କନକ ବ୍ୟୁରୋ : ଆମେରିକାର ବର୍କଲିସ୍ଥିତ କାର୍ଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର କରୁଥିବା ଜଣେ ଭାରତୀୟ ଛାତ୍ର ନିଖୋଜ ହୋଇଯାଇଛନ୍ତି। ୨୨ ବର୍ଷୀୟ ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟା ଫେବ୍ରୁଆରି ୯ ତାରିଖରୁ ନିଖୋଜ ଅଛନ୍ତି । ତାଙ୍କୁ ଶେଷଥର ପାଇଁ ବର୍କଲି ପାହାଡ଼ର ଆଞ୍ଜା ହ୍ରଦ ନିକଟରେ ଦେଖାଯାଇଥିଲା।
ଅଧିକ ପଢ଼ନ୍ତୁ : ନାଟୋରେ ଚାଲିଛି ଆମେରିକାର ଦାଦାଗିରି: ରୁଷ ବୈଦେଶିକ ମନ୍ତ୍ରୀ ଆଣିଲେ ଗୁରୁତର ଅଭିଯୋଗ
ସାନ୍ ଫ୍ରାନ୍ସିକୋ ସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ ପକ୍ଷରୁ ଶନିବାର ଟ୍ବିଟ କରି ଏହି ସୂଚନା ଦିଆଯାଇଛି। ଦୂତାବାସ ସାକେତଙ୍କ ସନ୍ଧାନ ପାଇଁ ଉଭୟ ଶ୍ରୀନିବାସୈୟା ପରିବାର ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ସାକତେଙ୍କ ନିଖୋଜ ନେଇ ଦୂତାବାସ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ସାକେତଙ୍କ ଘର କର୍ଣ୍ଣାଟକରେ ଓ ସେ ମାଡ୍ରାସ ଆଇଆଇଟିରୁ ରାସାୟନିକ ଇଞ୍ଜିନିୟରିଂରେ ବି.ଟେକ୍ କରିବା ପରେ ଆମେରିକାରେ ରାସାୟନିକ ଏବଂ ଜୈବମଲିକୁଲାର ଇଞ୍ଜିନିୟରିଂରେ ସ୍ନାତକୋତ୍ତର କରୁଛନ୍ତି। ସାକେତଙ୍କ ରୁମମେଟ୍ ବନିତ ସିଂହ ତାଙ୍କ ନିଖୋଜ ନେଇ ଲିଙ୍କଡିନ୍ରେ ଏକ ପୋଷ୍ଟ କରିଥିଲେ। ସେ ସାକେତଙ୍କୁ ଖୋଜିବାକୁ ପୁଲିସର ସହାୟତା ନେଇଥିବାବେଳେ କେହି ତାଙ୍କ ସମ୍ପର୍କରେ କିଛି ଜାଣିଲେ ସୂଚନା ଦେବାକୁ କହିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/14/5a-2026-02-14-18-13-28.jpg)