Kidney Photograph: (kanak news)
କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଉପାନ୍ତ ଅଚଂଳରେ ଥିବା ସୁନାପାଲି ଗାଁରେ କିଡନି ରୋଗ ମାହାମାରୀର ରୂପ ନେଉଛି । ବିଗତ ଦିନରେ ଗାଁର ପ୍ରାୟ ୨୦ ଜଣ ରୋଗୀ ଏଥିରେ ମୃତ୍ୟୁ ବରଣ କଲେଣି । ଜୀବନ ବଞ୍ଚାଇବା ପାଇଁ ଲୋକେ ଏବେ ଚିନ୍ତାରେ ରହୁଥିବା ବେଳେ ଅନେକ ପିଲାଙ୍କ ପାଠପଢ଼ାରେ ଡୋରି ଲାଗିଛି । ହେଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।
ଗାଁ ଦାଣ୍ଡ ଶୂନଶାନ, କାଁ ଭାଁ ଲୋକ ଦେଖାଯାଉଛନ୍ତି । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଉପାନ୍ତ ସୁନାପାଲି ଗାଁର ଖବର । ଏଠାରେ ପ୍ରାୟ ୪ଶହରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି । ଗାଁରେ ଧୀରେଧୀରେ କିଡନି ରୋଗ କାୟା ବିସ୍ତାର କରୁଛି । ଭୟରେ ଲୋକ ଭିଟାମାଟି ଛାଡ଼ିବା ଭଳି କଥା ସାମ୍ନାକୁ ଆସୁଛି । ବିଗତ କିଛି ବର୍ଷରେ ଗାଁର ପ୍ରାୟ ୨୦ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଛି ଏ ରୋଗ । ଏବେ ବି ୮- ୧୦ଜଣ ଯୁବକ କିଡ୍ନି ରୋଗରେ ଆକ୍ରାନ୍ତ । ଦିନ ମଜୁରି କଲେ ଘରେ ଚୁଲି ଜଳେ, ତେଣୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏନେଇ ଗାଁ ଲୋକ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ସହଯୋଗ ବଦଳରେ ନିରାଶା ମିଳିଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ---‘ନୂଆବର୍ଷରେ ମହାପ୍ରଭୁଙ୍କୁ କରନି ଅନିଦ୍ରା’; ଶ୍ରୀମନ୍ଦିର ପ୍ରଶାସନକୁ ପଣ୍ଡିତଙ୍କ ଚିଠି
ସୁନାପାଲି ଗାଁରେ ରହିଛି ୩ଟି ନଳକୂପ । ମାତ୍ର ଗୋଟିଏରୁ ପିଇବା ଯୋଗ୍ୟ ପାଣି ବାହାରୁଛି । ଅନ୍ୟଗୁଡ଼ିକ ଅନେକ ସମୟରେ ଅଚଳ । ସରକାରୀ ପାଇପ ପିଇବା ପାଣି ଏଠିକାର ଠିକଣା ପାଉନି, ବସୁଧା ଯୋଜନା କେବଳ ବାହାସ୍ପଟ । ସୁନାପାଲି ଗ୍ରାମବାସୀଙ୍କ ପାଇଁ ବିଶୁଦ୍ଧ ପାଣି ଏକ ସ୍ୱପ୍ନ । ଗାଁରେ ପ୍ରତିବର୍ଷ ଏକାଧିକ ଲୋକ କିଡ୍ନି ରୋଗରେ ପୀଡ଼ିତ ହେଉଛନ୍ତି, ବିଡମ୍ବନା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ଏହାର ଖବର ନାହିଁ । ଯେକୈାଣସି କାରଣ ପାଇଁ ହେଉନା କହିଁକି କିଡ୍ନି ରୋଗରେ ସୁନାପାଲି ଗାଁରେ ଲୋକେ ମୃତ୍ୟୁ ବରଣ କରିବା ସହିତ ଯୁବକମାନେ ରୋଗାକ୍ରାନ୍ତ ହେବା ଚିନ୍ତାର କାରଣ ହୋଇଛି । ଖୁବଶିଘ୍ର ଡାକ୍ତର ଟିମ୍ ସୁନାପାଲିରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଚିକିତ୍ସା ଯୋଗାଇବା ଜରୁରୀ ହୋଇପଡିଛି ।
Follow Us