମଣ ରେଖା ପଡ଼ିଛି । ଆର୍‌ଜେଡିର ଆଉ ସଦସ୍ୟ ହୋଇ ରହିନାହାନ୍ତି ତେଜ ପ୍ରତାପ । ଏହି ପ୍ରସଙ୍ଗକୁ ନେଇ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ତେଜ ପ୍ରତାପ ଯାଦବ । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ବାପା ଲାଲୁ ପ୍ରସାଦ ଯାଦବ ମାଆ ରାବ୍ରି ଦେବୀଙ୍କ ମଙ୍ଗଳ କାମନା କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe