କନକ ବ୍ୟୁରୋ : ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର । କେହି ଯେମିତି ପକ୍କା ଘରରୁ ବାଦ୍ ପଡ଼ିବେ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ବି କିଛି କରିପାରିବ ନାହିଁ । ସେମିତି ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଯୋଜନାରେ ଘର ଦେଉଛନ୍ତି । କିନ୍ତୁ ଆଜି ବି ଲକ୍ଷ ଲକ୍ଷ ପରିବାର ଅଛି, ଯେଉଁମାନଙ୍କ ପାଇଁ ଛାତ ଘର ସାତ ସପନ । ପଂଚାୟତ ନିର୍ବାଚନ ପୂର୍ବରୁ ସେମାନଙ୍କୁ ଘର ଯୋଗାଇବା ବଡ଼ ଆହ୍ବାନ । ଭଙ୍ଗା ଦଦରା ଚାଳ ଛପର ଘର , କଳା ଜରି ପାଲ ଘେରା ଭଙ୍ଗା କୁଡ଼ିଆ । ବର୍ଷାଦିନେ ଘରେ ପାଣି ପଶି କାନ୍ଥ ଭୁଶୁଡ଼ି ପଡ଼ିଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଭଙ୍ଗା କାନ୍ଥରେ ଚିରା ଲୁଗା ଓ ପାଲ ଘେରାଇ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି । ଗାଁ’ଟା ସାରା ଯୁଆଡ଼େ ଚାହିଁବ ସମାନ ଦୃଶ୍ୟ । ତାହା କୌଣସି ଉପାନ୍ତ ଅଂଚଳର ଦୃଶ୍ୟ ନୁହେଁ । ପ୍ରାଚୁର୍ଯ୍ୟ ଭରା ବିକଶିତ ଜିଲ୍ଲା ଯାଜପୁର କୋରେଇ ବ୍ଲକ ପଥରପଦା ପଞ୍ଚାୟତର ବେଙ୍ଗା ସାହି ବସ୍ତିର ବିକଳ ଚିତ୍ର । ବର୍ଷ ବର୍ଷ ଧରି ଏଠି ରହି ଆସୁଛନ୍ତି ୫୦ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର । ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ବାରମ୍ବାର ନେହୁରା ହେବା ପରେ ବି କିଛି ସୁଫଳ ମିଳିନି ।
ସମସ୍ତେ ଭୂମିହୀନ ହୋଇଥିବାରୁ ଘର ପାଇବାରୁ ବଂଚିତ ହୋଇଛନ୍ତି । ଆଖିର ଲୁହକୁ ଓଠରେ ପିଉଛନ୍ତି । ପ୍ରଶାସନିକ ଅଧିକାରୀ ବାରମ୍ବାର ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନି । ଅନ୍ୟପଟେ ସରକାର ସମସ୍ତ ଭୂମିହୀନଙ୍କୁ ଭୂମି ଓ ଘର ଯୋଗାଇ ଦେବାକୁ କହୁଥିଲେ ମଧ୍ୟ ଅନେକ ଏଥିରୁ ବଞ୍ଚିତ । ଯଥାଶୀଘ୍ର ଏମାନଙ୍କୁ ସରକାରୀ ସୁବିଧା ଯୋଗାଇଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ବସ୍ତି ବାସିନ୍ଦା ।
ଅଧିକ ପଢ଼ନ୍ତୁ---ଶ୍ବଶୁରଙ୍କ ଜୁଇ ଲିଭିନି ; ଲିଭିଗଲା ଜ୍ବାଇଁଙ୍କ ଜୀବନ ଦୀପ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/02/jajpur-2026-01-02-16-51-01.jpg)