ଖୋର୍ଦ୍ଧା ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କ ନାଁ କାଟିବାକୁ ପୁଲିସ୍ ଚାପ ପକାଉଥିବା ମାଆ ଆଣିଲେ ସାଂଘାତିକ ଅଭିଯୋଗ

ଖୋର୍ଦ୍ଧାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ମାଆ । ଏତଲାରୁ ଅଭିଯୁକ୍ତଙ୍କ ନାଁ କାଟିବାକୁ ପୁଲିସ୍  ଚାପ ପକାଉଥିବା ସେ ଅଭିଯୋଗ କରିଛନ୍ତି

khordha

Photograph: (kanaknews)

କନକବ୍ୟୁରୋ : ଖୋର୍ଦ୍ଧାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ମାଆ । ଏତଲାରୁ ଅଭିଯୁକ୍ତଙ୍କ ନାଁ କାଟିବାକୁ ପୁଲିସ୍  ଚାପ ପକାଉଥିବା ସେ ଅଭିଯୋଗ କରିଛନ୍ତି ।  ଅଭିଯୁକ୍ତର ନାଁ ହଟାଇବା ପାଇଁ ତଦନ୍ତକାରୀ ଅଧିକାରୀ ଚକ୍ରାନ୍ତ କରୁଛନ୍ତି ବୋଲି ପୀଡ଼ିତାଙ୍କ ମାଆ କନକ ନ୍ୟୁଜ ଆଗରେ ସିଧା ସିଧା ଅଭିଯୋଗ କରିଛନ୍ତି ।  ମୂଳ ମାମଲାକୁ ଦୁର୍ବଳ କରିବାକୁ ଚାଲିଛି ମସୁଧା । ବୟାନରେ ନାବାଳିକା ଯାହା କହୁଛନ୍ତି ତାକୁ ରେକର୍ଡ ନକରି, ନାଁ ବଦଳାଇ ରାତି ତମାମ ନାବାଳିକାକୁ ମାନସିକ ନିର୍ଯାତନା  ସହିତ ମାମଲା ରଫାଦଫା ପାଇଁ ପୁଲିସ ଚାପ ପକାଉଥିବା କହିଛନ୍ତି ପୀଡ଼ିତାଙ୍କ ମାଆ । ସେପଟେ କ୍ୟାପିଟାଲ ହସ୍ପିଟାଲରେ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି ।

ଅଧିକ ପଢନ୍ତୁ...ଖୋର୍ଦ୍ଧା ବାଘମାରୀ ଅଞ୍ଚଳରୁ ପୁଣି ନାବାଳିକା ମୃତ୍ୟୁ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କ୍ୟାପିଟାଲ ହସ୍ପିଟାଲରେ ନାବାଳିକାଙ୍କ ବୟାନ ରେକର୍ଡ କରିଛି ଖୋର୍ଦ୍ଧା ବାଘମାରୀ ପୁଲିସ ।  ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲରେ ପୀଡ଼ିତାଙ୍କୁ ଭେଟିଛନ୍ତି ଶିଶୁ ସୁରକ୍ଷା କମିସନର । ନିଜ ଆଡୁ ମାମଲା ରୁଜୁ କରି କମିସନର  କହିଛନ୍ତି, ଦୋଷୀ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । କ୍ୟାପିଟାଲ ହସ୍ପିଟାଲର ସଖୀ ସେଣ୍ଟରକୁ ଆସି ଭେଟିଛନ୍ତି ଶିଶୁ ସୁରକ୍ଷା କମିସନର ବବିତା ପାତ୍ରଙ୍କ ୩ ଜଣିଆ ଟିମ୍‌ । ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ନିଜ ଆଡୁ ମାମଲା ରୁଜୁ କରିଛି ଶିଶୁ କମିସନ ଆୟୋଗ ।  ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।  

ଖୋର୍ଦ୍ଧାର ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ, ପିଡ଼ିତାଙ୍କୁ ଭେଟିଛି ଜିଲ୍ଲା କଂଗ୍ରେସ ପ୍ରତିନିଧି ଦଳ। ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଏସପି ଙ୍କୁ ଭେଟି ଅଭିଯୁକ୍ତଙ୍କ ଗିରଫ କରି ଦାବି କରିଛନ୍ତି।  ସେପଟେ ଖୋର୍ଦ୍ଧା ଏସପି ଏହି ଘଟଣାର ତଦାରଖ କରୁଛନ୍ତି ।

ଅଧିକ ପଢନ୍ତୁ... ବାରମ୍ବାର ଆତ୍ମହତ୍ୟା ଧମକ ଦେଲେ ଛାଡ଼ପତ୍ର

ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି । ସିସିଟିଭି ଯାଞ୍ଚ୍ ସହ ତଥ୍ୟ, ପ୍ରମାଣକୁ ଏକାଠି କରି ୬ ଜଣଙ୍କୁ ଅଟକ ରଖାଯାଇଛି । ତେବେ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ, ପୁରା ଘଟଣା ଉପରୁ ପର୍ଦା ହଟିବ।  ଏଥିସହ ସମ୍ବଲପୁର ଜିଲ୍ଲା ବାମରା ଆଦିବାସୀ ହଷ୍ଟେଲରୁ ୩ ଜଣ ଛାତ୍ରୀ ନିଖୋଜ ଘଟଣା। ୧୨ ଘଣ୍ଟା ରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି ।  ବିଭିନ୍ନ ଦିଗକୁ ନେଇ ବାମରା ପୋଲିସ ତଦନ୍ତ କରୁଛି। ରାତି ତମାମ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ହଷ୍ଟେଲ ଯାଇ ଅନ୍ୟ ଛାତ୍ରୀଙ୍କୁ ପଚରାଉଚରା କରିଛି । କିନ୍ତୁ କୌଣସି ସଫଳତା ପାଇନି ପୋଲିସ। ଗତକାଲି ଅପରାହ୍ନରେ ବାମରା ଆଦିବାସୀ ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ ନେଇ ହଷ୍ଟେଲ କର୍ତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe