ଝାଡ଼ଖଣ୍ଡରେ ବଡ଼ ଧରଣର ଷଡ୍‌ଯନ୍ତ୍ର, କୋଡ଼ରମା ମରକଚୋ ଥାନା ବାହାଦୁରପୁର ଗାଁ ନିକଟ ଗୋଦାମରୁ ବିପୁଳ ପରିମାଣର ବିସ୍ଫୋରକ ଲୁଟ୍

Advertisment

କୋଡ଼ରମା ମରକଚୋ ଥାନା ବାହାଦୁରପୁର ଗାଁ ନିକଟ ଗୋଦାମରୁ ବିପୁଳ ପରିମାଣର ବିସ୍ଫୋରକ ଲୁଟ୍ । ୨୧ ପେଟି ଜିଲୋଟିନ୍‌ ପାଉଡ଼ର ଲୁଟ୍‌ । ମାଓବାଦୀଙ୍କ ସମ୍ପୃକ୍ତି ସନ୍ଦେହ ।

କୋଡ଼ରମା ମରକଚୋ ଥାନା ବାହାଦୁରପୁର ଗାଁ ନିକଟ ଗୋଦାମରୁ ବିପୁଳ ପରିମାଣର ବିସ୍ଫୋରକ ଲୁଟ୍ । ୨୧ ପେଟି ଜିଲୋଟିନ୍‌ ପାଉଡ଼ର ଲୁଟ୍‌ । ମାଓବାଦୀଙ୍କ ସମ୍ପୃକ୍ତି ସନ୍ଦେହ ।

explosives-stolen

explosives-stolen Photograph: (KanakNews)

କନକ ବ୍ୟୁରୋ;  ଝାଡ଼ଖଣ୍ଡରେ ବଡ଼ ଷଡ଼୍‌ଯନ୍ତ୍ର । କୋଡ଼ରମା ଜିଲ୍ଲା ମରକଚୋ ଥାନା ଅନ୍ତର୍ଗତ ନାୱାଡିହର ବାହାଦୁରପୁର ଗାଁ ନିକଟରେ ଥିବା ଏକ ବିସ୍ଫୋରକ ଗୋଦାମରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରି ଲୁଟ୍ । ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ବିସ୍ଫୋରକ ଗୋଦାମଟି ୨୦୧୬ ମସିହାରୁ ନକ୍ସଲଙ୍କୁ ବିସ୍ଫୋରକ ଯୋଗାଣ ମାମଲାରେ ସିଲ୍‌ ହୋଇ ରହିଥିଲା । ସୂଚନା ଅନୁସାରେ, ଘନଜଙ୍ଗଲ ମଧ୍ୟରେ ଥିବା ବାରୁଦ ଗୋଦାମର ମୁଖ୍ୟଦ୍ୱାରରେ ଦୁଇଟି ତାଲା ଲଗାଯାଇଥିଲା । ଦୁର୍ବୃତ୍ତମାନେ ଗୋଟିଏ ତାଲା ଭାଙ୍ଗି ଓ ଅନ୍ୟଟିକୁ ଗ୍ୟାସ୍‌ କଟର୍‌ ସାହାଯ୍ୟରେ କାଟି ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ:  ଦିଲ୍ଲୀ ବ୍ଲାଷ୍ଟ ପଛରେ 'ପୁଲଓ୍ୱାମା' କନେକ୍ସନ୍! ବିସ୍ଫୋରକ କାରକୁ ନେଇ ବଡ଼ ଖୁଲାସା

ଭିତରେ ରଖାଯାଇଥିବା ୭୮ ପେଟିରୁ ୨୧ ପେଟି ଜିଲୋଟିନ୍‌ ପାଉଡ଼ର ସେମାନେ ନେଇ ଯାଇଛନ୍ତି । ସକାଳେ କାଠ ଆଣିବାକୁ ଯାଇଥିବା ଗ୍ରାମବାସୀ ମୁଖ୍ୟଦ୍ବାର ଭଙ୍ଗା ହୋଇଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ । ଏତେ ପରିମାଣର ବିସ୍ଫୋରକ ଲୁଟ୍‌ ହେବା ପଛରେ ଏକ ବଡ଼ ଗ୍ୟାଙ୍ଗ୍‌ କିମ୍ବା ନକ୍ସଲ ସଙ୍ଗଠନର ହାତ ଥିବା ସନ୍ଦେହ କରାଯାଉଛି । ତେବେ ନକ୍ସଲ ଅଧ୍ୟୁଷିତ ସମ୍ବେଦନଶୀଳ ଅଞ୍ଚଳରେ ଥାନାରୁ ୯ କିମି ଦୂରରେ ସିଲ୍‌ ଥିବା ଗୋଦାମର ସୁରକ୍ଷା ବ୍ୟବସ୍ଥା କାହିଁକି ଅବହେଳିତ ଥିଲା ବୋଲି ପ୍ରଶ୍ନ ଉଠିଛି । ସେଠାରେ କୌଣସି ସୁରକ୍ଷାକର୍ମୀ ଓ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା ନଥିବା ଗଭୀର ସନ୍ଦେହ ସୃଷ୍ଟି କରୁଛି । ଗତବର୍ଷ ସୁନ୍ଦରଗଡ଼ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ବି ବିପୁଳ ପରିମାଣର ବିସ୍ଫୋରକ ଲୁଟ୍ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe