କନକ ବ୍ୟୁରୋ: ଖରିଫ ଧାନ କିଣା ଆରମ୍ଭରୁ ମଣ୍ଡି ଅବ୍ୟବସ୍ଥା । ମିଲର୍ସ ଓ ସରକାରଙ୍କ ମଧ୍ୟରେ ତୁଟୁନି ବିବାଦ । ଆଜିଠୁ ଆନ୍ଦୋଳନ କରିବେ ମଲର୍ସ । ମଣ୍ଡିରୁ ଧାନ ଉଠାଇବେ ନାହିଁ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ରାଜ୍ୟ ମିଲର ସଂଘ ସଭାପତି ମହେଶ ବଂଶଲ କହିଛନ୍ତି । ଗତକାଲି ଏହାକୁ ନେଇ ବିଭାଗୀୟ ମନ୍ତ୍ରୀ ଓ ମିଲର୍ସ ସଂଘ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ତାହା ବିଫଳ ହୋଇଥିଲା । ଫଳରେ ରାଜ୍ୟରେ ଧାନ କିଣାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ: କେଉଁଠି ଟୋକନ ଟେନସନ ତ କେଉଁଠି ମିଲର୍ସ ଚିନ୍ତା; ବରଗଡ଼ ଜିଲ୍ଲାରେ ଧାନ କିଣା ଵିକାରେ ଲାଗିରହିଛି ଅଚଳାବସ୍ଥା
ଏବର୍ଷ ଆରମ୍ଭରୁ ଏହି ବିବାଦ ଦେଖାଦେଇଥିଲା। ସରକାର କିନ୍ତୁ ଏହାର ସ୍ଥାୟୀ ସମାଧାନ କଲେ ନାହିଁ । ଏବେ ପରିସ୍ଥିତି ଏପରି ହେଲା ଯେ, ଧାନ କିଣା ମଝିରେ ମିଲର୍ସ ଧାନ ଉଠାଇବା ବନ୍ଦ କରିଦେଲେ । ଯେଉଁଥିପାଇଁ ଚାରିଆଡ଼େ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଜି ଏ ସଂକ୍ରାନ୍ତରେ ଦିନ ୧୧ଟା ୩୦ରେ OSCSC ଏମଡିଙ୍କ ସହ ଆଲୋଚନା ହେବ । ପ୍ରଥମ ଓ ଦ୍ବିତୀୟ ଟୋକନ ଆସିବା ପରେ ଚାଷୀ ଧାନ ବିକ୍ରି କରୁଥିଲେ । କିନ୍ତୁ ଏବେ ସରକାର ଓ ମିଲର୍ସଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ପେସି ହେବେ ଚାଷୀ । କଷ୍ଟମ୍ ମିଲିଂ ଦର ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ ଏବଂ ଧାନ ପରିବହନ ଖର୍ଚ୍ଚ ପୂର୍ବଭଳି ଦେବାକୁ ଦାବି କରିଛି ଅଲ ଓଡ଼ିଶା ମିଲର ଆସୋସିଏସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/05/millers-strike-2026-01-05-07-46-11.jpg)