ଏୟାରଷ୍ଟ୍ରାଇକରେ ଖେମିନିଙ୍କ ମୃତ୍ୟୁ, ଗଣମାଧ୍ୟମରେ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ

Advertisment

ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ। ଖେମିନିଙ୍କ ମୃତ୍ୟୁ ନେଇ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ବାଇଟ୍ ହାଉସ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି ଟ୍ରମ୍ପ ।

ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ। ଖେମିନିଙ୍କ ମୃତ୍ୟୁ ନେଇ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ବାଇଟ୍ ହାଉସ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି ଟ୍ରମ୍ପ ।

2

Photograph: (kanak news)

କନକ ବ୍ୟୁରୋ: ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ । ଖେମିନିଙ୍କ ମୃତ୍ୟୁ ନେଇ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହ୍ବାଇଟ୍ ହାଉସ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି ଟ୍ରମ୍ପ । ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗତ କିଛି ଦଶନ୍ଧି ମଧ୍ୟରେ ଇରାନ ଉପରେ ଏହା ସବୁଠାରୁ ବଡ଼ ଓ  ଶକ୍ତିଶାଳୀ ଥିଲା। 

ଏଥିରେ ଖେମିନିଙ୍କ ସମେତ ଅନେକ ଶୀର୍ଷ ନେତା ମୂଳପୋଛ ହୋଇଯାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଖେମିନିଙ୍କ ମୃତ୍ୟୁ ହୋଇଥିବା ନେଇ ଦାବି କରିଛନ୍ତି। ନେତାନ୍ୟାହୁ କହିଛନ୍ତି ଯେ, ଏହି ଆକ୍ରମଣରେ ଖେମିନିଙ୍କ ବାସଭବନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଖେମିନିଙ୍କ ମୃତ୍ୟୁ ହୋଇଥିବା ନେଇ ଆମକୁ ଦୃଢ଼ ସଙ୍କେତ ମିଳିଛି ।

ଆହୁରି ପଢ଼ନ୍ତୁ:ମାର୍ଚ୍ଚରେ ପଡୁଛି ନବପଞ୍ଚମ ରାଜଯୋଗ : ପଦୋନ୍ନତି , ଟଙ୍କା ଏବଂ ସଫଳତା ! ଏହି ୩ ରାଶିର ଲୋକଙ୍କ ଲାଗିବ ଲଟେରି

 ଏହାସହିତ  ରିଭୋଲ୍ୟୁସନାରୀ ଗାର୍ଡର ଅନେକ ବରିଷ୍ଠ କମାଣ୍ଡର ଏବଂ ପରମାଣୁ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଆକ୍ରମଣରେ ନିହତ ହୋଇଛନ୍ତି। ନେତାନ୍ୟାହୁ ଇରାନବାସୀଙ୍କୁ ଏହି ସୁଯୋଗର ଫାଇଦା ଉଠାଇ ଶାସନ ବ୍ୟବସ୍ଥାକୁ ଦଖଲ କରିଦେବାକୁ ଆହ୍ବାନ ଦେଇଛନ୍ତି। ଏନବିସି ନ୍ୟୁଜ୍  ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଖେମିନିଙ୍କ ସମେତ ଇରାନର ପ୍ରାୟ ସମସ୍ତ ପ୍ରମୁଖ ନିଷ୍ପତ୍ତି ଗ୍ରହଣକାରୀ ନେତା ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି ।

 ଆମେରିକା ଏହି ଅଭିଯାନକୁ ସଫଳ ବୋଲି ଘୋଷଣା କରିଛି। ଅନ୍ୟପକ୍ଷରେ, ଇରାନର ସରକାରୀ ଗଣମାଧ୍ୟମ ଏହି ଖବରକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ଖେମିନିଙ୍କ କାର୍ୟ୍ୟାଳୟର ଜନସମ୍ପର୍କ ବିଭାଗ କହିଛି ଯେ, ଶତ୍ରୁ ପକ୍ଷ କେବଳ ‘ମାନସିକ ଯୁଦ୍ଧ’ ଚଳାଇଛନ୍ତି। ଲୋକମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ଇସ୍ରାଏଲ ଏଭଳି ଗୁଜବ ପ୍ରଚାର କରୁଛି ବୋଲି ତେହେରାନ ଦାବି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe