କନକ ବ୍ୟୁରୋ : କର୍ଣ୍ଣାଟକ ସରକାରର ନେତୃତ୍ବ ପରିବର୍ତ୍ତନ ନେଇ କଂଗ୍ରେସ ରାଜନୀତି ପୁଣିଥରେ ସରଗରମ ହୋଇଛି । ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସାକ୍ଷାତ ପରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥନରେ ବିଧାୟକମାନେ ତାଙ୍କ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଆଶାବାଦୀ ଅଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟର ଅର୍ଥମନ୍ତ୍ରୀ ହିସାବପରେ ପୁଣିଥରେ ବଜେଟ ଉପସ୍ଥାପନ କରିବାକୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଗୁରୁବାର ନିଜର କାର୍ଯ୍ୟକାଳର ଅଢ଼େଇବର୍ଷ ପୂରଣ କରିଛନ୍ତି । ଆଉ ଗତକାଲି ରାତିରେ ହିଁ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥକ, ମନ୍ତ୍ରୀ ଓ ବିଧାୟକମାନେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ତାଙ୍କ ନେତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ସମ୍ପର୍କରେ ମନ ପକାଇଦେଇଛନ୍ତି । ଏଥରକ ଡିକେଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଜଣେ ଭଦ୍ର ବ୍ୟକ୍ତିର ଆଖ୍ୟା ଦେଇ ୨୦୨୩ ବିଧାନସଭା ନିର୍ବାଚନ ପରେ କରାଯାଇଥିବା ଅଲିଖିତ ରାଜିନାମାକୁ ସମ୍ମାନ ଦେବାକୁ ଅନୁରୋଧ କରିଛନ୍ତି ।
୨୦୨୩ ବିଧାନସଭା ନିର୍ବାଚନ ପରେ ନେତୃତ୍ବ ନେଇ ସିଦ୍ଦରମୈୟା ଓ ଡିକେଙ୍କ ମଧ୍ୟରେ ଅଚଳାବସ୍ଥା ଲାଗି ରହିଥିଲା । ଉଭୟ ୬୦ମାସ ପାଳି ଧରି ମୁଖ୍ୟମନ୍ତ୍ରୀ ପଦବୀ ପାଇବେ ବୋଲି ପ୍ରତିଶ୍ରୁତି ପାଇଥିଲେ । ପରେ ଡିକେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିଲେ । ଆଉ ୩୦ ମାସ ସରିବା ପରେ ଡିକେଙ୍କ ସମର୍ଥକମାନେ ତାଙ୍କ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ଦାବି କରିବା ସ୍ବାଭାବିକ ।
ବିନା ଟେଷ୍ଟରେ ଟଙ୍କା ଦେଲେ ମିଳିଯାଉଛି ଡ୍ରାଇଭିଂ ଲାଇସେନ୍ସ, ଫେକ୍ ଆଫିଡେବିଟର ନିଆଯାଉଛି ସାହାରା
ମାତ୍ର ସିଦ୍ଧରମୈୟା ନିଜର ଦଳିତ ଚେହେରା ଓ ବିଧାୟକ ଦଳ ମଧ୍ୟରେ ତାଙ୍କର ଅଧିକ ସମର୍ଥନର ଦ୍ବାହି ନେଇ ଏତେ ଶିଘ୍ର ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ରାଜି ନାହାନ୍ତି । ସେଥିପାଇଁ ମନ୍ତ୍ରୀମଣ୍ଡର ସଂପ୍ରସାରଣ କରିବାକୁ ସିଦ୍ଧରମୈୟା ହାଇକମାଣ୍ଡଙ୍କୁ ଚାପ ପକାଉଛନ୍ତି । ଏପରି ହେଲେ ତାଙ୍କର ମୁଖ୍ୟମନ୍ତ୍ରୀ ପଦ ବଜାୟ ରହିବ ବୋଲି ସେ ଭାବୁଛନ୍ତି । ଅନ୍ୟପଟେ ଡିକେଙ୍କ ସମର୍ଥକମାନେ ଏହାକୁ ମାନିବାକୁ ସ୍ଥିତିରେ ନାହାନ୍ତି । ଏପରି ସ୍ଥିତିରେ କର୍ଣ୍ଣାଟକ ଦଳୀୟ ସମସ୍ୟାର ସମାଧାନ ହାଇକମାଣ୍ଡଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/21/karnatak-2025-11-21-22-03-03.jpg)