କନକ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟ. ଝରଣା, ଜଙ୍ଗଲ ଏକଥା ଉଠିଲେ ସମସ୍ତଙ୍କ ମନକୁ ଆସେ କୋରାପୁଟ। ଶୀତ ଦିନରେ ଥଣ୍ଡା, ବର୍ଷ ସାରା ଅନୁକୂଳ ପରିବେଶ ପାଇଁ ଆଖ ପାଖ ରାଜ୍ୟରୁ ପର୍ଯ୍ୟଟକଙ୍କ  ଗହଳି ଦେଖିବାକୁ ମିଳେ। ସେଥିରୁ ଗୋଟିଏ ହେଉଛି ପୁଞ୍ଜିସିଲ୍‌ । ବର୍ଷ ସାରା ଲକ୍ଷଲକ୍ଷ ଲୋକଙ୍କ ଭିଡ଼ ଲାଗୁଛି। କିନ୍ତୁ ଏହାର ଆନୁସଙ୍ଗିକ ବିକାଶ ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅସନ୍ତାଷ ପ୍ରକାଶ କରିଛନ୍ତି ଲୋକେ ।

Advertisment

ବିରାଟ ପଥର ଉପରଦେଇ ପାଣି ପ୍ରବାହିତ ହେଉଛି। ପର୍ଯ୍ୟଟକ  ଜଳକ୍ରୀଡ଼ା କରୁଛନ୍ତି ଝରଣାରେ ଗଡି ଗଡି ଗାଧୋଇବାର ମଜା ନେଉଛନ୍ତି। ବଣ ଭୋଜି କରି ନାଚଗୀତରେ ମଜ୍ଜୁଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନଟି ହେଉଛି କୋରାପୁଟର ପୁଞ୍ଜିସିଲ୍‌। ପ୍ରଶାସନ ଦ୍ବାରା ଦଶମନ୍ତପୁର ବ୍ଲକ ପକ୍ଷରୁ ଝରଣା ପାଖରେ ବଣଭୋଜି ପାଇଁ ପିଣ୍ଡି ସହ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା। ଯାହା ଏବେ ନଷ୍ଟ ହୋଇଗଲାଣି। ପିଇବା ପାଣିର ସେମିତି କିଛି ସୁବିଧା ନାହିଁ! ଲକ୍ଷାଧିକ ପର୍ଯ୍ୟଟକଙ୍କ  ଭିଡ଼ ଲାଗୁଥିବା ଏହି ପର୍ଯ୍ୟଟନସ୍ଥଳୀଟି ଦୀର୍ଘ ୮ ବର୍ଷ ହେଲା ଅବହେଳିତ! ହୋଇ ପଡ଼ିରହିଛି।

ଅଧିକ ପଢ଼ନ୍ତୁ : ଘନ କୁହୁଡ଼ିରୁ କୋରାପୁଟ ଲମତାପୁଟରେ ଦୁର୍ଘଟଣା : ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ

ପୁଞ୍ଜିସିଲ ଗାଁରେ ୫୫ରୁ ଅଧିକ ଆଦିବାସୀ ପରିବାର ବସବାସ କରୁଛନ୍ତି । ପର୍ଯ୍ୟଟକଙ୍କୁ  ପିଇବା ପାଣି ଓ ରନ୍ଧା କାଠ ଯୋଗାଇ ଦୁଇ ପଇସା ରୋଜଗାର କରୁଛନ୍ତି। ଜିଲ୍ଲା ପର୍ଯ୍ୟଟନ  ବିଭାଗ ଦ୍ବାରା ଏହି ସ୍ଥାନଟିର ଉନ୍ନତିକରଣ କରାଗଲେ ଗାଁ ଲୋକଙ୍କୁ ରୋଜଗାର ମିଳିବା ସହ ପର୍ଯ୍ୟଟନର  ବିକାଶ ହୋଇପାରନ୍ତା। ଅନ୍ୟପଟେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି, ଖୁବଶୀଘ୍ର ବିକାଶ ଦେଖିବ ପୁଞ୍ଜିସିଲ୍‌।

ଅଧିକ ପଢ଼ନ୍ତୁ : ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି: କୋରାପୁଟ ଦାମନଯୋଡିରେ ସର୍ବନିମ୍ନ ତାପାମତ୍ରା ୨.୯ ଡିଗ୍ରୀ ରେକର୍ଡ

ପୁଞ୍ଜିଶିଲ ଭଳି ଆନ୍ଧ୍ର ପ୍ରଦେଶର ଆରକୁ ଭ୍ୟାଲି ରହିଛି। ଯାହା ପୁଞ୍ଜିଶିଲ ଠାରୁ ଟିକେ ଛୋଟ। କିନ୍ତୁ ଆନ୍ଧ୍ର ସରକାରଙ୍କ ଦ୍ଵାରା ଏଠାରେ ବିରାଟ ତୋରଣ, ପାର୍କ ଆଦି କରି ଏହାର ସୌନ୍ଦର୍ଯ୍ୟୀକରଣ  କରାଯାଇଛି। ହେଲେ ଓଡ଼ିଶା ପର୍ୟ୍ୟଟନ ମାନଚିତ୍ରରେ ଆଜି ପର୍ଯ୍ୟନ୍ତ  ପୁଞ୍ଜିସିଲ୍‌ ସ୍ଥାନ ନପାଇବାକୁ ନେଇ ଜିଲ୍ଲାବାସୀ ଦୁଃଖ ପ୍ରକାଶ କରିଛନ୍ତି।