କନକ ବ୍ୟୁରୋ : ପୁଣି ଶିକାରୀଙ୍କ ନିଶାନାରେ ଓଡ଼ିଶାର ହାତୀ ? ମୟୂରଭଞ୍ଜ ବେତନଟୀରେ ହାତୀ ପାଟିରେ ବୋମା ଫୁଟିବା ଆଶଙ୍କା କରାଯାଉଛି । ଏପଟେ ଅନୁଗୁଳରେ ଠାବ ହୋଇଛି ଦନ୍ତାହାତୀର ମରଶରୀର । ଯାହାକି ବନ ବିଭାଗର ତତ୍ପରତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ।
ପେଟରେ ତା’ର ଅସମ୍ଭବ ଭୋକ ହେଲେ ଜମାରୁ ଖାଇପାରୁନି । ବିଚାରୀ ସହିପାରୁନି ପାଟିର ଯନ୍ତ୍ରଣା । ଜିଭ କଟି ୩ ଫାଳ ହୋଇଯାଇଛି । ପୂଯ ଜମାହୋଇ ଫୁଲି ଯାଇଛି ପାଟି । ଦେଖିଲେ ଲାଗୁଛି, ଖୁଆଡ଼ ଭିତରେ ଗୋଟିଏ ଜାଗାରେ ଚୁପ୍ଚାପ୍ ଠିଆ ହୋଇ ନିଜ ଭାଗ୍ୟକୁ ନିନ୍ଦୁଛି । ହାତୀ ପାଟିରେ ବୋମା ଫୁଟିଥିବାର ଆଶଙ୍କା କରାଯାଉଛି । ୭-୮ ବର୍ଷର ମାଈ ହାତୀଟିକୁ ମୟୂରଭଞ୍ଜ ଜିଲ୍ଲା ବେତନଟୀ କ୍ଷୀରପଦା ଜଙ୍ଗଲରୁ ଉଦ୍ଧାର କରି ଚିକିତ୍ସା କରୁଛି ବନ ବିଭାଗ । ଟ୍ରାଙ୍କୁଲାଇଜ କରି ବାଙ୍ଗିରିପୋଷି ବ୍ଲକ୍ ତାଳବନ୍ଧ ରେଞ୍ଜ୍ କାନଛିଣ୍ଡାକୁ ଅଣାଯିବା ପରେ ଚିକିତ୍ସା କରୁଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ । ସାଲାଇନ୍ ଦିଆଯିବା ପରେ ହାତୀଟି ବହୁ କଷ୍ଟରେ କିଛି କଦଳୀ ଓ ବିଲାତି ଖାଇଛି । ହେଲେ ସଂକ୍ରମଣରେ ଜିଭଟି ସମ୍ପୂର୍ଣ୍ଣ କଟିଯାଇପାରେ ବୋଲି ଆଶଙ୍କା କରାଯାଉଛି । ସୁସ୍ଥ ହେବାକୁ ଆହୁରି ମାସେ ସମୟ ଲାଗିପାରେ ।
ଅଧିକ ପଢ଼ନ୍ତୁ : Crime : ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ !
ତେବେ ପ୍ରଶ୍ନ ଉଠୁଛି, ଓଡ଼ିଶାରେ ହେଲା କି କେରଳର ପୁନରାବୃତ୍ତି ? ସତରେ କ’ଣ ହାତୀ ମୁହଁରେ ଫୁଟିଛି ବୋମା ? ନା ଖାଦ୍ୟରେ ଖଞ୍ଜାଥିଲା କୌଣସି ଧାରୁଆ ଅସ୍ତ୍ର ? କିଏ ଓ କାହିଁକି ଭିଆଇଲା ଅମାନୁଷିକ କାଣ୍ଡ ?
ରାଜ୍ୟରେ ଅସୁରକ୍ଷିତ ଗଜରାଜ ! ଅନୁଗୁଳରେ ହାତୀ ମୃତ୍ୟୁ । ଅନୁଗୁଳ ବନଖଣ୍ଡ ପୋକୁଣ୍ଡା ସେକ୍ସନ ମାଣିକଯୋଡି ଗାଁ ନିକଟରେ ଦନ୍ତା ମରି ପଡ଼ିଥିବା ଦେଖିବାକୁ ମିଳିଛି । ଦେହରେ ଗୁଳି ଚିହ୍ନ ଥିବା ଲୋକେ ଆଶଙ୍କା କରୁଥିବା ବେଳେ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ । ଅନୁଗୁଳ ବନଖଣ୍ଡରେ କିଛି ଦିନ ତଳେ ଶିକାରୀ ଫାଶରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/15/elephant-2025-12-15-22-50-46.jpg)