ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠ ଭୋଗ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀଙ୍କ ସୂଚନା

Advertisment

ବଳଭଦ୍ର ଜୈବିକ ମିଶନ୍ ଦ୍ବାରା ପ୍ରସ୍ତୁତ ଚାଉଳରୁ ପ୍ରସ୍ତୁତ ହେବ ଭୋଗ

ବଳଭଦ୍ର ଜୈବିକ ମିଶନ୍ ଦ୍ବାରା ପ୍ରସ୍ତୁତ ଚାଉଳରୁ ପ୍ରସ୍ତୁତ ହେବ ଭୋଗ

Organic Rice

Organic Rice Photograph: (KanakNews)

କନକ ବ୍ୟୁରୋ : ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରୁ ପ୍ରସ୍ତୁତ ହେବ କୋଠ ଭୋଗ । ରଥଯାତ୍ରା ସମୟରେ ବଳଭଦ୍ର ଜୈବିକ ଚାଷ ମିଶନ ଦ୍ୱାରା ପ୍ରସ୍ତୁତ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ କରାଯିବ । ଏନେଇ ସୂଚନା ଦେଇଛନ୍ତି କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ । ଏଥିପାଇଁ  ବରଗଡ଼, କଟକ ଏବଂ କୋରାପୁଟ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି । ବଳଭଦ୍ର ଜୈବିକ ଚାଷ ମିଶନରେ ଜୈବିକ ଚାଷ ପାଇଁ ସହାୟତା ଦିଆଯାଇଛି ।

ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଜୈବିକ ଚାଉଳ । ୫ ପ୍ରକାର ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ।

କୋଠ ଭୋଗ ପାଇଁ ଆବଶ୍ୟକୀୟ ପରିମାଣର ଚାଉଳ ଅମଳ ହେବ ।  ଯଦି ବଳକା ରହେ କିଛି ପରିମାଣର ମହାପ୍ରସାଦ ମଧ୍ୟ କରାଯିବ । ଆନନ୍ଦ ବଜାରରେ ଜୈବିକ ମହାପ୍ରସାଦ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର । ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ମଧ୍ୟ ବ୍ୟବହାର କରାଯିବ । ଗତ ରଥଯାତ୍ରା ବେଳେ ମାଉସୀ ମା’ ମନ୍ଦିରରେ ମହାପ୍ରଭୁଙ୍କ ଆଡପ ମଣ୍ଡପ ଭୋଗରେ ବ୍ୟବହାର ହୋଇଥିଲା ଜୈବିକ ଚାଉଳ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe