ସ୍ବର୍ଗଦ୍ବାର ସାମ୍ନାରେ ଗଡ଼ିଲା ମୁଣ୍ଡ, ସମ୍ପର୍କୀୟଙ୍କ ଶେଷକୃତ୍ୟ ସାରି ଫେରିବା ବେଳେ ବଚସାରୁ ଛୁରି ମାଡ଼

Advertisment

ସମ୍ପର୍କୀୟଙ୍କ ଶେଷକୃତ୍ୟ ସାରି ଫେରିବା ବେଳେ ବଚସାରୁ ଛୁରି ମାଡ଼ । ଅନ୍ୟ ଜଣେ ଯୁବକ ଗୁରୁତର ।

ସମ୍ପର୍କୀୟଙ୍କ ଶେଷକୃତ୍ୟ ସାରି ଫେରିବା ବେଳେ ବଚସାରୁ ଛୁରି ମାଡ଼ । ଅନ୍ୟ ଜଣେ ଯୁବକ ଗୁରୁତର ।

Swargadwar

Swargadwar Photograph: (KanakNews)

କନକ ବ୍ୟୁରୋ:ପୁରୀରେ ପୁଣି ହତ୍ୟାକାଣ୍ଡ । ସ୍ବର୍ଗଦ୍ବାର ସାମ୍ନାରେ ଗଡ଼ିଲା ମୁଣ୍ଡ । ମୃତକ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗାଁର ର ରଞ୍ଜନ କୁମାର ଦାସ । ରଞ୍ଜନ ତାଙ୍କର ଜଣେ ସମ୍ପର୍କୀୟଙ୍କର ଶେଷକୃତ୍ୟ କରିବାକୁ ପୁରୀ ସ୍ବର୍ଗଦ୍ବାର ଆସିଥିଲେ। ଶେଷକୃତ୍ୟ ପରେ ସ୍ୱର୍ଗଦ୍ବାର ବାହାରକୁ ଯିବା ସମୟରେ ଜଣେ ଯୁବକଙ୍କ ସହ ବଚସା ହୋଇଥିଲା ।

ଅଧିକ ପଢନ୍ତୁ: ହାତରେ ବନ୍ଧୁକ ଧରି ବାନ୍ଧବୀଙ୍କୁ ଧମକାଇଲେ ଯୁବକ

ବଚସା ପରେ ରଞ୍ଜନଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଦୁର୍ବୃତ୍ତ। ଫଳରେ ଘଟଣାସ୍ଥଳରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ସାଙ୍ଗରେ ଥିବା ଆଉ ଜଣେ ଯୁବକଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଦୁର୍ବୃତ୍ତ। ଗୁରୁତର ଆହତ ଯୁବକ ହେଉଛନ୍ତି ମାନସ ରଞ୍ଜନ ନାୟକ। ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । 

ଷ୍ଟୋରୀ ଅପଡେଟ୍‌ ହେଉଛି..
.

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe