କିଡନି ଖରାପ ତଥାପି କରୁଛନ୍ତି କାମ ; ସହାୟତା ପାଇଁ ସରକାରଙ୍କୁ ଗୁହାରି

Advertisment

ଦୁଇଟି ଯାକ କିଡ୍‌ନି ଫେଲ୍‌ ହୋଇଯାଇଛି । ତଥାପି ପଞ୍ଚାୟତ କାର୍ଯ୍ୟାଳୟ ଆସି ଲୋକଙ୍କ ସମସ୍ୟା ବୁଝନ୍ତି । ଧୀରେ ଧୀରେ ଶରୀର ଦୁର୍ବଳ ହେବାର ଲାଗିଛି । ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ । ଯାହା ଥିଲା ସବୁ ଖର୍ଚ୍ଚ ହୋଇସାରିଲାଣି । ହେଲେ ତାଙ୍କ ମନୋବଳ କିନ୍ତୁ ଭାଙ୍ଗିନି ।

ଦୁଇଟି ଯାକ କିଡ୍‌ନି ଫେଲ୍‌ ହୋଇଯାଇଛି । ତଥାପି ପଞ୍ଚାୟତ କାର୍ଯ୍ୟାଳୟ ଆସି ଲୋକଙ୍କ ସମସ୍ୟା ବୁଝନ୍ତି । ଧୀରେ ଧୀରେ ଶରୀର ଦୁର୍ବଳ ହେବାର ଲାଗିଛି । ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ । ଯାହା ଥିଲା ସବୁ ଖର୍ଚ୍ଚ ହୋଇସାରିଲାଣି । ହେଲେ ତାଙ୍କ ମନୋବଳ କିନ୍ତୁ ଭାଙ୍ଗିନି ।

Sarpancha

Sarpancha Photograph: (kanak news)

କନକ ବ୍ୟୁରୋ : ବର୍ଦ୍ଧିତ ଦରମାକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଲୋକଙ୍କ ପ୍ରତିନିଧି ବିଧାୟକ । ବିଧାୟକଙ୍କର ଏକକାଳୀନ ଦରମା ବଢ଼ିବା ବର୍ତ୍ତମାନ ସମୟର ସବୁଠୁ ବଡ଼ ଖବର । ଗୋଟେ ପଟେ ବିଧାୟକଙ୍କୁ ମୋଟା ଅଙ୍କର ଟଙ୍କା ମିଳୁଥିବା ବେଳେ ଗ୍ରାମ ସ୍ତରରେ ଥିବା ଲୋକଙ୍କ ପ୍ରତିନିଧି କିନ୍ତୁ କଷ୍ଟରେ ବଞ୍ଚୁଛନ୍ତି । ସେଭଳି ଚିତ୍ର ଏବେ ସାମନାକୁ ଆସିଛି ଗଜପତିରୁ ।  ଲୋକଙ୍କ ସେବା ପାଇଁ ଆଗକୁ ଆସିଲେ ପ୍ରଥମ କରି ସରପଞ୍ଚ ଭାବେ ନିର୍ବାଚିତ ବି ହେଲେ । ହେଲେ ଭାଗ୍ୟ ଆକାଶରେ ହଠାତ୍‌ ଏମିତି କଳା ବାଦଲ ଛାଇଯିବ, କେବେ ଚିନ୍ତା କରିନଥିଲେ । ଦୁର୍ନୀତିରେ ଲିପ୍ତ ବାବୁ ଓ ନେତାଙ୍କ କଥା ତ ଆମେ ପ୍ରତିଦିନ ଦେଖୁଛେ । ହେଲେ ଆଜି ଆମେ ଏମିତି ଜଣେ ବାବୁଙ୍କୁ ଦେଖିବା ଯିଏ ନିଜର ଜୀବନ ଲୋକଙ୍କ ସେବା ପାଇଁ ସମର୍ପି ଦେଇଛନ୍ତି । 

ଦୁଇଟି ଯାକ କିଡ୍‌ନି ଫେଲ୍‌ ହୋଇଯାଇଛି । ତଥାପି ପଞ୍ଚାୟତ କାର୍ଯ୍ୟାଳୟ ଆସି ଲୋକଙ୍କ ସମସ୍ୟା ବୁଝନ୍ତି । ଧୀରେ ଧୀରେ ଶରୀର ଦୁର୍ବଳ ହେବାର ଲାଗିଛି । ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ । ଯାହା ଥିଲା ସବୁ ଖର୍ଚ୍ଚ ହୋଇସାରିଲାଣି । ହେଲେ ତାଙ୍କ ମନୋବଳ କିନ୍ତୁ ଭାଙ୍ଗିନି । ଆମେ କହୁଛୁ ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ ଅନ୍ତର୍ଗତ ରଣ୍ଡିବା ଗ୍ରାମ ପଞ୍ଚାୟତର ସରପଞ୍ଚ ବାଳକୃଷ୍ଣ ବେହେର ଦଳାଇଙ୍କ କଥା । ଯିଏ ନିଜ ଦୁଃଖ କଷ୍ଟକୁ ହୃଦୟରେ ଚାପି ରଖି ଆଗକୁ ବଢ଼ି ଚାଲିଛନ୍ତି । ଦୁଇ ବର୍ଷ ତଳେ ହଠାତ୍‌ ବାଳକୃଷ୍ଣଙ୍କ ଦେହ ଖରାପ ହୋଇଗଲା । 

ଅଧିକ ପଢ଼ନ୍ତୁ--ଗଛ ଚଢ଼ିଲେ ଶୁଭୁଛି ହ୍ୟାଲୋ : ନେଟୱର୍କ ପାଇଁ ନୟାନ୍ତ ହେଉଛନ୍ତି ଲୋକେ

ପ୍ରଥମେ ଚନ୍ଦ୍ରଗିରି ପରେ ବ୍ରହ୍ମପୁର ସହ ଭୁବନେଶ୍ଵରକୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର କରି ଚିକିତ୍ସା କରାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ଦୁଇଟି ଯାକ କିଡନି ଫେଲ୍ ହୋଇଯାଇଛି, ଆଉ କିଛି ଦିନ ବଞ୍ଚିବେ ବୋଲି କହିଥିଲେ । ଏକଥା ଶୁଣିବା ପରେ ତାଙ୍କ ପାଦ ତଳୁମାଟି ଖସିଯାଇଥିଲା । ତଥାପି ସେ ନିଜକୁ ଦୁର୍ବଳ କରିନାହାନ୍ତି , ହାର ମାନିନାହାନ୍ତି । ଦୁଇ ବର୍ଷ ହେବ ଦୁଇଟି କିଡନି ଫେଲ୍‌ ହୋଇଥିଲେ ମଧ୍ୟ ପାଖାପାଖି ୭୦ ଜଣ ରକ୍ତ ଦେଇ ତାଙ୍କୁ ବଞ୍ଚାଇ ଚାଲିଛନ୍ତି । ବର୍ତ୍ତମାନ ଟଙ୍କା ଅଭାବରୁ ଚିକିତ୍ସା କରିବା ମଧ୍ୟ ତାଙ୍କ ପାଇଁ ସମ୍ଭବପର ହୋଇପାରୁନାହିଁ । ନିଜ ଜମି ସହ ସ୍ତ୍ରୀଙ୍କ ଥିବା ସୁନା ଅଳଙ୍କାର ମଧ୍ୟ ବିକ୍ରି କରି ସାରିଲେଣି । ତଥାପି ଚିକିତ୍ସା ସରୁନି କି ଚିନ୍ତା ଯାଉନି ।

ସାରା ରାଜ୍ୟରେ ଥିବା ସରପଞ୍ଚମାନଙ୍କ ମଧ୍ୟରୁ କିଛି ସରପଞ୍ଚ ବି ବାଳକୃଷ୍ଣଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ତଥାପି ଦୁଇ ବର୍ଷରେ ପାଖାପାଖି ୧୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଚିକିତ୍ସା ପାଇଁ ଦୁଇଦିନରେ ଥରେ ତାଙ୍କୁ ବ୍ରହ୍ମପୁର ଆସି ଡାଏଲିସିସ ବି କରିବାକୁ ପଡ଼ୁଛି । ତେବେ ଖର୍ଚ୍ଚ ବଢ଼ିବା ସାଙ୍ଗକୁ ଶରୀର ବି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ତଥାପି ସେ ହାର ମାନିନାହାନ୍ତି । ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଲୋକଙ୍କ ସେବା କରିବା ସହ ପଞ୍ଚାୟତରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରି ଏବେ ପ୍ରଶଂସା ସହ ପ୍ରିୟର ସରପଞ୍ଚ ହୋଇ ପାରିଛନ୍ତି । ଏଭଳି ସରପଞ୍ଚ ପାଇ ପଞ୍ଚାୟତ ବାସିନ୍ଦା ମଧ୍ୟ ବେଶ୍ ଗର୍ବ ଅନୁଭବ କରିବା ସହ ଦୁଃଖ ପ୍ରକାଶ ମଧ୍ୟ କରୁଛନ୍ତି । ସରପଞ୍ଚଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ନେହୁରା ହୋଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe