Tourism Photograph: (kanak news)
କନକ ବ୍ୟୁରୋ : ପର୍ଯ୍ୟଟନର ହବ୍ କୋରାପୁଟ , ଓଡ଼ିଶାର ଭୂସ୍ବର୍ଗ କୁହାଯାଉଥିବା କୋରାପୁଟକୁ ବର୍ଷ ତମାମ ଜାରି ରହିଥାଏ ପର୍ଯ୍ୟଟକଙ୍କ ଭିଡ଼ । ଖାସ୍ କରି ଶୀତ ଦିନେ ଏହି ଭିଡ଼ ବହୁଗୁଣିତ ହୋଇଯାଏ । ଶୀତର ହାଲକା ସ୍ପର୍ଶ ସହ ପ୍ରକୃତିର ଅପରୂପ ଶୋଭାକୁ ମନ ଭରି ଉପଭୋଗ କରିବାକୁ କୋରାପୁଟରେ ଜମେ ପର୍ଯ୍ୟଟକଙ୍କ ଭିଡ଼ । କେବଳ ଦେଓମାଳି ନୁହେଁ, କୋରାପୁଟର ଆଉ ଏକ ଅନନ୍ୟ ଶୋଭାରାଜି ପର୍ଯ୍ୟଟନସ୍ଥଳ ହେଉଛି ତଳମାଳି । ବିସ୍ତୀର୍ଣ୍ଣ ଉପତ୍ୟକା ସହ ଆଖି ପାଉନଥିବା ଭଳି ପାହାଡ଼ମାଳ, ପର୍ଯ୍ୟଟକଙ୍କୁ ପ୍ରକୃତି ଭିତରେ ବାନ୍ଧି ରଖେ । ଖାସ୍ ସେଇଥିପାଇଁ ପର୍ଯ୍ୟଟନ ଋତୁ ଆସିଲେ ତଳମାଳିକୁ ଛୁଟନ୍ତି ପର୍ଯ୍ୟଟକ ।
ଭିଡ଼କୁ ଦୃଷ୍ଟିରେ ରଖି ଏଠାରେ ଇକୋ ରିଟ୍ରିଟ୍ ବି ଆୟୋଜିତ ହେଉଥିଲା । ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ପ୍ରକୃତି କୋଳରେ ରାତି କାଟିବା ସହ ମନଲୋଭା ଦୃଶ୍ୟକୁ ବି ମନଭରି ଉପଭୋଗ କରିପାରୁଥିଲେ । ହେଲେ ଏବେ ଏହି ଇକୋ ରିଟ୍ରିଟ୍କୁ ଉଚ୍ଛେଦ କରାଯାଇଛି । ତଳମାଳି ପାହାଡ଼ ଉପରେ ଅପ୍ରାଧିକୃତ ଭାବେ ଇକୋ ରିଟ୍ରିଟ୍ ଚାଲିଥିବା ଦର୍ଶାଇ କୋରାପୁଟ ଜିଲ୍ଲା ପ୍ରଶାସନ ଏହାକୁ ଉଚ୍ଛେଦ କରିଛି । ଅଭିଯୋଗ ହୋଇଛି ଯେ କୋରାପୁଟ ଓ କୋରାପୁଟ କାର୍ଣ୍ଣିଭାଲ୍ ନାଁରେ ଦୁଇଟି ସଂସ୍ଥା ବିନା ଅନୁମତିରେ ମାସେ ଧରି ଏହି ଇକୋ ରିଟ୍ରିଟ୍ ଚଳାଇଥିଲେ ।
ଅଧିକ ପଢ଼ନ୍ତୁ--ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ ଖରାପ ; ହସ୍ପିଟାଲ ଏବେ ଭୂତକୋଠିରେ ପରିଣତ
ଗ୍ରାମବାସୀଙ୍କ ଅଭିଯୋଗ ପରେ ଏନେଇ ନୋଟିସ ଜାରି କରିଥିଲେ କୋରାପୁଟ ଉପଜିଲ୍ଲାପାଳ। ଆଉ ଆବଶ୍ୟକୀୟ କାଗଜ ଦେଖାଇ ନ ପାରିବାରୁ ଏଠାରେ କରାଯାଉଛି ଉଚ୍ଛେଦ। ଘଟଣାସ୍ଥଳରେ କୋରାପୁଟ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, କୋରାପୁଟ ତହସିଲଦାର, ନାରାୟଣପାଟଣା ଓ ପଟ୍ଟାଙ୍ଗି ତହସିଲଦାର ଓ ପୁଲିସଙ୍କ ଉପସ୍ଥିତିରେ ଉଚ୍ଛେଦ ହୋଇଛି। ଦୁଇ ଦିନ ମଧ୍ୟରେ ପୂରା ଉଚ୍ଛେଦ ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ମିଳିଛି। ତେବେ ଏବେ ପ୍ରଶ୍ନ ଉଠିଛି...
ମାସେ ଧରି ଇକୋ ରିଟ୍ରିଟ୍ ଚାଲିଥିଲା, ପ୍ରଶାସନ ଜାଣିନଥିଲା କେମିତି ?
ବେସରକାରୀ ସଂସ୍ଥାକୁ ପ୍ରବେଶ ଅନୁମତି ଦେଲା କିଏ ?
ନା ଜାଣିଶୁଣି ପ୍ରଶାସନ ନାକ ତଳେ ସବୁ ଚାଲିଥିଲା ?
ଜଣାଶୁଣା ପର୍ଯ୍ୟଟନ ସ୍ଥଳରେ ଏତେ ବଡ଼ ଆୟୋଜନ ହେଲା କେମିତି ?
ଇକୋ ରିଟ୍ରିଟ୍ ହଟିବା ପରେ କେଉଁଠି ରହିବେ ପର୍ଯ୍ୟଟକ ?
ପର୍ଯ୍ୟଟକଙ୍କ ରହଣି ପାଇଁ କି ବ୍ୟବସ୍ଥା କରିଛି ପ୍ରଶାସନ ?
ରହଣି ବ୍ୟବସ୍ଥା ନ କରି ଇକୋ ରିଟ୍ରିଟ୍ ଉଚ୍ଛେଦ, କେତେ ଦୂର ଠିକ୍ ?
ରୋଜଗାର ପାଉଥିବା ସ୍ଥାନୀୟ ଲୋକଙ୍କ ପାଇଁ କି ପଦକ୍ଷେପ ନେବ ପ୍ରଶାସନ ?
ରହିବା ବ୍ୟବସ୍ଥା ନଥିବାରୁ କମିବନି କି ତଳମାଳିକୁ ପର୍ଯ୍ୟଟକଙ୍କ ସଂଖ୍ୟା ?
Follow Us