କନକ ବ୍ୟୁରୋ: ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବ ବଳଦେବଜୀଉ ପରିକ୍ରମା ପ୍ରକଳ୍ପ । ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଭିତ୍ତିଭୂମି ବାବଦକୁ ୧୦୦କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର । ଏନେଇ ସମୀକ୍ଷା ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ କରିଥିଲେ ଆଇନ ମନ୍ତ୍ରୀ । ବୈଠକରେ ଉପସ୍ଥିତ ଥିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଣ୍ଡାମେଣ୍ଟ କମିଶନରଙ୍କ ସହ ଅନ୍ୟ ଅଧିକାରୀ । 

Advertisment

ଆହୁରି ପଢ଼ନ୍ତୁ : ବିହାର ସରକାର ଗଠନର ଫର୍ମୁଲା ବାହାରିଲା: ବିଜେପିର ୧୫ରୁ୧୬ ନେତା ହେବେ ମନ୍ତ୍ରୀ!

ମନ୍ତ୍ରୀଙ୍କ କହିବା ଅନୁସାରେ, ଏହି ପ୍ରକଳ୍ପ ନେଇ ପୂର୍ବରୁ ମଧ୍ୟ ୩ରୁ ୪ଥର ବୈଠକ ହୋଇଛି । ମନ୍ଦିରର ସେବକ, ଟ୍ରଷ୍ଟ ବୋର୍ଡ, ସ୍ଥାନୀୟ ଲୋକ ଏବଂ ଜନ ପ୍ରତିନିଧିଙ୍କ ସହ ଆଲୋଚନ ହୋଇଛି । ଖୁବଶୀଘ୍ର ପ୍ରକଳ୍ପ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଏହାସହ ଆନୁସାଙ୍ଗିକ ଭିତ୍ତିଭୂମି ବାବଦକୁ ଏହା ପ୍ରାୟ ୧୦୦କୋଟିର ପ୍ରକଳ୍ପ ହୋଇପାରେ । ଖୁବଶୀଘ୍ର ଏହାର ଫାଇନାଲ ଡିପିଆର ପ୍ରସ୍ତୁତ ହେବ । ଚଳିତ ଆର୍ଥିକ ବର୍ଷ ଭିତରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି ।