କନକ ବ୍ୟୁରୋ: ଜିମ୍ବାଓ୍ବେ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ସୁପର-୮ ମ୍ୟାଚ୍ରେ ଏକ ଲଢୁଆ ପାଳି ଖେଳିଥିବାରୁ ଅଭିଷେକ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି ଭାରତର ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର୍। ୫୫ ରନ୍ର ଏକ ପାଳି ଖେଳି ସେ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ବୋଲି ଗାଭାସ୍କର୍ କହିଛନ୍ତି।
ବିଶ୍ବକପ୍ର ଅନ୍ୟ ମ୍ୟାଚ୍ ଗୁଡ଼ିକରେ ଖରାପ ପ୍ରଦର୍ଶନ ପାଇଁ ଗାଭାସ୍କର ପୂର୍ବରୁ ତାଙ୍କୁ କଡ଼ା ସମାଲୋଚନା କରିବା ସହ ପ୍ରଥମରୁ ବଲକୁ ବାଉଣ୍ଡରୀ ପଠାଇବାକୁ ଉଦ୍ୟମ କରିବା ବଦଳରେ ୧-୨ ରନ୍ ନେଇ ପିଚ୍ରେ ସମୟ ବିତେଇବାକୁ ପରାମର୍ଶ ଦେଇଥିଲେ। ଗତ ମ୍ୟାଚ୍ରେ ବୋଧହୁଏ ଅଭିଷେକ ତାଙ୍କ ପରାମର୍ଶକୁ ଗ୍ରହଣ କରିଥିଲେ।
ଆହୁରି ପଢ଼ନ୍ତୁ... ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍ : ଭନ୍
ଜିମ୍ବାଓ୍ବେ ବିପକ୍ଷ ମ୍ୟାଚ୍ରେ ଅଭିଷେକ ଆରମ୍ଭରୁ ଅତ୍ୟନ୍ତ ସତର୍କ ହୋଇ ଓ କୌଣସି ବିପଦ ବରଣ ନ କରି ବ୍ୟାଟିଂ କରୁଥିବା ଦେଖାଯାଇଥିଲା। ଏ ସମ୍ପର୍କରେ ଗାଭାସ୍କର କହିଛନ୍ତି ଯେ ଅଭିଷେକ ଆରମ୍ଭରୁ କିଛି ଅତିରିକ୍ତ ସମୟ ନେଇଥିଲେ ଓ ଅଫ୍-ସ୍ପିନରମାନଙ୍କୁ ସମ୍ମାନ ଦେଇଥିଲେ। ସେ ଅତ୍ୟନ୍ତ ଶାନ୍ତଭାବରେ କୌଣସି ରିସ୍କ୍ ନ ନେଇ ଖେଳୁଥିଲେ। ତେବେ ଅଭିଷେକ କେତେକ ବଲକୁ ରକ୍ଷଣାତ୍ମକ ଶୈଳୀରେ ଖେଳୁଥିବା ଦେଖି ସେ ଆଶ୍ଚର୍ଯ୍ୟ ବ୍ୟକ୍ତି କରିଛନ୍ତି। କାରଣ ସେ ସାଧାରଣତଃ ଏପରି କରୁଥିବା ଦେଖାଯାଏ ନାହିଁ। ଗାଭାସ୍କର ଆହୁରି ମଧ୍ୟ କହିଛନ୍ତି ଯେ ବିଗତ କିଛି ମ୍ୟାଚ୍ ଅଭିଷେକଙ୍କ ପାଇଁ ବେଶ ଶିକ୍ଷଣୀୟ ହୋଇଥିବ। ସବୁ ବ୍ୟାଟର୍ଙ୍କ କ୍ୟାରିୟରରେ ଏପରି ସମୟ ଆସେ ଯେତେବେଳେ ବ୍ୟାଟ୍ରୁ ରନ୍ ବାହାରେ ନାହିଁ, କିନ୍ତୁ ସେହି ପରିସ୍ଥିତିରୁ କେତେ ଶିକ୍ଷା ଲାଭ କଲ ତାହା ବଡ଼ କଥା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/27/abhisek-2026-02-27-17-46-53.jpg)