କେନ୍ଦୁଝର ବଡ଼ବିଲରେ ୪ ଅଭିଯୁକ୍ତଙ୍କ ଘର ଭାଙ୍ଗିଲା ପ୍ରଶାସନ

ବିଭିନ୍ନ ଆପରାଧିକ ମାମଲାରେ ଜଡିତ ଚାରି ଅଭିଯୁକ୍ତଙ୍କ ଘର ମାଟିରେ ମିଶାଇଲା ପ୍ରଶାସନ ।

Badabil

Badabil Photograph: (kanak news)

କନକ ବ୍ୟୁରୋ :କେନ୍ଦୁଝର ବଡ଼ବିଲରେ ବୁଲିଲା ବୁଲଡୋଜର୍‌ । ବିଭିନ୍ନ ଆପରାଧିକ ମାମଲାରେ ଜଡିତ ଚାରି ଅଭିଯୁକ୍ତଙ୍କ ଘର ମାଟିରେ ମିଶାଇଲା ପ୍ରଶାସନ । ବଡବିଲ ଆଖପାଖ ଅଞ୍ଚଳରେ ବିଭିନ୍ନ ଅପରାଧରେ ଜଡିତ ଥିବା ୟୁନିଟ୍‌ ୮ର ମହମ୍ମଦ ରାଜା, ସହଦତ୍‌ ଖାନ୍‌, ଅଭିମନ୍ୟୁ ପ୍ରଧାନ ଓ ଆଲୋକ ରାମଙ୍କ ଘର ଭାଙ୍ଗିଛି ସ୍ଥାନୀୟ ପ୍ରଶାସନ । ସରକାରୀ ଜମି ମାଡ଼ି ବସି ଘର କରିଥିବା ସ୍ଥାନରେ ବୁଲଡୋଜର ବୁଲାଇଛି ସ୍ଥାନୀୟ ପ୍ରଶାସନ । ବ୍ୟାପକ ପୁଲିସ୍‌ ଉପସ୍ଥିତରେ ଆଜି ଚାରି ଅଭିଯୁକ୍ତଙ୍କ ଘର ମାଟିରେ ମିଶିଛି । ସମସ୍ତ ଅପରାଧୀଙ୍କ ବିରୋଧରେ ବିଭିନ୍ନ ସଙ୍ଗୀନ ମାମଲା ରହିଛି ।

ଅଧିକ ପଢ଼ନ୍ତୁ--ଜୈବିକ କୃଷି ଦ୍ୱାରା ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ନୁହେଁ, କୃଷି କ୍ଷେତ୍ରରେ ଜ୍ଞାନ କୌଶଳ ଆବଶ୍ୟକ

ଅନ୍ୟପଟେ କେନ୍ଦୁଝର ବଡ଼ବିଲ ବନାଞ୍ଚଳ ନାଲଦା ସେକ୍ସନ ସ୍ଥିତ ରିଜର୍ଭ ଜଙ୍ଗଲରେ ଶ୍ରୀ ଜଗନ୍ନାଥ ଷ୍ଟିଲ କମ୍ପାନି ଦ୍ଵାରା ବେଆଇନ୍ ଭାବେ ଏକ ଡ୍ରେନ୍ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । ନିଜ ଅଳିଆ ଆବର୍ଜ୍ଜନା ପାଣିକୁ ବାହାରେ ଛାଡ଼ିବା ପାଇଁ ଏଭଳି ଡ୍ରେନ ନିର୍ମାଣ କରୁଥିଲା କମ୍ପାନି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ବେଆଇନ ଡ୍ରେନ୍ ନିର୍ମାଣ କାମକୁ ବନ୍ଦ କରିଛି । ଶ୍ରୀ ଜଗନ୍ନାଥ ଷ୍ଟିଲ କମ୍ପାନି ନିଜ ପ୍ଲାଣ୍ଟର ଅଳିଆ ଆବର୍ଜ୍ଜନା ପାଣି ଗୁଡ଼ିକୁ ସିଧାସଳଖ ନଦୀ କିମ୍ବା ନାଳରେ ଛାଡ଼ିବା ପାଇଁ ଜଙ୍ଗଲ ସୁରକ୍ଷା ଆଇନକୁ ଉଲଂଘନ କରିଥିବା ନେଇ ଅଭିଯୋଗ ହୋଇଥିଲା । ଯାହା ଜଙ୍ଗଲ ବିଭାଗକୁ ଏକ ଖୋଲା ଚ୍ୟାଲେଞ୍ଜ ହୋଇଥିବାବେଳେ ବନ ବିଭାଗ ଘଟଣାକୁ ଗୁରୁତର ସହ ନେଇ କମ୍ପାନି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe