ଶ୍ରମିକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ: ବାଂଲାଦେଶୀ ସନ୍ଦେହରେ ହତ୍ୟା

Advertisment

ବାଂଲାଦେଶୀ ସନ୍ଦେହରେ ଶ୍ରମିକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ। ସମ୍ବଲପୁର ସହରରେ ବାଲାଂଦେଶୀ ସନ୍ଦେହରେ ଜଣେ ବଙ୍ଗାଳୀ ଶ୍ରମିକଙ୍କୁ ୪ ଜଣ ବ୍ୟକ୍ତି ପିଟିପିଟି ହତ୍ୟା କରିଥିବା ଭଳି ଗୁରୁତର ଅଭିଯୋଗ ଆସିଛି।

ବାଂଲାଦେଶୀ ସନ୍ଦେହରେ ଶ୍ରମିକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ। ସମ୍ବଲପୁର ସହରରେ ବାଲାଂଦେଶୀ ସନ୍ଦେହରେ ଜଣେ ବଙ୍ଗାଳୀ ଶ୍ରମିକଙ୍କୁ ୪ ଜଣ ବ୍ୟକ୍ତି ପିଟିପିଟି ହତ୍ୟା କରିଥିବା ଭଳି ଗୁରୁତର ଅଭିଯୋଗ ଆସିଛି।

death

Photograph: (kanaknews)

କନକ ବ୍ୟୁରୋ: ବାଂଲାଦେଶୀ ସନ୍ଦେହରେ ଶ୍ରମିକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ। ସମ୍ବଲପୁର ସହରରେ ବାଲାଂଦେଶୀ ସନ୍ଦେହରେ ଜଣେ ବଙ୍ଗାଳୀ ଶ୍ରମିକଙ୍କୁ ୪ ଜଣ ବ୍ୟକ୍ତି ପିଟିପିଟି ହତ୍ୟା କରିଥିବା ଭଳି ଗୁରୁତର ଅଭିଯୋଗ ଆସିଛି। ମୃତକ ଜଣକ ପଶ୍ଚିମବଙ୍ଗର ୩୦ ବର୍ଷୀୟ ଜୁଏଲ ଶେଖ୍‌। ୨ ଜଣ ଶ୍ରମିକଙ୍କ ଉପରେ ଆକ୍ରମଣ ପରେ ସେମାନଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏସଡିପିଓ ତୋଫାନ ବାଗ କହିଛନ୍ତି, ହତ୍ୟାର କାରଣ ବାଲାଂଦେଶୀ ସନ୍ଦେହରୁ ହୋଇଛି ନା ଅନ୍ୟ କାରଣରୁ ତାହା ଜଣାପଡ଼ିନାହିଁ।

ଆହୁରି ପଢ଼ନ୍ତୁ : ଜାନୁଆରି ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନକିଣା: ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁଲିସ ସୂଚନା ଅନୁସାରେ, ବୁଧବାର ସଂଧ୍ୟାରେ କିଛି ଶ୍ରମିକ କାର୍ଯ୍ୟ ସାରି ବିଡ଼ି ପିଉଥିଲେ। ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ସେମାନେ କେଉଁଠୁ ଆସିଛନ୍ତି ବୋଲି ପଚାରି ଆଧାର କାର୍ଡ ଦେଖାଇବାକୁ କହିଥିଲେ। ଏହାପରେ ଅଚାନକ ଜୁଏଲ ଶେଖ ଉପରେ ସାମୁହିକ ଆକ୍ରମଣ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସଦର ଡାକ୍ତରଖାନାକୁ ଅଣାଯିବାବେଳେ ମୃତ୍ୟୁ ହୋଇଥିଲା। ମୃତ ଜୁଏଲଙ୍କ ମରଶରୀର ଡାକ୍ତରଖାନାରେ ସଂରକ୍ଷିତ ରଖାଯାଇ ତାଙ୍କ ପରିବାରକୁ ସୂଚନା ଦିଆଯାଇଛି। ଆଜି ପରିବାର ଲୋକ ଆସିବେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe