କନକ ବ୍ୟୁରୋ:  ଅପରେସନ୍‌ ଗୋରକ୍ଷାରେ କେନ୍ଦୁଝର ପୁଲିସକୁ ଗୋଟିଏ ପରେ ଗୋଟିଏ ସଫଳତା । ଗୋରୁ ମାଫିଆଙ୍କର ଆହୁରି ୨୫ଟି ଆକାଉଣ୍ଟ ଓ ୩୫ଟି ଲକର୍‌ ଠାବ ହୋଇଛି । ସମସ୍ତ ଲକର୍‌ ଖୋଲାଗଲେ ଓ ଆକାଉଣ୍ଟରେ ହୋଇଥିବା କାରବାରର ଖୋଳତାଡ଼ ହେଲେ ଗୋରୁ ମାଫିଆଙ୍କ ସିଣ୍ଡିକେଟ୍‌ର ଆର୍ଥିକ ସାମ୍ରାଜ୍ୟ ସାମନାକୁ ଆସିବ ବୋଲି କୁହାଯାଉଛି ।

Advertisment

ଅଧିକ ପଢନ୍ତୁ: ଗୋରୁ ବୋଝେଇ ଗାଡି ଅଟକ : ଗୋରୁ ଚାଲାଣକାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ଲୋକେ

ଅପରେସନ୍‌ ଗୋରକ୍ଷାରେ ପୁଲିସ ୧୦ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ସେମାନଙ୍କର ୧୪୬ଟି ଆକାଉଣ୍ଟ ଠାବ କରିଥିଲା । ଏବେ ଆହୁରି ୨୫ଟି ଆକାଉଣ୍ଟ ଠାବ ହେବା ପରେ ମୋଟ ଆକାଉଣ୍ଟ ସଂଖ୍ୟା ୧୭୧ରେ ପହଞ୍ଚିଛି । ସେଗୁଡ଼ିକୁ ଅଚଳ କରିବା ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସେହିପରି ଗତକାଲି ସୁଦ୍ଧା ୨୫ଟି ଲକର୍‌ ଠାବ କରାଯାଇ ସେଗୁଡ଼ିକୁ ଜବତ କରାଯାଇଥିଲା । ଗତକାଲି ବିଭିନ୍ନ ବ୍ୟାଙ୍କରେ ଆହୁରି ୩୫ଟି ଲକର୍‌ ଥିବା ପୁଲିସ ଖବର ପାଇଛି। ମୋଟ ୬୦ଟି ଲକର୍‌କୁ ବର୍ତ୍ତମାନ ସୁଦ୍ଧା ଜବତ କରାଯାଇଛି। ଦିନେ ଦୁଇ ଦିନ ମଧ୍ୟରେ ଲକର୍‌ରେ ଥିବା ଟଙ୍କା, ଗହଣା ଓ କାଗଜପତ୍ର ସମ୍ପର୍କିତ ତଥ୍ୟ ପୁଲିସର ହସ୍ତଗତ ହେବ।