କନକ ବ୍ୟୁରୋ : ବିଶେଷକରି ଗାଈଗୋରୁଙ୍କୁ ଘାସ ଦେବାପାଇଁ ଲୋକମାନେ ପଡ଼ିଆ ଜମିରୁ ଘାସ ସଂଗ୍ରହ କରିବାକୁ ପଡ଼ିଥାଏ । ନଚେତ୍ ଗାଈଙ୍କୁ ନେଇ ଘାସ ଥିବା ସ୍ଥାନରେ ବାନ୍ଧିବାକୁ ପଡ଼ିଥାଏ । ନହେଲେ ଚରେଇବାକୁ ନେବାକୁ ପଡ଼ିଥାଏ । ଏବେ ଗାଈଙ୍କ ପାଇଁ ଉନ୍ନତ ମାନର ଘାସ ଚାଷ ହେଉଛି । ଆଉ ଏହି ଘାସ ଖାଇଲେ ଗାଈମାନେ ହୃଷ୍ଟପୃଷ୍ଟ ହେବା ସହ ଅଧିକ ମାତ୍ରାରେ କ୍ଷୀର ଦେଇଥାନ୍ତି । ଏଭଳି କିଛି ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ଖୋଦ୍ଧା ଜିଲ୍ଲା ଡଙ୍ଗରପଡ଼ାର ଚାଷୀ ଚିତ୍ତରଞ୍ଜନ ।
ଅଧିକ ପଢ଼ନ୍ତୁ : ସ୍ବାସ୍ଥ୍ୟ ପାଇଁ ସଞ୍ଜିବନୀ : ସକାଳୁ ସକାଳୁ ଖାଲି ପାଦରେ ଘାସରେ ଚାଲିବା
ଘାସ ଚାଷ କରି ଯେ, ଜଣେ ଭଲ ରୋଜଗାର କରିପାରିବ ଏକଥା ପ୍ରମାଣିତ କରିଛନ୍ତି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଡଙ୍ଗରପଡାର ଚାଷୀ ଚିତ୍ତରଞ୍ଜନ । କିଛି ରୋଜଗାର କରିବା ଆଶାରେ ସେ ତାଙ୍କର ଦୁଇ ଏକର ପଡ଼ିଆ ଜମିରେ ଗ୍ରୀନ୍ ନାପିୟର ଚାଷ କରିଛନ୍ତି । ଏହି ଘାସ ଉନ୍ନତମାନର ଚାଷ । ଗୋଖାଦ୍ୟ ଭଳି ଏହି ଘାସର ବ୍ୟବହାର ହୋଇଥାଏ । ଗାଈଗୋରୁଙ୍କୁ ଏହି ଘାସ ଖାଇବାକୁ ଦେଲେ ସେମାନଙ୍କ ସ୍ବାସ୍ଥ୍ୟ ଭଲ ରହିବା ସହ କ୍ଷୀର ଦେଉଥିବା ଗାଈ ଅଧିକ କ୍ଷୀର ଦେଇଥାଏ ।
ଅଧିକ ପଢ଼ନ୍ତୁ : ଘାସ ବି ଦେଇପାରେ ରୋଜଗାର, ୫୦ ଏକର ଜମିରେ ଲେମନ ଗ୍ରାସ ଚାଷ କରିଛନ୍ତି ବ୍ରହ୍ମପୁରର ଏସ୍ ରାମମୂର୍ତ୍ତି
ଚିତ୍ତରଞ୍ଜନ କୃଷି ବିଭାଗରୁ ଚାରା ଆଣି ଏହି ଚାଷ କରିଛନ୍ତି । ୭୦ରୁ ୭୫ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ଅନ୍ୟ ଘାସ ଠାରୁ ଏହି ଘାସ ବେଶ ଭିନ୍ନ । ୭ରୁ ୮ ଫୁଟ୍ ଉଚ୍ଚତା ହୋଇଗଲେ ଏହାକୁ କାଟି ବିକ୍ରି କରଯାଏ। ପୁଣି କଅଁଳିଲେ ଏହାକୁ ପୁଣି କଟାଯାଏ । ଚିତ୍ତରଞ୍ଜନ ଏହି ଘାସ ନିଜ ଗାଈଙ୍କୁ ଖାଇବାକୁ ଦେବା ସହ ଅନ୍ୟ ଗୋପାଳକଙ୍କୁ ବିକ୍ରି କରି ଲାଭବାନ ହେଉଛନ୍ତି । କେବଳ ଘାସ ନୁହେଁ ଏହି ଘାସର ଚାରା ମଧ୍ୟ ବିକ୍ରି କରି ଜଣେ ଚାଷୀ ଲାଭବାନ ହୋଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/14/grass-2025-12-14-22-33-11.jpg)