କନକ ବ୍ୟୁରୋ : ପିଲାବେଳେ ଆଈ,ଜେଜେମା ଖାଲି ପାଦରେ ଘାସ ଉପରେ ଚାଲିବାକୁ କହୁଥିଲେ। ଆଗରୁ ଲୋକମାନେ ମଧ୍ୟ ଖାଲି ପାଦରେ ଘାସ ଉପରେ ପ୍ରତିଦିନ ଚଲାବୁଲା କରୁଥିଲେ କିନ୍ତୁ ଆଧୁନିକ ଧାଁଦଉଡ଼ ଜୀବନରେ ଏହା ବହୁତ କମ୍ ଲୋକ ହିଁ କରିପାରୁଛନ୍ତି । କାହା ପାଖରେ ନିଜ ପାଇଁ ସମୟ ହିଁ ନାହିଁ । କିନ୍ତୁ ଯଦି ଆପଣ ବ୍ୟସ୍ତ ସମୟ ଭିତରୁ ସକାଳର କିଛି ସମୟ ବାହାର କରି ଖାଲି ପାଦରେ ଘାସ ଉପରେ ଚାଲିବେ ତେବେ ଏହାର ଅନେକ ଉପକାର ମିଳିବ । ଘାସ ଉପରେ ଖାଲି ପାଦରେ ଚାଲିବା ହେଉଛି ନେଚୁରୋପାଥିର ଏକ ଟେକ୍ନିକ୍ ଯାହା ମଣିଷକୁ ପ୍ରକୃତି ସହିତ ଯୋଡ଼ିଥାଏ । ଜର୍ଣ୍ଣାଲ୍ ଅଫ୍ ଇନଭାଇରନମେଣ୍ଟ ଆଣ୍ଡ ପବ୍ଲିକ୍ ହେଲ୍ଥର ଏକ ଷ୍ଟଡିରେ କୁହାଯାଇଛି ଯେ ଆଜିକାଲିର ଲୋକ ସବୁଠାରୁ ଖରାପ ସମୟରେ ରହୁଛନ୍ତି କାରଣ ସେମାନଙ୍କର ପରିବେଶ ଏବଂ ପୃଥିବୀ ସହିତ କୌଣସି ସମ୍ପର୍କ ରହୁନାହିଁ । ଷ୍ଟଡିରେ ଦାବି କରାଯାଇଥିଲା ଯେ ଯଦି ପୃଥିବୀର ଇଲେକ୍ଟ୍ରୋନ୍ ସହିତ ମଣିଷ ଯୋଡ଼ି ହୋଇଯାଏ ତେବେ ତା’ ଜୀବନରେ ଅନେକ ମନସ୍ତାତ୍ତ୍ୱିକ ପରିବର୍ତ୍ତନ ଆସିଥାଏ । ଏହା ସମସ୍ତଙ୍କ ପାଇଁ ଏକ ବରଦାନ ସଦୃଶ ।

Advertisment
Bare Foot
Bare Foot Photograph: (Google)

•    ଶାନ୍ତିପୂର୍ଣ୍ଣ ନିଦ୍ରା ଆସିବ : ଯଦି ଆପଣ ଖାଲି ପାଦରେ ଘାସ ଉପରେ ଚାଲନ୍ତି ତେବେ ରାତିରେ ଆପଣଙ୍କୁ ଶାନ୍ତିପୂର୍ଣ୍ଣ ନିଦ୍ରା ଆସିବ । ଘାସ ଉପରେ ଖାଲି ପାଦରେ ଚାଲିବା ଏକ ପ୍ରକାର ଶୋଇବା ବଟିକା ପରି କାମ କରିବ । ହେଲ୍ଥର ଏକ ଖବରରେ କୁହାଯାଇଛି ପ୍ରତିଦିନ ସକାଳେ ଅଧ ଘଣ୍ଟା ଖାଲି ପାଦରେ ଚାଲିଲେ ଶୋଇବା ଅଭ୍ୟାସରେ ସକାରାତ୍ମକ ପରିବର୍ତ୍ତନ ଆସିଥାଏ ।

•    ଫୁଲା କମିଯିବ : ଯେତେବେଳେ ଆମ କୋଷିକାଗୁଡ଼ିକରେ ଫ୍ରି ରେଡିକଲ୍ସ ଭରି ହୋଇଯାଏ ସେତେବେଳେ ସେଥିରେ ଫୁଲା ହୋଇଥାଏ । କୋଷିକାଗୁଡ଼ିକରେ ଫୁଲା ହେବା ଅନେକ ରୋଗର କାରଣ ହୋଇଥାଏ । ଖାଲି ପାଦରେ ଘାସ ଉପରେ ଚାଲିବା ଦ୍ୱାରା ଶରୀରର ଅଙ୍ଗଗୁଡ଼ିକ ସକ୍ରିୟ ହୋଇଯାଆନ୍ତି ଏବଂ ଫୁଲାକୁ ଦୂର କରିଥା’ନ୍ତି । ବାହାରେ ଚାଲିବା ଦ୍ୱାରା ଶରୀରକୁ ସୂର୍ଯ୍ୟକିରଣ ମିଳିଥାଏ ଯାହାଦ୍ୱାରା ଭିଟାମିନ୍ ଡି ମିଳିଥାଏ ।

•    ମାନସିକ ଶାନ୍ତି : ଅନେକ ଅଧ୍ୟୟନରେ କୁହାଯାଇଛି ଯେ ସକାଳୁ ଚାଲିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ । କିନ୍ତୁ ଯଦି ଆପଣ ଖାଲି ପାଦରେ ଚାଲନ୍ତି ତେବେ ଏହାର ଅନେକ ଫାଇଦା ରହିଛି ।

•    ହୃଦରୋଗ ହେବାକୁ ଦେବ ନାହିଁ : ସକାଳେ ଘାସ ଉପରେ ଖାଲି ପାଦରେ ଚାଲିବାର ସବୁଠାରୁ ବଡ଼ ଫାଇଦା ହେଉଛି ଏହା ହୃଦସ୍ପନ୍ଦନ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଯେଉଁ କାରଣରୁ ହୃଦରୋଗର ଆଶଙ୍କା ବହୁତ କମ୍ ହୋଇଯାଏ ।

•    ଆଖି ପାଇଁ ସହାୟକ : ଖାଲି ପାଦରେ ଘାସ ଉପରେ ଚାଲିଲେ ଆଖିର ଶକ୍ତି ବଢ଼ିଥାଏ । ଘାସ ଉପରେ ଖାଲି ପାଦରେ ଚାଲିବା ଦ୍ୱାରା ପାଦର ଦ୍ୱିତୀୟ ଏବଂ ତୃତୀୟ ଗୋଇଠି ଉପରେ ସବୁଠାରୁ ଅଧିକ ଚାପ ପଡ଼ିଥାଏ । ଏହି ଗୋଇଠିଗୁଡ଼ିକର ସିଧା ସମ୍ପର୍କ ଆଖି ସହିତ ରହିଛି । ତେଣୁ ଖାଲି ପାଦରେ ଚାଲିବା ଆଖିର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ।