ଭାରତୀୟ ବୋଲିଂକୁ ନେଇ କୁମ୍ବଲେଙ୍କ ଚିନ୍ତା

Advertisment

ସେହିପରି ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟର୍‌ ଫାଫ୍‌ ଡୁ’ପ୍ଲେସିସ୍‌ ମଧ୍ୟ ଭାରତୀୟ ବୋଲିଂ ଦୁର୍ବଳତାକୁ ନେଇ ସତର୍କ କରାଇଦେଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ ବୋଲିଂକୁ ଦେଖିଲେ ଜଣାପଡ଼େ ଯେ ଯଶପ୍ରୀତ ବୁମରା ମୁଖ୍ୟ ବୋଲର।

ସେହିପରି ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟର୍‌ ଫାଫ୍‌ ଡୁ’ପ୍ଲେସିସ୍‌ ମଧ୍ୟ ଭାରତୀୟ ବୋଲିଂ ଦୁର୍ବଳତାକୁ ନେଇ ସତର୍କ କରାଇଦେଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ ବୋଲିଂକୁ ଦେଖିଲେ ଜଣାପଡ଼େ ଯେ ଯଶପ୍ରୀତ ବୁମରା ମୁଖ୍ୟ ବୋଲର।

BOwling

BOwling Photograph: (Kanak news)

କନକ ବ୍ୟୁରୋ: ଜିମ୍ବାଓ୍ବେ ବିପକ୍ଷରେ ବଡ଼ ବିଜୟ ସତ୍ତ୍ବେ ଭାରତୀୟ ଦଳର ବୋଲିଂ ଦୁର୍ବଳତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ସ୍ପିନର ଅନୀଲ କୁମ୍ବଲେ। ସେ କହିଛନ୍ତି ଯେ ବୋଲିଂ ପାଇଁ ଅଧିନାୟକ ସୂର୍ଯ୍ୟକୁମାରଙ୍କ ପାଖରେ ଅଧିକ ବିକଳ୍ପ ନ ଥିବା ଚିନ୍ତାର ବିଷୟ। ସେ କହିଛନ୍ତି ଯେ ଗତ ୧୮ ମାସ ହେଲା ଭାରତ କାମଚଳା ବୋଲରମାନଙ୍କ ଦ୍ବାରା କାମ ଚଳାଇଆସୁଛି। କିନ୍ତୁ ଏକ ବ୍ୟାଟିଂ ଅନୁକୂଳ ପିଚ୍‌ରେ ଯେତେବେଳେ ଏହି ବୋଲରମାନେ ବିଫଳ ହୁଅନ୍ତି, ସେତେବେଳେ ବିଶେଷଜ୍ଞ ବୋଲରଙ୍କ ଆବଶ୍ୟକତା ପଡ଼ିଥାଏ। 

ଆହୁରି ପଢ଼ନ୍ତୁ... ଅଭିଷେକଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ଗାଭାସ୍କର

ସେହିପରି ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟର୍‌ ଫାଫ୍‌ ଡୁ’ପ୍ଲେସିସ୍‌ ମଧ୍ୟ ଭାରତୀୟ ବୋଲିଂ ଦୁର୍ବଳତାକୁ ନେଇ ସତର୍କ କରାଇଦେଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ ବୋଲିଂକୁ ଦେଖିଲେ ଜଣାପଡ଼େ ଯେ ଯଶପ୍ରୀତ ବୁମରା ମୁଖ୍ୟ ବୋଲର। ତାଙ୍କୁ ସତର୍କତାର ସହ ଖେଳି ଅନ୍ୟମାନଙ୍କୁ ଆକ୍ରମଣ କଲେ ଭାରତ ଷଷ୍ଠ ବୋଲରଙ୍କୁ ଲଗାଇବ। ସେତେବେଳେ ଦୁବେ ( ଶିବମ୍‌ ଦୁବେ)ଙ୍କ ପରି ବୋଲରଙ୍କ ଓଭରରୁ ଅଧିକ ରନ୍‌ ସଂଗ୍ରହ କରିହେବ।

ଜିମ୍ବାଓ୍ବେ ବିପକ୍ଷ ମ୍ୟାଚ୍‌ରେ ଭାରତ ବଡ଼ ସ୍କୋର କରିବା ସତ୍ତ୍ବେ ଜିମ୍ବାଓ୍ବେ ଭଲ ବ୍ୟାଟିଂ କରି ୧୮୪ ରନ୍‌ କରିଥିଲା। ବିଶେଷକରି ଜିମ୍ବାଓ୍ବେ ବ୍ୟାଟର୍‌ମାନେ ଦୁବେଙ୍କ ମାତ୍ର ୨ ଓଭରରୁ ୪୬ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe