କୋଣାର୍କରେ ଆରମ୍ଭ ହେଲା ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’, ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୂର୍ଯ୍ୟ ମନ୍ଦିର ପରିସରରେ ଲାଇଟ୍‌ ଆଣ୍ଡ ସୋ’ ର ଉନ୍ନତିକରଣ ପ୍ରକଳ୍ପକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରାଙ୍ଗଣରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ସ୍ଥାପନ କରାଯାଇଥିବା "ଲାଇଟ୍ ଏବଂ ସାଉଣ୍ଡ୍ ସୋ ଅପ୍‌ଗ୍ରେଡେସନ୍ ପ୍ରକଳ୍ପ" କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଉଦ୍‌ଘାଟନ କରିଛନ୍ତି

9

Light & Sound Show Photograph: (KanakNews)

କନକ ବ୍ୟୁରୋ: କୋଣାର୍କର କାହାଣୀ କହୁଛି ଲାଇଟ୍ ଏଣ୍ତ ସାଉଣ୍ତ । ସୂର୍ଯ୍ୟ ମନ୍ଦିର ପରିସରରେ ଲାଇଟ୍‌ ଆଣ୍ଡ ସୋ’ ର ଉନ୍ନତିକରଣ ପ୍ରକଳ୍ପକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରାଙ୍ଗଣରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ସ୍ଥାପନ କରାଯାଇଥିବା "ଲାଇଟ୍ ଏବଂ ସାଉଣ୍ଡ୍ ସୋ ଅପ୍‌ଗ୍ରେଡେସନ୍ ପ୍ରକଳ୍ପ" କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଉଦ୍‌ଘାଟନ କରିଛନ୍ତି । ଅତ୍ୟାଧୁନିକ ଓ ଉଚ୍ଚ-ରିଜୋଲ୍ୟୁସନ୍ ଡିଜିଟାଲ୍ ୮ ଗୋଟି ଲେଜର୍ ପ୍ରୋଜେକ୍ଟର୍ କୁ ନୂତନ ଭାବେ ସ୍ଥାପନ କରାଯାଇଛି । ଗୋଟେ ସୋ ରେ ୩ଶହ ଜଣ ପର୍ଯ୍ୟଟକ ମୁକ୍ତାକାଶ ତଳେ ବସି ଏହି ସୋ କୁ ଦେଖିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । 

ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା: ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍‌ ଜେରା କଲା ସିବିଆଇ

ଉଚ୍ଚ-ରିଜୋଲ୍ୟୁସନ୍ ଭିତ୍ତିକ ଲେଜର୍ ପ୍ରୋଜେକ୍ଟର୍ ଲଗାଯିବା ଦ୍ୱାରା ଏହା ସୂର୍ଯ୍ୟମନ୍ଦିର ପ୍ରତ୍ୟେକ ଶିଳ୍ପକଳା, ପ୍ରତ୍ୟେକ ଢାଞ୍ଚା, ପ୍ରତ୍ୟେକ ଐତିହାସିକ ଅଭିବ୍ୟକ୍ତି ଅତ୍ୟନ୍ତ ସ୍ପଷ୍ଟ ଓ ଜୀବନ୍ତ ଭାବରେ ଆଲୋକରେ ପ୍ରକାଶିତ କରୁଥିବା ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଦର୍ଶକଙ୍କ ପାଇଁ ସମ୍ପୂର୍ଣ୍ଣ ହେଡଫୋନ୍-ଆଧାରିତ ବ୍ୟବସ୍ଥାକୁ ବଦଳାଯାଇ ଏକ ଆଧୁନିକ, ଓପନ୍-ସରାଉଣ୍ଡ ସାଉଣ୍ଡ ସିଷ୍ଟମ୍ ର ବ୍ୟବସ୍ଥା କରାଯାଇଛି । ଯାହା ପର୍ଯ୍ୟଟକଙ୍କୁ ସୂର୍ଯ୍ୟମନ୍ଦିରର ଐତିହାସିକ କାହାଣୀ ଶୁଣିବାକୁ ଶ୍ରୁତିମଧୁର ଅନୁଭିତି ମିଳିବ । ପ୍ରତେକ ଦିନ ୬.୩୦ ମିନିଟରୁ ୭ ପର୍ଯ୍ୟନ୍ତ ଏହା ଚାଲିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଦୁଇଟି ସୋ ଚାଲିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । ଉଦଘାଟନ କରିବା ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ସମେତ ଉଚ୍ଚ ପ୍ରଶାସନିକ ଅଧିକାରମାନେ ଏହି ଲାଇଟି ଆଣ୍ଡ ସୋ କୁ ବସି ଉପଭୋଗ କରିଥିଲେ । ଏହି ସୋକୁ ଦେଖି ଉପମୁଖ୍ୟମନ୍ତ୍ରୀ ବିମୋହିତ ହୋଇପଡିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe