କନକ ବ୍ୟୁରୋ: ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା । ରବିବାର ଏହାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ୍ ନୁହେଁ, ସେମାନେ ନିଜକୁ ମଧ୍ୟ ସୁରକ୍ଷା ଦେବା ଉଚିତ୍ ବୋଲି ମମତା କହିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଇଛି । ଝିଅ ବାହାରକୁ ବାହାରିବା ନେଇ ଅଜବ ଯୁକ୍ତିକୁ କଡା ସମାଲୋଚନା କରିଛନ୍ତି ଜାତୀୟ ମହିଳା କମିଶନ ସଦସ୍ୟା ଅର୍ଚ୍ଚନା ମଜୁମଦାର ।
ମମତା କହିଥିଲେ ପୀଡିତା ଜଣଙ୍କ ରାତି ୧୨ଟା ୩୦ ପରେ ବାହାରକୁ ଯାଇଥିଲେ ବୋଲି । ଏହାକୁ ମିଛ ବୋଲି କହିବା ସହ ଅର୍ଚ୍ଚା କହିଛନ୍ତି ରାତି ୧୨ଟା ୩୦ ନୁହେଁ ବରଂ ରାତି ୮ଟା ଭିତରେ ସେ ବାହାରକୁ ବାହାରିଥିଲେ । ମମତା ବାନାର୍ଜୀ ଜଣେ ମୁଖ୍ଯମନ୍ତ୍ରୀ ଭାବେ କୌଣସି ବି ବୟାନ ଦେବା ଆଗରୁ ଠିକ୍ ମନ୍ତବ୍ୟ ଦିଅନ୍ତୁ । ବିବାଦୀୟ ବୟାନ ପାଇଁ ଚାରିଆଡୁ ସମାଲୋଚନା ହେବା ପରେ ନିଜ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଗଣମାଧ୍ୟମ ମୋ କଥାକୁ ବିକୃତ କରିଛି । ସମୟ ଠିକ୍ କୁହନ୍ତୁ ବୋଲି କହି ସମାଲୋଚନା କରିଛନ୍ତି ଅର୍ଚ୍ଚନା । ସେପଟେ ଏହି ଘଟଣାରେ ମୋଟ ୫ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପଶ୍ଚିମବଙ୍ଗ ପୁଲିସ୍ । ରବିବାର ୩ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣଙ୍କୁ ଦୁର୍ଗାପୁର ଥାନାରେ ଅଟକ ରଖି ପଚରାଉଚରା ଚାଲିଛି ।