କନକ ବ୍ୟୁରୋ: ନଈ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । କମିସନରେଟ ପୁଲିସର ଆରମ୍ଭ ହେଲା ଛାନ୍ଭିନ୍ । ନିଜ ପୁରୁଷ ବନ୍ଧୁଙ୍କ ସହ ଯାଉଥିବା ବେଳେ ଅତର୍କିତ ଆକ୍ରମଣ କରିବା ସହ ନଈ ପଠାରେ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପୂରା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍, ଅନ୍ୟଜଣକୁ ଖୋଜୁଛି ପୁଲିସ । ତେବେ ଗତ ୧୨ ତାରିଖରେ ସାମନାକୁ ଆସିଥିବା ଦୁଷ୍କର୍ମ ମାମଲା ମନରୁ ନଯାଉଣୁ ପୁଣି ଥରେ ଘଟିଛି ଭୟଙ୍କର ଘଟଣା ।
ସୂଚନା ଅନୁସାରେ, ଅଶୋକନଗର ନାବାଳିକା ଦୁଷ୍କର୍ମ ଘଟଣା ମନରୁ ନଯାଉଣୁ ରାଜଧାନୀରେରେ ପୁଣି ଘଟିଛି ଛାତି ଥରାଇ ଦେବା ଭଳି ଘଟଣା । ଘରେ କେହି ନଥିବାର ସୁଯୋଗ ନେଇ ନରପିଶାଚ ବନିଯାଇଥିଲା ଘର ମାଲିକର ଭାଇ । ନିଷ୍ପାପ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଛାଡି ଦେଇଥିଲା ସଇତାନ । ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛି କୁନି ଝିଅ ।
ଗଞ୍ଜାମରୁ ଆସି ଭୁବନେଶ୍ବର କଳିଙ୍ଗନଗରରେ ରହୁଥିବା ଏକ ଗରିବ ନିରିହ ପରିବାର ସହ ଘଟିଥିଲା ଏହି ଘଟଣା । ଘରେ କେହି ନ ଥିବାର ସୁଯୋଗ ନେଇ, ଘର ମାଲିକଙ୍କ ଭାଇ ତାଙ୍କ ଏଗାର ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ, ଦୁଷ୍କର୍ମ କରିଥିଲା । ଆଉ ଏହି ଘଟଣା ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ ବି ଦେଇଥିଲା । ଗତ ୪ ତାରିଖ ଦିନ ଏହି ବ୍ୟକ୍ତି ଜଣକ ଘରକୁ ଫେରିବା ପରେ, ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଇଥିଲେ । ପଚାରିବାରୁ ଘର ମାଲିକର ଭାଇ ନରେଶ ଏଭଳି ନାରକୀୟକାଣ୍ଡ ଘଟାଇଥିବା କହିଥିଲା ନାବାଳିକା ଜଣକ। ଅଭିଯୋଗ ପରେ, ଅଭିଯୁକ୍ତ ନରେଶକୁ ଗିରଫ କରିଥିଲା ମହିଳା ଥାନା ପୁଲିସ । ଆଉ ଆଜି ପୁଣି ଥରେ ନଈ ପଠାରେ ଯେଉଁ ଘଟଣା ଘଟିଲା ତାହାକୁ ନେଇ ଚର୍ଚ୍ଚା ଜୋର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/15/bhubaneswar-crime-2025-12-15-20-50-33.jpg)