ଦେଶବ୍ୟାପୀ ଅସ୍ମିତା ଆଥଲେଟିକ୍ସ ଲିଗ୍: ଓଡ଼ିଶାରୁ ୭ ଜିଲ୍ଲା

Advertisment

ଖେଲୋ ଇଣ୍ଡିଆ ଓ ମୋ ଭାରତର ମିଳିତ ଅଭିଯାନରେ ଦେଶବ୍ୟାପୀ ଅସ୍ମିତା ଲିଗ୍ ଖେଳାଯିବ। ଦେଶର ମୋଟ ୨୫୦ କେନ୍ଦ୍ରରେ ଏହା ସମାନ୍ତରାଳ ଭାବେ ଆୟୋଜିତ ହେବ।  

ଖେଲୋ ଇଣ୍ଡିଆ ଓ ମୋ ଭାରତର ମିଳିତ ଅଭିଯାନରେ ଦେଶବ୍ୟାପୀ ଅସ୍ମିତା ଲିଗ୍ ଖେଳାଯିବ। ଦେଶର ମୋଟ ୨୫୦ କେନ୍ଦ୍ରରେ ଏହା ସମାନ୍ତରାଳ ଭାବେ ଆୟୋଜିତ ହେବ।  

khelo india

କନକ ବ୍ୟୁରୋ: ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହେଉଥିବାବେଳେ ଏହି ଅବସରରେ ଖେଲୋ ଇଣ୍ଡିଆ ଓ ମୋ ଭାରତର ମିଳିତ ଅଭିଯାନରେ ଦେଶବ୍ୟାପୀ ଅସ୍ମିତା ଲିଗ୍ ଖେଳାଯିବ । ଦେଶର ମୋଟ ୨୫୦ କେନ୍ଦ୍ରରେ ଏହା ସମାନ୍ତରାଳ ଭାବେ ଆୟୋଜିତ ହେବ । ଏଥିରେ ୩ଟି ବୟସ ବର୍ଗ (୧୩ ବର୍ଷରୁ କମ୍‌, ୧୩ରୁ ୧୮ ବର୍ଷ, ୧୮ ବର୍ଷରୁ ଊର୍ଧ୍ବ)ର ଖେଳାଳି ଅଂଶଗ୍ରହଣ କରିବେ । ଗାଁ ଓ ଛୋଟ ସହରର ବାଳିକାଙ୍କୁ ଖେଳ ଜୀବନ ଗଢ଼ିବା ଦିଗରେ ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାକୁ ନଜରରେ ରଖି ଏଭଳି ପ୍ରୟାସ କରାଯାଇଛି ବୋଲି କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ଼ସେ ପ୍ରକାଶ କରିଛନ୍ତି । 

ଏହା ବି ପଢ଼ନ୍ତୁ: ବିସିସିଆଇ ଉତ୍କର୍ଷ କେନ୍ଦ୍ରରେ ତାଲିମ ଦେବେ ଜାହିର, ଭଜି

କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ଅନ୍ୟତମ ପ୍ରମୁଖ କାର୍ଯ୍ୟକ୍ରମ ଅସ୍ମିତା (ଆଚିଭିଂ ସ୍ପୋର୍ଟସ ମାଇଲ୍‌ଷ୍ଟୋନ୍‌ ବାଇ ଇନ୍‌ସ୍ପାୟାରିଂ ୱିମେନ୍‌ ଥ୍ରୁ ଆକ୍ସନ୍‌) ଅଧୀନରେ ଏକାଧିକ କ୍ରୀଡ଼ା ପ୍ରତିଯୋଗିତା ବିଗତ ୫ ବର୍ଷ ହେବ ଆୟୋଜିତ ହୋଇଆସୁଛି । ଦେଶବ୍ୟାପୀ ଯୁବାମାନଙ୍କୁ ଏହାଠାରୁ ଅଧିକ ବଡ଼ ସୁଯୋଗ ମିଳିବ ନାହିଁ ବୋଲି ସୋମବାର ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ରକ୍ଷା ନିଖିଲ ଖଡ୍‌ସେ ପ୍ରକାଶ କରିଥିଲେ । ଅସ୍ମିତା ଲିଗ୍ କେବଳ ଖେଳରେ ମହିଳାଙ୍କ ଅଂଶଗ୍ରହଣକୁ ବଢ଼ାଇବା ନୁହେଁ, ଯୁବ ପ୍ରତିଭାଙ୍କ ଅନ୍ବେଷଣର ମାଧ୍ୟମ ବୋଲି ବିଶ୍ବାସ କରାଯାଉଛି । ଏ ପର୍ଯ୍ୟନ୍ତ ୩୪ଟି ବିଭିନ୍ନ ଖେଳ ଶୃଙ୍ଖଳାରେ ୨୬୦୦ରୁ ଊର୍ଧ୍ବ ଲିଗ୍‌ ୫୫୦ ଜିଲ୍ଲା ଓ ୭୦୦ ସହରରେ କରାଯାଇପାରିଛି । ଅରୁଣାଚଳ ପ୍ରଦେଶ ଓ ମିଜୋରାମ ଭଳି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ମଧ୍ୟ ଏହା ପହଞ୍ଚିସାରିଛି । ଏପରିକି ନକ୍ସଲ ପ୍ରବଣ ଅଞ୍ଚଳରେ ଅସ୍ମିତା ଲିଗ୍‌ ମୋଟ ଉପରେ ୩,୦୦,୦୦୦ ମହିଳାଙ୍କ ଅଂଶଗ୍ରହଣ ଏକ ନୂଆ ବିଶ୍ବାସ ଦେଇଛି । 

ଏଥର ଅନୁଷ୍ଠିତ ହେବାକୁ ଥିବା ୨୫୦ ସ୍ଥାନରୁ ଓଡ଼ିଶାର ୭ କେନ୍ଦ୍ର ସ୍ଥାନ ପାଇଛି । ବଲାଙ୍ଗୀର, ଭଦ୍ରକ, ଗଜପତି, ଜଗତସିଂହପୁର, ଯାଜପୁର,‌କେନ୍ଦ୍ରାପଡ଼ା ଓ ନୟାଗଡ଼ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଅସ୍ମିତା ଆଥଲେଟିକ୍ସ ଇଭେଣ୍ଟ୍‌ ଆୟୋଜିତ ହେବ ବୋଲି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସୂଚନା ପ୍ରଦାନ କରିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe