କୋଇଡ଼ା ଖଣି ଅଞ୍ଚଳର ଶିଶୁଙ୍କ ଦୁଃଖ ବୁଝିବ କିଏ ? ଦୋଷ ଝାଡ଼ିଦେଲେ ମନ୍ତ୍ରୀ ଓ ଅଧିକାରୀ

ଖଣିରୁ ସରକାରଙ୍କୁ ମିଳୁଛି ପୁଳାପୁଳା ଟଙ୍କା । ହେଲେ ପ୍ରତିଦାନରେ ଅଞ୍ଚଳବାସୀଙ୍କୁ ମିଳିଛି ପ୍ରତିଶ୍ରୁତି ଓ ପ୍ରତାରଣା । ଅଞ୍ଚଳର ବିକାଶ ସରକାରୀ ଅଧିକାରୀଙ୍କ ଦାୟିତ୍ୱ । ଖଣି ଅଞ୍ଚଳର ପିଲା କିପରି ପାଠ ପଢିବେ, ଆଗକୁ ବଢିବେ ସେଥିପାଇଁ ସରକାର ସ୍ତରରେ ଉଦ୍ୟମ କରାଯାଏ ।

Koida Mining Crisis

Koida Mining Crisis Photograph: (Kanak News)

କନକ ବ୍ୟୁରୋ : କୋଇଡ଼ା ଖଣି ଅଞ୍ଚଳର ଦୃଶ୍ୟ ସାରା ରାଜ୍ୟକୁ ବିଚଳିତ କରିଥିଲା । କୁନି ପିଲାଙ୍କ ଯନ୍ତ୍ରଣା ଦେଖି ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ରାଜ୍ୟବାସୀ । ଦାୟିତ୍ୱବାନ ଗଣମାଧ୍ୟମ ଭାବେ ଆମେ ରାଜ୍ୟବାସୀଙ୍କ ସାମ୍ନାରେ ରଖିଥିଲୁ ଖବର । ଦୃଶ୍ୟଟି ପ୍ରତିଟି ଓଡ଼ିଆଙ୍କୁ ଆନ୍ଦୋଳିତ କଲା । ହେଲେ ସମାଧାନର ବାଟ ବାହାର ନକରି ନିଜ ବିଭାଗ ଅଧିନରେ ଆସୁନଥିବା କହି ଦୋଷ ଝାଡ଼ିଦେଲେ ଖଣି ମନ୍ତ୍ରୀ । ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନଦେଇ ସରକାରଙ୍କ ବିଚାର ବହିରେ ଏହାକୁ ସୀମିତ ରଖିଛନ୍ତି ।

ଅଧିକ ପଢ଼ନ୍ତୁ : ଜୀବନ ଏଠି ମୂଲ୍ୟହୀନ ! ପୋଡ଼ି ଯାଉଛି ପାଠ..ମରିଯାଉଛି ମନ.. ଧ୍ୱସ୍ତବିଧ୍ୱସ୍ତ ପିଲାଦିନ

ଖଣିରୁ ସରକାରଙ୍କୁ ମିଳୁଛି ପୁଳାପୁଳା ଟଙ୍କା । ହେଲେ ପ୍ରତିଦାନରେ ଅଞ୍ଚଳବାସୀଙ୍କୁ ମିଳିଛି ପ୍ରତିଶ୍ରୁତି ଓ ପ୍ରତାରଣା । ଅଞ୍ଚଳର ବିକାଶ ସରକାରୀ ଅଧିକାରୀଙ୍କ ଦାୟିତ୍ୱ । ଖଣି ଅଞ୍ଚଳର ପିଲା କିପରି ପାଠ ପଢିବେ, ଆଗକୁ ବଢିବେ ସେଥିପାଇଁ ସରକାର ସ୍ତରରେ ଉଦ୍ୟମ କରାଯାଏ । କିନ୍ତୁ ମନ୍ତ୍ରୀଙ୍କ ଭଳି ବ୍ଲକ ଶିକ୍ଷାଧିକାରୀ ମଧ୍ୟ ନିଜ ଦାୟିତ୍ୱର ବୋଝ ଉଠାଇବାକୁ ନାରାଜ । ସଚେତନ ଓ ସହଯୋଗର ହାତ ବଢାଇବା ବଦଳରେ ନିରୀହ ଆଦିବାସୀଙ୍କୁ ଉପରେ ଦୋଷ ଲଦିଛନ୍ତି ।

ଖଣି ଅଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି ସରକାର । ହେଲେ ଦୋଷ ଠେଲାଠେଲି ଭିତରେ ବିକାଶ ବାଟବଣା ହେଉଛି, ସରକାରୀ ଯୋଜନା କେବଳ ଲୋକସେବା ଭବନରେ ହିଁ ସୀମିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe