କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ବୟାନ, ସରକାର ଆଣିବେ ନାହିଁ ରାହୁଲଙ୍କ ବିରୋଧରେ ସ୍ୱତନ୍ତ୍ର ପ୍ରସ୍ତାବ

Advertisment

ସାମ୍ବାଦିକଙ୍କ ସହିତ କଥାବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ମାମଲାକୁ ଗୃହର ସ୍ବାଧୀକାର କମିଟିକୁ ପଠାଇବା କିମ୍ବା ସିଧାସଳଖ ଲୋକସଭାକୁ ଆଣିବା ପାଇଁ ବାଚସ୍ପତିଙ୍କ ସହ ପରାମର୍ଶ କରାଯିବ। ଏହା ଏପର୍ୟ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ସେ ଉଲ୍ଲେଖ କରିଥିଲେ ଯେ, ଯେହେତୁ ଜଣେ ସଦସ୍ୟ ପୂର୍ବରୁ ପ୍ରସ୍ତାବ ପାଇଁ ଏକ ନୋଟିସ ଦାଖଲ କରିସାରିଛନ୍ତି, ତେଣୁ ସରକାର ନିଜସ୍ୱ ପ୍ରସ୍ତାବ ଆଗତ କରିବାରୁ ନିବୃତ୍ତ ରହିବେ।

A3

କନକ ବ୍ୟୁରୋ : କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଣସଂସଦୀୟ ଭାଷା ବ୍ୟବହାର କରିବା ପାଇଁ ରାହୁଲ ଗାନ୍ଧୀଙ୍କ ବିରୋଧରେ ସରକାର ସ୍ବତନ୍ତ୍ର ପ୍ରସ୍ତାବ ଆଣିବେ ନାହିଁ। ବିଜେପି ସାଂସଦମାନେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିବାକୁ ଚାହୁଁଥିଲେ। ବିଜେପି ସାଂସଦ ଏହି ପ୍ରସଙ୍ଗରେ ଏକ ନୋଟିସ ମଧ୍ୟ ଦାଖଲ କରିଥିଲେ। କିନ୍ତୁ ପ୍ରସ୍ତାବ ଆଣିବାର ଯୋଜନାକୁ ସରକାର ସ୍ଥଗିତ ରଖିଛନ୍ତି।

ଅଧିକ ପଢ଼ନ୍ତୁ : ପୁଣି ରଦ୍ଦ ହେବ କି ରାହୁଲ ଗାନ୍ଧୀଙ୍କ ସାଂସଦ ପଦ; ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ସୂଚନା

ସାମ୍ବାଦିକଙ୍କ ସହିତ କଥାବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ମାମଲାକୁ ଗୃହର ସ୍ବାଧୀକାର କମିଟିକୁ ପଠାଇବା କିମ୍ବା ସିଧାସଳଖ ଲୋକସଭାକୁ ଆଣିବା ପାଇଁ ବାଚସ୍ପତିଙ୍କ ସହ ପରାମର୍ଶ କରାଯିବ। ଏହା ଏପର୍ୟ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ସେ ଉଲ୍ଲେଖ କରିଥିଲେ ଯେ, ଯେହେତୁ ଜଣେ ସଦସ୍ୟ ପୂର୍ବରୁ ପ୍ରସ୍ତାବ ପାଇଁ ଏକ ନୋଟିସ ଦାଖଲ କରିସାରିଛନ୍ତି, ତେଣୁ ସରକାର ନିଜସ୍ୱ ପ୍ରସ୍ତାବ ଆଗତ କରିବାରୁ ନିବୃତ୍ତ ରହିବେ। ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବା ପାଇଁ ବିଜେପି ସାଂସଦ ନିଶିକାନ୍ତ ଦୁବେ ତାଙ୍କ ବିରୋଧରେ ଲୋକସଭାରେ ଏକ ସ୍ବତନ୍ତ୍ର ପ୍ରସ୍ତାବ ଆଣିଥିଲେ। ରାହୁଲ ଗାନ୍ଧୀ ଦେଶ ବିରୋଧୀ ଶକ୍ତିଙ୍କ ସହଯୋଗରେ ଦେଶକୁ ବିଭ୍ରାନ୍ତ କରୁଛନ୍ତି ବୋଲି ଦୁବେ ଅଭିଯୋଗ କରିଥିଲେ। ସାରା ଜୀବନ ପାଇଁ ରାହୁଲଙ୍କ ସଂସଦୀୟ ସଦସ୍ୟତା ରଦ୍ଦ କରିବା ସହ ତାଙ୍କୁ ନିର୍ବାଚନ ଲଢ଼ିବାରୁ ବାରଣ କରାଯାଉ ‌ବୋଲି ଦୁବେ କହିଥିଲେ। ରାହୁଲ ଜର୍ଜ ସୋରସ୍‌ଙ୍କ ଭଳି ଭାରତ ବିରୋଧୀ ଶକ୍ତିମାନଙ୍କ ସହଯୋଗରେ ଦେଶକୁ ବିଭ୍ରାନ୍ତ କରୁଛନ୍ତି ବୋଲି ଦୁବେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe