କନକ ବ୍ୟୁରୋ : ବିପଦପୂର୍ଣ୍ଣ ଭାବରେ ନିର୍ମାଣଧୀନ ଶ୍ରେଣୀଗୃହରେ ଚାଲିଛି ପାଠପଢା । ଏ ଚିତ୍ର କେଉଁ ଉପାନ୍ତ ଅଞ୍ଚଳର ନୁହେଁ । ରାଜ୍ୟର ରାଜଧାନୀଠାରୁ ମାତ୍ର ୫୦ କିମି ଦୂରରେ କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ଅନୁଆରୀସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଏ ଖବର ଦେଖିବା ପରେ ନିଶ୍ଚିତ ଭାବରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନବାଚୀ ଛିଡା କରିବା ସ୍ୱାଭାବିକ ।
ଅଧିକ ପଢ଼ନ୍ତୁ : ଗଜପତିରେ ଶିକ୍ଷାର ଦୟନୀୟ ସ୍ଥିତି, ଶ୍ରେଣୀଗୃହ ଅଭାବରୁ ବାରଣ୍ଡାରେ ପିଲା
ବାଲି ଉପରେ ଜରି ପାଲ ପଡ଼ିଛି । ଚାରିପଟେ ଅଧାଗଢ଼ା କାନ୍ଥ । ଖୋଲା ଆକାଶ, ବାଉଁଶ ଘେରା ନିର୍ମାଣଧୀନ ଶ୍ରେଣୀଗୃହରେ ଚାଲିଛି ପାଠପଢ଼ା । କେତବେଳେ କିଛି ବି ଅଘଟଣ ଘଟିପାରେ । କିନ୍ତୁ ନିର୍ଭୟରେ କୁନିକୁନି ପିଲାଙ୍କୁ ଏଠାରେ ବସାଇ ପାଠ ପଢ଼ାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଏ ଚିତ୍ର କଟକ ବାଙ୍କୀ ବ୍ଲକ ଅନୁଆରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର । ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଥିବା ଏହି ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ରହିଛି । ଗୋଟିଏ ଘରେ ୨ଟି ଶ୍ରେଣୀର ପିଲା ପଢ଼ୁଛନ୍ତି । ନବମ ଓ ଦଶମ ଶ୍ରେଣୀ ପିଲା ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀରେ ବସୁଛନ୍ତି । ସେଥିପାଇଁ ବିଦ୍ୟାଳୟକୁ ଶ୍ରେଣୀଗୃହ ନିର୍ମାଣ ପାଇଁ ଅନୁଦାନ ଆସିଥିଲା। ବାସ୍ ସେବେଠୁ ଘର ତିଆରି ଚାଲିଛି, ଆଉ ପିଲାଙ୍କୁ ସେଇଠି ପାଠ ପଢ଼ାଯାଉଛି।
ଅଧିକ ପଢ଼ନ୍ତୁ : ୫-ଟିରେ ଶ୍ରେଣୀଗୃହ ହେଲା ପାଠାଗାର, ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା
ଛୋଟଛୋଟ କୋମଳମତି ପିଲାଙ୍କ ଜୀବନ ସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଖେଳ ଖେଳୁଛନ୍ତି । ଆଉ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ । ଯାହା ଶିକ୍ଷା ବ୍ୟବସ୍ଥା ଉପରେ ସିଧାସଳଖ ଅଙ୍ଗୁଳି ଉଠାଉଛି । ପିଲାଙ୍କୁ ଶୀତ ଲାଗୁଥିଲା ସେଥିପାଇଁ ଆମେ ନିର୍ମାଣଧୀନ ଶ୍ରେଣୀଗୃହକୁ ସ୍ଥାନାନ୍ତରିତ କରିଦେଇଥିଲୁ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏ କଥା ହିଁ ତାଙ୍କ ଦାୟିତ୍ବ ହୀନତାକୁ ସୂଚାଉଛି । ସଭିଁଏ ପଢ଼ନ୍ତୁ, ସଭିଁଏ ବଢ଼ୁନ୍ତୁର ନାରା ଦେଉଥିବା ସରକାର, ଏ ଚିତ୍ର ଦେଖି କ’ଣ ଉତ୍ତର ଦେବେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାୟିତ୍ବ କାହାର? କେଉଁ ଭରସାରେ ନିଜ ପିଲାଙ୍କୁ ବିଦ୍ୟାଳୟ ଛାଡ଼ିବେ ଅଭିଭାବକ? ଅଘଟଣ ଘଟିଲେ କିଏ ରହିବ ଦାୟୀ? ଏମିତି ଯଦି ପାଠପଢ଼ା ହୁଏ ତାହେଲେ ଦେଶର ଭବିଷ୍ୟତ ଯାହା ହେବ ତାହା ସହଜରେ ଅନୁମେୟ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/08/school-2026-01-08-18-32-47.jpg)