କର୍ଣ୍ଣାଟକରେ କ୍ଷମତା ବଣ୍ଟନ ଫର୍ମୁଲା କାର୍ଯ୍ୟକାରୀ ଦାବି, ଅଢ଼େଇ ବର୍ଷ ପରେ ନେତୃତ୍ୱ ବଦଳାଇବାକୁ କସରତ

୨୦୨୩ ବିଧାନସଭା ନିର୍ବାଚନ ପରେ ନେତୃତ୍ବ ନେଇ ସିଦ୍ଦରମୈୟା ଓ ଡିକେଙ୍କ ମଧ୍ୟରେ ଅଚଳାବସ୍ଥା ଲାଗି ରହିଥିଲା । ଉଭୟ ୬୦ମାସ ପାଳି ଧରି ମୁଖ୍ୟମନ୍ତ୍ରୀ ପଦବୀ ପାଇବେ ବୋଲି ପ୍ରତିଶ୍ରୁତି ପାଇଥିଲେ । ପରେ ଡିକେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିଲେ । ଆଉ ୩୦ ମାସ ସରିବା ପରେ ଡିକେଙ୍କ ସମର୍ଥକମାନେ ତାଙ୍କ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ଦାବି କରିବା ସ୍ବାଭାବିକ ।

karnatak

କନକ ବ୍ୟୁରୋ : କର୍ଣ୍ଣାଟକ ସରକାରର ନେତୃତ୍ବ ପରିବର୍ତ୍ତନ ନେଇ କଂଗ୍ରେସ ରାଜନୀତି ପୁଣିଥରେ ସରଗରମ ହୋଇଛି । ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସାକ୍ଷାତ ପରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥନରେ ବିଧାୟକମାନେ ତାଙ୍କ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଆଶାବାଦୀ ଅଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟର ଅର୍ଥମନ୍ତ୍ରୀ ହିସାବପରେ ପୁଣିଥରେ ବଜେଟ ଉପସ୍ଥାପନ କରିବାକୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । 

ବୁଲଡୋଜର ବୁଲିବା ପରେ ଚାଲିଛି ଜବରଦଖଲ ଉଛେଦ, ଜଗତସିଂହପୁରର କେନ୍ଦ୍ରାପଡ଼ା ଦେଇ ଭଦ୍ରକ ପର୍ଯ୍ୟନ୍ତ ଘର ଛାଡ଼ୁଛନ୍ତି ଜବରଦଖଲକାରୀ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଗୁରୁବାର ନିଜର କାର୍ଯ୍ୟକାଳର  ଅଢ଼େଇବର୍ଷ ପୂରଣ କରିଛନ୍ତି । ଆଉ ଗତକାଲି ରାତିରେ ହିଁ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥକ, ମନ୍ତ୍ରୀ ଓ ବିଧାୟକମାନେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ତାଙ୍କ ନେତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ସମ୍ପର୍କରେ ମନ ପକାଇଦେଇଛନ୍ତି । ଏଥରକ ଡିକେଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଜଣେ ଭଦ୍ର ବ୍ୟକ୍ତିର ଆଖ୍ୟା ଦେଇ ୨୦୨୩ ବିଧାନସଭା ନିର୍ବାଚନ ପରେ କରାଯାଇଥିବା ଅଲିଖିତ ରାଜିନାମାକୁ ସମ୍ମାନ ଦେବାକୁ ଅନୁରୋଧ କରିଛନ୍ତି ।

୨୦୨୩ ବିଧାନସଭା ନିର୍ବାଚନ ପରେ ନେତୃତ୍ବ ନେଇ ସିଦ୍ଦରମୈୟା ଓ ଡିକେଙ୍କ ମଧ୍ୟରେ ଅଚଳାବସ୍ଥା ଲାଗି ରହିଥିଲା । ଉଭୟ ୬୦ମାସ ପାଳି ଧରି ମୁଖ୍ୟମନ୍ତ୍ରୀ ପଦବୀ ପାଇବେ ବୋଲି ପ୍ରତିଶ୍ରୁତି ପାଇଥିଲେ । ପରେ ଡିକେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିଲେ । ଆଉ ୩୦ ମାସ ସରିବା ପରେ ଡିକେଙ୍କ ସମର୍ଥକମାନେ ତାଙ୍କ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ଦାବି କରିବା ସ୍ବାଭାବିକ । 

ବିନା ଟେଷ୍ଟରେ ଟଙ୍କା ଦେଲେ ମିଳିଯାଉଛି ଡ୍ରାଇଭିଂ ଲାଇସେନ୍ସ, ଫେକ୍ ଆଫିଡେବିଟର ନିଆଯାଉଛି ସାହାରା

ମାତ୍ର ସିଦ୍ଧରମୈୟା ନିଜର ଦଳିତ ଚେହେରା ଓ ବିଧାୟକ ଦଳ ମଧ୍ୟରେ ତାଙ୍କର ଅଧିକ ସମର୍ଥନର ଦ୍ବାହି ନେଇ ଏତେ ଶିଘ୍ର ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ରାଜି ନାହାନ୍ତି । ସେଥିପାଇଁ ମନ୍ତ୍ରୀମଣ୍ଡର ସଂପ୍ରସାରଣ କରିବାକୁ ସିଦ୍ଧରମୈୟା ହାଇକମାଣ୍ଡଙ୍କୁ ଚାପ ପକାଉଛନ୍ତି । ଏପରି ହେଲେ ତାଙ୍କର ମୁଖ୍ୟମନ୍ତ୍ରୀ ପଦ ବଜାୟ ରହିବ ବୋଲି ସେ ଭାବୁଛନ୍ତି । ଅନ୍ୟପଟେ ଡିକେଙ୍କ ସମର୍ଥକମାନେ ଏହାକୁ ମାନିବାକୁ ସ୍ଥିତିରେ ନାହାନ୍ତି । ଏପରି ସ୍ଥିତିରେ କର୍ଣ୍ଣାଟକ ଦଳୀୟ ସମସ୍ୟାର ସମାଧାନ ହାଇକମାଣ୍ଡଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe