କନକ ବ୍ୟୁରୋ: ଜାନୁଆରି ୧୦ ତାରିଖ ସୁଦ୍ଧା ସବୁ ଜିଲ୍ଲାରେ ଆରମ୍ଭ ହେବ ଧାନକିଣା ପ୍ରକ୍ରିୟା। ରାଜ୍ୟରେ ଧାନକିଣା ପ୍ରକ୍ରିୟା ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି। ଧାନକିଣା ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ପର୍ଯ୍ୟନ୍ତ ରାଜ୍ୟର ୧୨ଟି ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଚାଲୁରହିଛି। ୧୭ଟି ଜିଲ୍ଲାରେ ଟୋକନ୍ ପ୍ରଦାନ କରାଯାଇଛି।
ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଆଉ ୫ ଜିଲ୍ଲାରେ ଧାନକିଣା ଆରମ୍ଭ ହେବ। ଜାନୁଆରି ୧୦ ତାରିଖ ମଧ୍ୟରେ ସବୁ ଜିଲ୍ଲାରେ ଧାନକ୍ରୟ ପ୍ରକ୍ରିୟା ଆରମ୍ଭ ହେବ। ବୈଠକରେ ଧାନ ସଂଗ୍ରହରେ ଯେପରି ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ୱନ ହେବ ଏବଂ କୌଣସି ପରିସ୍ଥିତିରେ ଚାଷୀମାନଙ୍କ ହକ୍ ଉପରେ ଆଞ୍ଚ୍ ନଆସିବ, ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମିଲର୍ମାନେ ଯେପରି ଚାଷୀମାନଙ୍କ ଠାରୁ ଠିକ୍ ଭାବରେ ଧାନ ସଂଗ୍ରହ କରିବେ ଏବଂ ଚାଷୀମାନେ ଯେପରି ଠିକ୍ ସମୟରେ ତାଙ୍କ ପ୍ରାପ୍ୟ ପାଇବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଅଣଧାନ ଫସଲ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷକରି ମାଣ୍ଡିଆ, ଡାଲି ଜାତୀୟ ଫସଲ ଓ ତୈଳବୀଜ ଚାଷକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା ।
ଆହୁରି ପଢ଼ନ୍ତୁ : ଧରାବତରଣ କଲେ ପ୍ରଭୁ ଯୀଶୁ; ସଜେଇ ହୋଇଛି ଚର୍ଚ୍ଚ, ଜମିଛି ଭକ୍ତଙ୍କ ଗହଳି
ଜାନୁଆରି ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନକିଣା
- ଧାନକିଣା ପ୍ରକ୍ରିୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- ଧାନକିଣା ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ
- ଆଜି ସୁଦ୍ଧା ୧୨ଟି ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଚାଲିଛି
- ୧୭ଟି ଜିଲ୍ଲାରେ ଟୋକନ ପ୍ରଦାନ କରାଯାଇଛି
- ଗୋଟିଏ ସପ୍ତାହ ମଧ୍ୟରେ ଆଉ ୫ ଜିଲ୍ଲାରେ ଧାନକିଣା ଆରମ୍ଭ ହେବ
- ମିଲର୍ ମାନେ ଯେପରି ଚାଷୀଙ୍କ ଠାରୁ ଠିକ୍ ଭାବେ ଧାନ ସଂଗ୍ରହ କରିବେ
- ଚାଷୀମାନେ ଠିକ୍ ସମୟରେ କିପରି ପ୍ରାପ୍ୟ ପାଇବେ, ଧ୍ୟାନ ଦେବାକୁ ପରାମର୍ଶ
- ଅଣଧାନ ଫସଲ ସଂଗ୍ରହ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ
- ମାଣ୍ଡିଆ, ଡାଲି ଜାତୀୟ ଫସଲ ଓ ତୈଳବୀଜ ଚାଷକୁ ପ୍ରୋତ୍ସାହନ ଦେବାକୁ ନିର୍ଦ୍ଦେଶ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/08/27/mohan-majhi-2025-08-27-14-16-04.jpg)