କନକ ବ୍ୟୁରୋ: ଆଜି ରାଜକୋଟଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟ ୟ ଦିନିକିଆ ଅନ୍ତର୍ଜାତୀୟ ଖେଳାଯାଉଛି । ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଭାରତ ପକ୍ଷରୁ ଶୁବମନ ଗିଲ ଓ ରୋହିତ ଶର୍ମା ବ୍ୟାଟିଂ ଓପନ କରିଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଭାରତ ୧୦ ଓଭରରେ କୌଣସି ଓ୍ବିକେଟ୍ ନ ହରାଇ ୫୭ ରନ କରିଛି । ରୋହିତ ୨୧ ଓ ଶୁବମନ ୩୧ ରନ କରି ଖେଳୁଛନ୍ତି ।
ଅଧିକ ପଢ଼ନ୍ତୁ : ରଦ୍ଦ ନୁହେଁ ବିଳମ୍ବିତ ହେଉଛି ପାକ-ଜନ୍ମିତ ଆମେରିକୀୟ ଖେଳାଳିମାନଙ୍କ ଭାରତୀୟ ଭିସା
ଆଜିର ମ୍ୟାଚ ରୋହିତଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ, କାରଣ ସେ ଆଉ ୨ଟି ଛକା ମାରିଲେ ସେ ନ୍ୟୁଜିଲାଣ୍ଡ ବିରୋଧରେ ସର୍ବାଧିକ ଛକା ମାରିବାର ରେକର୍ଡ କରିବେ । ଏବେ ଏହି ରେକର୍ଡ ପାକିସ୍ତାନର ଶାହିଦ ଆଫ୍ରିଦିଙ୍କ ନାମରେ ରହିଛି ।
ଅଧିକ ପଢ଼ନ୍ତୁ : ହକି ଇଣ୍ଡିଆ ଲିଗ୍: ବେଙ୍ଗଲ ଟାଇଗର୍ସର ଦ୍ୱିତୀୟ ବିଜୟ
ଆଜିର ଭାରତୀୟ ଦଳରେ ଆହତ ଓ୍ବାସିଂଟନ ସୁନ୍ଦରଙ୍କ ସ୍ଥାନରେ ନୀତୀଶ କୁମାର ରେଡ୍ଡୀଙ୍କୁ ଦଳରେ ସାମିଲ କରାଯାଇଛି । ନୀତୀଶ ମଧ୍ୟ ଜଣେ ଭଲ ଅଲରାଉଣ୍ଡର୍, ଯିଏକି ମଧ୍ୟକ୍ରମରେ ଉପଯୋଗୀ ବ୍ୟାଟିଂ କରିବା ସହ ଦଳର ୬ଷ୍ଠ ବୋଲର ଭୂମିକା ନିର୍ବାହ କରିପାରିବେ । ତାଙ୍କର ପେସ ବୋଲିଂ ଦଳର ବୋଲିଂ ବିଭାଗକୁ ଅଧିକ ସନ୍ତୁଳନ ପ୍ରଦାନ କରିବ । ଏଣୁ ତାଙ୍କ ସହ ଦଳ ପଡ଼ିଆକୁ ଓହ୍ଲାଇଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଜେଡେନ ଲେନକ୍ସ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/01/14/11-2026-01-14-14-22-00.jpeg)