କନକ ବ୍ୟୁରୋ: ତାଙ୍କର ଦୁଇ ପାଦ ଅଚଳ କିନ୍ତୁ ତାଙ୍କ ଶବ୍ଦରେ ଅଛି ଶକ୍ତି, ତାଙ୍କ ଆଖିରେ ଅଛି ଆତ୍ମବିଶ୍ବାସର ଆଶା । ସେ ହ୍ବିଲ ଚେୟାରରେ ଯା’ଆସ କରନ୍ତି କିନ୍ତୁ ତାଙ୍କ ହାତରେ ଗଢ଼ୁଛନ୍ତି ପିଲାଙ୍କ ଭବିଷ୍ୟତ । ସେଥିପାଇଁ ତ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି ଦିବ୍ୟାଙ୍ଗ କାର୍ତ୍ତିକ ସାର୍ । ଶାରୀରିକ ଅକ୍ଷମତା ସହ ବାଧା ବିଘ୍ନକୁ ମାତ୍ ଦେଇ ପିଲାଙ୍କ ପାଇଁ ସାଜିଛନ୍ତି ଭବିଷ୍ୟତର ଭଗବାନ । ସେ ହେଉଛନ୍ତି ବାଲେଶ୍ଵର ଗୁଡ଼ିପଦାରେ ରହୁଥିବା କାର୍ତ୍ତିକ ସାର୍ । ଜନ୍ମରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ପୋଲିଓ ତାଙ୍କୁ ଦିବ୍ୟ।ଙ୍ଗ କରି ଦେଇଛି । ଦୁଇ ଗୋଡ଼ ଓ ଗୋଟିଏ ହାତ ତାଙ୍କର ଅଚଳ । ତଥାପି କଷ୍ଟକୁ ଖାତିର କରିନାହାନ୍ତି କାର୍ତ୍ତିକ ସାର୍ । ଇଂରାଜୀରେ MA ପାସ୍ କରିଥିଲେ ମଧ୍ୟ ୮୦ ପ୍ରତିଶତରୁ ଅଧିକ ଦିବ୍ୟ।ଙ୍ଗ ହୋଇଥିବାରୁ ଚାକିରି ମିଳିଲା ନାହିଁ । ଘରେ ଟିୟୁସନ କରୁଛନ୍ତି ଆଉ ଅଭାବି ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି । 

Advertisment

ଅଧିକ ପଢନ୍ତୁ.,.. ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା;ବ୍ରହ୍ମପୁରରେ ପହଞ୍ଚିଲା ସିବିଆଇ ଟିମ୍

ବଡ଼କଥା ହେଉଛି କାର୍ତ୍ତିକଙ୍କ ବାପା ଜଣେ ଶିକ୍ଷକ ଥିବାରୁ ପୁଅର ମନୋବଳ ବଢ଼ାଇ ଘରେ ପାଠ ପଢେଇବା ଆରମ୍ଭ କଲେ । ଜଣେ ମେଧାବୀ ଛାତ୍ର ସହ ଭଲ କବିତା ବି ଲେଖନ୍ତି କାର୍ତ୍ତିକ ସାର୍ । ସବୁଠାରୁ ବଡ଼ କଥା ହେଲା କାର୍ତ୍ତିକ ସାର୍ ଦିବ୍ୟାଙ୍ଗ ହୋଇଥିଲେ ବି ପତ୍ନୀ ସବିତା ତାଙ୍କୁ ବିବାହ ପାଇଁ ରାଜି ହୋଇଥିଲେ । ପତ୍ନୀ ଧର୍ମ ପାଳିବା ସହ ସ୍ବାମୀଙ୍କର ସବୁ କଥା ବୁଝୁଛନ୍ତି ତାଙ୍କ ସ୍ତ୍ରୀ । ସବୁ ପରିସ୍ଥିତିକୁ ସାମନା କରି ଜୀବନ ଜିଇଁବ। ଶିଖାଉଛନ୍ତି କାର୍ତ୍ତିକ ସାର୍ । ଆଉ ବାହାନା କାଢ଼ୁଥିବା ସକ୍ଷମଙ୍କ ପାଇଁ ସାଜିଛନ୍ତି ବଡ଼ ଉଦାହରଣ ।