ଗୋରୁ ବୋଝେଇ ଗାଡି ଅଟକ : ଗୋରୁ ଚାଲାଣକାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ଲୋକେ

505

କନକ ବ୍ୟୁରୋ : ଗୋରୁ ଚାଲାଣକାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ଲୋକେ ।  ଗତକାଲି ସଂଧ୍ୟାରେ ଏସ୍ ରାମପୁର ପଟରୁ ଦ୍ରୁତ ଗତିରେ ବିନିକା ସହର ଅତିକ୍ରମ କରି ମହାନଦୀ ପୋଲ ପଟକୁ ଦୁଇଟି ଗୋରୁ ବୋଝେଇ ଗାଡିରେ ଗୋରୁ ଯାଉଥିବା ଯୁବ ସମାଜ ଖବର ପାଇ ଗାଡିର ପିଛା କରିଥିଲେ । ମହାନଦୀ ପୋଲ ଶେଷ ମୁଣ୍ଡରେ ଥିବା ଲକ୍ଷଣପୁର ଗାଁ ନିକଟରେ ଯୁବ ସମାଜ ଗାଡି ଦୁଇଟିକୁ ଅଟକାଇ ଗୋଟିଏ ଗାଡିରେ ଥିବା ଡ୍ରାଇଭର ସହ ଅନ୍ୟ ଦୁଇଜଣ ସହଯୋଗୀକୁ କାବୁ କରିବା ପାଇଁ ସକ୍ଷମ ହୋଇଥିବା ବେଳେ ଅନ୍ୟ ଗାଡିର ଡ୍ରାଇଭର ଓ ସହଯୋଗୀ ଗାଡିକୁ ଅଟକାଇ ଘଟଣା ସ୍ଥଳରୁ ଫେରାର ମାରିଥିଲେ ।

ଗାଡି ନଂ ଓଡି୦୨-ଏଏସ-୪୫୦୮ ଏବଂ ଓଡି୦୫-ଏଏଚ-୩୨୦୮ ଗାଡିକୁ ଅଟକାଇ ଉଭୟ ଗାଡିରେ ପ୍ରାୟ ୫୦ରୁ ଅଧିକ ଗୋରୁ ଥିବା ବେଳେ ଯୁବ ସମାଜ ଓ ସ୍ଥାନୀୟ ବାସିନ୍ଦା ଉଲୁଣ୍ଡା ଥାନାକୁ ଖବର କରିଥିଲେ । ହେଲେ ଉଲୁଣ୍ଡା ପୁଲିସ ଖବର ପାଇଥିଲେ ମଧ୍ୟ ଦିର୍ଘ ଘଟାଂ ଧରି ଘଟଣାସ୍ଥଳରେ ପହଂଚି ନଥିବାରୁ ପୁଲିସର ଭୂମିକା ଉପରେ ସନ୍ଦେହ ସୃଷ୍ଟି କରିଥିଲେ । ଫଳରେ ଘଟଣା ସ୍ଥଳରେ ଶହଶହ ଲୋକେ ଉତ୍ୟକ୍ତ ହୋଇ ଗାଡି ଉପରକୁ ଟେକା ପଥର ମାଡ କରିବା ସହ ଉତ୍ତେଜନା ସୃଷ୍ଟି ହୋଇଥିଲା ।

 

ଗାଡି ଡ୍ରାଇଭର ସହ ଅନ୍ୟ ଦୁଇ ଜଣଙ୍କୁ ଜନସାଧାରଣ ଧରି ନିର୍ଦ୍ଧୁମ ଛେଚିବା ପରେ ଗୋଟିଏ ଜାଗାରେ ଦଉଡିରେ ବାନ୍ଧିଂ ଅଟକ ରଖିଛନ୍ତି । ସେମାନ‌େ ହେଲେ ବାଉଁଧର ଓଝା, ଗୋରୁ ଚାଳକ ଓ ଅନ୍ୟ ଜଣେ ବାବାଜୀ ସ୍ୱାଇଁ, ଗୋରୁ ଚାଲାଣକାରୀ ଗାଡିର ଡ୍ରାଇଭର। ସେମାନେ କହିବା ମୁତାବକ ବଲାଙ୍ଗିରରୁ ଏହି ରାସ୍ତା ଦେଇ ଯାଜପୁରକୁ ଦୀର୍ଘବର୍ଷ ହେବ ବାରମ୍ବାର ଗୋରୁ ଚାଲାଣ କରିଆସୁଥିବା ରାସ୍ତାରେ ପଡୁଥିବା ଥାନା ପୁଲିସ ବାବୁ ମାନଙ୍କୁ ମୋଟା ଅଙ୍କର ହାତଗୁଜାଂ ଦେଇ ସନ୍ତୋଷ କରୁଥିବା କହିଛନ୍ତି ।
ହେଲେ ଗୋରୁ ବେପାରୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ପୁଲିସ ଦୀର୍ଘବର୍ଷ ଧରି ଏଇ କାରବାରରେ ଲିପ୍ତଥିବା ଏବଂ ମୋ ସରକାର ଏଠାରେ କାମ ଦେଉନାହିଁ ବୋଲି ଯୁବଗୋଷ୍ଠୀ ଏବଂ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଏନେଇ ଆମେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଫୋନଯୋଗେ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଇନଥିଲେ। ବର୍ତ୍ତମାନ ମଧ୍ୟ ଅଚଂଳରେ ଉତେଜନା ଲାଗି ରହିଛି ।