ଅଳିଆ ନୁହେଁ, ଅବ୍ୟବସ୍ଥାର ପାହାଡ଼; ଅଳିଆ ଉଠାଉନି ଆବର୍ଜନା ପରିଚାଳନା କେନ୍ଦ୍ର

Advertisment

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍‌ର ୨୧ଟି ପଞ୍ଚାୟତରେ ହେଉଥିବା ଆଉ ଏକ ଅବହେଳାର ପୃଷ୍ଠା ଖୋଲିବା । ଏଠି ଯୋଜନାର ସଠିକ୍ ରୂପାୟନ ହୋଇଛି । କିନ୍ତୁ ତାକୁ କାମରେ ଲଗେଇବା କଥା ଭୁଳି ଯାଇଛି ସ୍ଥାନୀୟ ପ୍ରଶାସନ । ଲୋକଙ୍କୁ ଠିକ୍ ଭାବରେ ସେବା ଯୋଗାଇ ନଦେବା ବି ଦୁର୍ନୀତି ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍‌ର ୨୧ଟି ପଞ୍ଚାୟତରେ ହେଉଥିବା ଆଉ ଏକ ଅବହେଳାର ପୃଷ୍ଠା ଖୋଲିବା । ଏଠି ଯୋଜନାର ସଠିକ୍ ରୂପାୟନ ହୋଇଛି । କିନ୍ତୁ ତାକୁ କାମରେ ଲଗେଇବା କଥା ଭୁଳି ଯାଇଛି ସ୍ଥାନୀୟ ପ୍ରଶାସନ । ଲୋକଙ୍କୁ ଠିକ୍ ଭାବରେ ସେବା ଯୋଗାଇ ନଦେବା ବି ଦୁର୍ନୀତି ।

Garbage Management Centre

Garbage Management Centre Photograph: (Kanak News)

କନକ ବ୍ୟୁରୋ : ଅସହାୟ ଅବସ୍ଥାରେ ଆବର୍ଜନା ପରିଚାଳନା କେନ୍ଦ୍ର । ଗାଁକୁ ସଫା ରଖିବା ଯାହାର ଦାୟିତ୍ଵ ସେ ନିଜେ ଏବେ ମଇଳା ହୋଇପଡ଼ିଛି । ଅଳିଆ ପୋତି ହୋଇ ପଡ଼ିଛି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍‌ର ୨୧ଟି ପଞ୍ଚାୟତରେ ହେଉଥିବା ଆଉ ଏକ ଅବହେଳାର ପୃଷ୍ଠା ଖୋଲିବା । ଏଠି ଯୋଜନାର ସଠିକ୍ ରୂପାୟନ ହୋଇଛି । କିନ୍ତୁ ତାକୁ କାମରେ ଲଗେଇବା କଥା ଭୁଳି ଯାଇଛି ସ୍ଥାନୀୟ ପ୍ରଶାସନ । ଲୋକଙ୍କୁ ଠିକ୍ ଭାବରେ ସେବା ଯୋଗାଇ ନଦେବା ବି ଦୁର୍ନୀତି । ଗୋଟିଏ ଦୁଇଟି ନୁହେଁ ସବୁ ପଞ୍ଚାୟତରେ ଖୋଲା ଯାଇଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ପ୍ରାୟ ସମାନ ଅବସ୍ଥା । କେଉଁଠି ତାଲା ଝୁଲୁଛି ତ ଆଉ କେଉଁଠି ସମ୍ପୂର୍ଣ୍ଣ ଖୋଲାମେଲା । ଲାଗୁଛି, ଯେପରିପୁରା ଅନାଥ ହୋଇପଡ଼ିଛି କେନ୍ଦ୍ର ଗୁଡ଼ିକ । ନା ପଚାରିବାକୁ କେହି ଅଛି ନା ବୁଝିବାକୁ । ତିଆରି ହେବା ପରଠୁ କାମରେ ଲାଗୁନାହିଁ । ଆଉ ପାଖରେ ଜମିଛି ପ୍ରଶାସନର ବେପରୁଆ ମନଭାବକୁ ଉପହାସ କରୁଥିବା ଅଳିଆ ଗଦା ।

ଅଧିକ ପଢ଼ନ୍ତୁ : ପର୍ଯ୍ୟଟନ ସହରକୁ ଆବର୍ଜନା ଚିନ୍ତା : ପୁରୀ-କୋଣାର୍କ ହେବେ ଡମ୍ପିଂୟାର୍ଡ ମୁକ୍ତ

ଚିଲିକା ଅଞ୍ଚଳ ହୋଇଥିବାରୁ ଏହାକୁ ସଫା ଆଉ ନିର୍ମଳ ରଖିବା ଦାୟିତ୍ଵ ସ୍ଥାନୀୟ ପ୍ରଶାସନ । ପର୍ଯ୍ୟଟନ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଥିବା ଚିଲିକାର ଏ ଟାପୁ ସଫା ନିହାତି ଜରୁରୀ । କିନ୍ତୁ ଏ କେନ୍ଦ୍ର କୁଡ଼ିକୁ ଦେଖିଲେ ଲାଗେ, ଏଠାରେ ପରିଚାଳନା କେନ୍ଦ୍ର ତିଆରି କରିଦେଇ ଦାୟିତ୍ୱ ଝାଡ଼ିଦେଇଛି ସ୍ଥାନୀୟ ପ୍ରଶାସନ । ବଡ଼ ବଡ଼ ଅକ୍ଷରେ ସ୍ୱଚ୍ଛ ଭାରତ, ସୁସ୍ଥ ଓଡ଼ିଶା ସ୍ଳୋଗାନ ଲେଖା ଯାଇଛି । କିନ୍ତୁ ବାସ୍ତବତା ସଂପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି । କେନ୍ଦ୍ରଗୁଡ଼ିକୁ କିଏ ବ୍ୟବହାର କରୁଛି ? କିଏ କେବେ ତାଲା ଖୋଲୁଛି ? ତାହା କାହାକୁ ଜଣାନାହିଁ । ଅଳିଆ ଜମା ହେଉଛି, ନଷ୍ଟ କି ପରିଚାଳନା କରାଯାଉନାହିଁ । ଲାଗୁଛି ସତ କେନ୍ଦ୍ରରେ ଭୂତ ମାଲିକ ସାଜିଛି ।

ଏଇ ଖବର ପ୍ରସାରଣ କରିବାର ଗୋଟିଏ ଉଦ୍ଦେଶ୍ୟ ଅବ୍ୟବସ୍ଥାକୁ ସୁଧାରୁ ସ୍ଥାନୀୟ ପ୍ରଶାସନ । ଗାଁ ଗଣ୍ଡାରୁ ଅଳିଆ ଉଠୁ ଆଉ ପରିଚୟ ପାଉ ପରିଚାଳନା କେନ୍ଦ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe