କନକ ବ୍ୟୁରୋ: ତେଜ ପ୍ରତାପଙ୍କ ପାଇଁ ଅଡ଼ୁଆ ହେଲା ଫେସ୍ବୁକ୍ ପୋଷ୍ଟ । ଅନୁଷ୍କା ଯାଦବ ନାମକ ଯୁବତୀଙ୍କ ସହ ସେ ୧୨ ବର୍ଷ ହେଲା ପ୍ରେମ ସମ୍ପର୍କରେ ରହିଥିବା ନେଇ ଫେସ୍ବୁକ୍ରେ ପୋଷ୍ଟ୍ କରିଥିଲେ । ଏହାପରେ ସେ ପୋଷ୍ଟ୍ ଡିଲିଟ୍ କରିଥିଲେ ସୁଦ୍ଧା ତାଙ୍କୁ ପରିବାର ଓ ପାର୍ଟିରୁ ବେଦଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ତେଜ ପ୍ରତାପଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପରେ ଏବେ ଲାଲୁ ପରିବାରରେ ଲକ୍ଷ୍ମଣ ରେଖା ପଡ଼ିଛି । ଆର୍ଜେଡିର ଆଉ ସଦସ୍ୟ ହୋଇ ରହିନାହାନ୍ତି ତେଜପ୍ରତାପ । ତେବେ ପରିବାରରୁ ତେଜ୍ୟପୁତ୍ର ହେବା ପରେ ବି ତେଜ ପ୍ରତାପଙ୍କ ପାଖରେ କେତେ ଟଙ୍କା ରହିଛି ? କେତେ ସମ୍ପତ୍ତିର ମାଲିକ ସେ ? ଏଭଳି ଅନେକ ପ୍ରଶ୍ନ ଏବେ ତାଙ୍କ ସମର୍ଥକଙ୍କ ମନରେ ରହିଛି ।
ବିହାର ହସନପୁର ବିଧାନସଭା ଆସନରୁ ବିଧାୟକ ଅଛନ୍ତି ତେଜପ୍ରତାପ ଯାଦବ । ନୀତିଶଙ୍କ ମନ୍ତ୍ରିମଣ୍ଡଳରେ ଏକାଧିକ ମନ୍ତ୍ରୀପଦ ମଧ୍ୟ ସମ୍ଭାଳିଥିଲେ । ତେଜସ୍ୱୀଙ୍କ ଭଳି ତାଙ୍କର ସମର୍ଥକଙ୍କ ମଧ୍ୟ କିଛି କମ ନୁହନ୍ତି । ତେବେ ସମ୍ପତ୍ତି କଥା କହିଲେ, ଏବେ ବି କୋଟିିିକୋଟିିି ସମ୍ପତ୍ତିର ମାଲିକ ତେଜପ୍ରତାପ ଯାଦବ । ବିହାର ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ତାଙ୍କ ସମ୍ପତ୍ତି ତାଲିକା ମୁତାବକ ଏବେ ସେ ୨ କୋଟିିି ୮୩ ଲକ୍ଷ ସମ୍ପତ୍ତିର ମାଲିକ ।
ଗତ ୨୦୨୦ ମସିହା ବିହାର ବିଧାନସଭା ନିର୍ବାଚନ ସମୟର ତେଜ ପ୍ରତାପଙ୍କ ସମ୍ପତ୍ତି ତାଲିକା ଦାଖଲ କରିଥିଲେ । MyNeta.com ୱେବ୍ସାଇଟ୍ ଭିଜିଟ୍ କରି ୟୁଜର୍ସ ଏହାକୁ ଚେକ୍ କରିପାରିବେ । ଏହି ତଥ୍ୟ ଅନୁଯାୟୀ ସେ ୨ କୋଟିି ୮୩ ଲକ୍ଷ ସମ୍ପତ୍ତିର ମାଲିକ ହୋଇଥିବା ବେଳେ ୧୭ ଲକ୍ଷ ଟଙ୍କାର କରଜ କରିଥିଲେ । ତେବେ ଗତ ୪ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ବୃଦ୍ଧି ହୋଇଥାଇପାରେ । ଏହାକୁ ନେଇ କୌଣସି ଅଫିସିଆଲ ତଥ୍ୟ କେବେ ଦାଖଲ ହୋଇନି । ୨୦୨୦ ମସିହା ତଥ୍ୟ ଅନୁଯାୟୀ ତାଙ୍କ ପାଖରେ ୧ ଲକ୍ଷ ୨୫ ହଜାର ନଗଦ ଟଙ୍କା ଓ ୧୪ ଲକ୍ଷ ଟଙ୍କା ବ୍ୟାଙ୍କ ଡିପୋଜିଟ୍ ରହିଥିଲା । ଏହାଛଡ଼ା ସେ ଲକ୍ଷଲକ୍ଷ ଟଙ୍କା ନିବେଶ ମଧ୍ୟ କରିଛନ୍ତି । ଅନେକ ଭାରତୀୟ କମ୍ପାନିର ସେୟାର କିଣିଛନ୍ତି, ଯାହାର ମୂଲ୍ୟ ୨୫ ଲକ୍ଷ ଟଙ୍କା ରହିଛି । ତା ସହିତ ତାଙ୍କ ପାଖରେ ଏକ ୧୫ ଲକ୍ଷ ଟଙ୍କାର ବାଇକ୍ ଓ ଏକ ୩୦ ଲକ୍ଷ ଟଙ୍କାର କାର୍ ରହିଛି । ୩୨ ଲକ୍ଷ ଟଙ୍କାର ଚାଷ ଉପଯୋଗୀ ଜମି ରହିଥିବା ବେଳେ ୩୬ ଲକ୍ଷ ଟଙ୍କାର ଚାଷ ଅନୁପଯୋଗୀ ଜମି ରହିଛି । ୩୦ ଲକ୍ଷ ଟଙ୍କାର ଏକ କମର୍ସିଆଲ ବିଲ୍ଟିଂ ଓ ୬୨ ଲକ୍ଷ ଟଙ୍କାରେ ଆଲିସାନ ଘର ତାଙ୍କ ନାମରେ ରହିଛି ।