କନକ ବ୍ୟୁରୋ:  ଛିଡା ହୋଇ ପାଣି ପିଇବା ଉଚିତ୍‌ କି ?   ସାଧାରଣତଃ ଆମେ ଜାଣିଛେ  ଯେ ଛିଡା ହୋଇ ପାଣି ପିଇବା ଉଚିତ୍‌ ନୁହେଁ ।  ବସିକରି ପାଣି ପିଇବା ଶରୀର ପାଇଁ ଉଚିତ୍‌ ।  କାରଣ ଠିଆ ହୋଇ ପାଣି ପିଇବା ଦ୍ବାରା  ଆଣ୍ଠୁଗଣ୍ଠି ଦରଜ ହୋଇଥାଏ ।  ତେଣୁ ବସିକି ପାଣି ପିଇବା ଉଚିତ୍‌ । ଏହା ଆମ ଘରର ବଡ଼ବଡୁଆ ମାନେ କହିଥାନ୍ତି । ଯାହାକୁ ଆମେ ମାନିଥାଉ ।  କିନ୍ତୁ  ଛିଡା ହୋଇ ପାଣି ପିଇଲେ ଆଣ୍ଠୁ ଖରାପ ହୁଏ କି ?  ଏନେଇ  କରୀନା କପୁରଙ୍କ ନ୍ୟୁଟ୍ରିସିନିଷ୍ଟ ରୁଜୁତା ଦିୱେକର କହିଲେ ପ୍ରକୃତ ସତ୍ୟ.. 
ଭାରତୀୟ ପରିବାରରେ ପିଲାଦିନରୁ ଆମକୁ ଅନେକ ନିୟମ ଶିଖାଯାଇଥାଏ, ଯାହା ମଧ୍ୟରୁ ଗୋଟିଏ ହେଲା- "କେବେବି ଛିଡା ହୋଇ ପାଣି ପିଇବ ନାହିଁ।" ଆମ ଘରର ବୟସ୍କ ବ୍ୟକ୍ତି, ବାପା-ମାଆ କିମ୍ବା ଜେଜେବାପା-ଜେଜେମାଆ ସର୍ବଦା ତାଗିଦ କରନ୍ତି ଯେ ଛିଡା ହୋଇ ପାଣି ପିଇଲେ ଆଣ୍ଠୁ ଖରାପ ହୋଇଯାଏ କିମ୍ବା ଭବିଷ୍ୟତରେ ଗଣ୍ଠି ବାତ (Arthritis) ସମସ୍ୟା ଦେଖାଦେଇପାରେ। କିନ୍ତୁ ଏହି କଥାରେ କେତେ ସତ୍ୟତା ଅଛି ? ଏହା କଣ ବାସ୍ତବରେ ବିଜ୍ଞାନସମ୍ମତ ନା କେବଳ ଏକ ଭ୍ରାନ୍ତ ଧାରଣା ? ଏହି ବିଷୟରେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନଙ୍କ ସେଲିବ୍ରିଟି ନ୍ୟୁଟ୍ରିସିନିଷ୍ଟ ରୁଜୁତା ଦିୱେକର ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି ।
 
ଲୋକମାନଙ୍କ ମଧ୍ୟରେ ଏହି ବିଶ୍ୱାସ ରହିଛି ଯେ, ଯେତେବେଳେ ଆମେ ଛିଡା ହୋଇ ପାଣି ପିଇଥାଉ, ସେତେବେଳେ ପାଣି ଦ୍ରୁତ ଗତିରେ ଶରୀର ଭିତରକୁ ଯାଏ ଏବଂ କିଡନୀ ଦ୍ୱାରା ଠିକ୍ ଭାବରେ ଫିଲ୍ଟର ନ ହୋଇ ସିଧାସଳଖ ଆଣ୍ଠୁ କିମ୍ବା ଗଣ୍ଠିରେ ଜମା ହୋଇଯାଏ। ଏହା ଫଳରେ ହାଡ଼ ଦୁର୍ବଳ ହେବା ସହ ଆଣ୍ଠୁ ଯନ୍ତ୍ରଣା ଆରମ୍ଭ ହୁଏ। କିନ୍ତୁ ଡାକ୍ତରୀ ବିଜ୍ଞାନ ଏବଂ ବିଶେଷଜ୍ଞମାନେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି।

Advertisment

ରୁଜୁତା ଦିୱେକର କ'ଣ କହୁଛନ୍ତି?
ରୁଜୁତା ଦିୱେକର, ଯିଏ କି ନିଜର ସରଳ ଏବଂ ପାରମ୍ପରିକ ଖାଦ୍ୟଶୈଳୀ ପରାମର୍ଶ ପାଇଁ ପ୍ରସିଦ୍ଧ, ସେ ଏହି "ଛିଡା ହୋଇ ପାଣି ପିଇବା" ତଥ୍ୟକୁ ଏକ 'ମିଥ୍' (Myth) ବା ଭ୍ରାନ୍ତ ଧାରଣା ବୋଲି କହିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ ସେ ସ୍ପଷ୍ଟ କରିଛନ୍ତି ଯେ, ଛିଡା ହୋଇ ପାଣି ପିଇବା ଦ୍ୱାରା ଆଣ୍ଠୁ ଖରାପ ହେବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ରୁଜୁତାଙ୍କ ଅନୁଯାୟୀ, ଆମ ଶରୀରର ଗଠନ ଏବଂ କାର୍ଯ୍ୟଶୈଳୀ ଏତେ ଦୁର୍ବଳ ନୁହେଁ ଯେ କେବଳ ଛିଡା ହୋଇ ପାଣି ପିଇଦେଲେ ତାହା ସିଧା ଆଣ୍ଠୁକୁ ଚାଲିଯିବ। ପାଣି ପିଇବା ପରେ ତାହା ଖାଦ୍ୟନଳୀ ଦେଇ ପାକସ୍ଥଳୀକୁ ଯାଏ, ସେଠାରୁ ଅନ୍ତନଳୀ ଏବଂ ପରେ ରକ୍ତରେ ମିଶି କିଡନୀ ପାଖକୁ ପହଞ୍ଚେ। ଆପଣ ଛିଡା ହୁଅନ୍ତୁ କି ବସନ୍ତୁ, ଶରୀରର ଏହି ଆଭ୍ୟନ୍ତରୀଣ ପ୍ରକ୍ରିୟା ସମାନ ରହିଥାଏ। ତେଣୁ ଛିଡା ହୋଇ ପାଣି ପିଇଲେ ଆଣ୍ଠୁ ଖରାପ ହୁଏ ବୋଲି ଭାବିବା ଭୁଲ୍ ।

 ଅଧିକ ପଢନ୍ତୁ: ଜିରା କରିବ ଜିରୋ ଫିଗର୍ : ଦେହ ପାଇଁ ଭାରି ଭଲ ଭଜା ଜିରା

ରୁଜୁତା କହିଛନ୍ତି ଯେ, ବସି ପାଣି ପିଇବା ନିଶ୍ଚିତ ଭାବରେ ଭଲ, କିନ୍ତୁ ଏହାର କାରଣ ଆଣ୍ଠୁ ରୋଗ ନୁହେଁ ।

 ଶାନ୍ତି ଏବଂ ଆରାମ: ବସି ପାଣି ପିଇବା ଦ୍ୱାରା ଆମେ ଧୀରେ ଧୀରେ ଏବଂ ଆରାମରେ ପାଣି ପିଇଥାଉ। ଏହାଦ୍ୱାରା ଶରୀରର ସ୍ନାୟୁ ଗୁଡିକ ଶାନ୍ତ ରୁହେ ଏବଂ ହଜମ ପ୍ରକ୍ରିୟା ଭଲ ହୁଏ ।

ଶୋଷ ମେଣ୍ଟିବା: ଯେତେବେଳେ ଆମେ ତରବରିଆ ଭାବେ ଛିଡା ହୋଇ ପାଣି ପିଇଥାଉ, ଆମେ ପ୍ରାୟତଃ ଢକ ଢକ କରି ପିଇଦେଉ, ଯାହା ଫଳରେ ଶୋଷ ମେଣ୍ଟେ ନାହିଁ । ବସି ପିଇଲେ ଆମେ ଚୁମୁକ ଦେଇ ପିଉ, ଯାହା ଶରୀର ପାଇଁ ଅଧିକ ଲାଭଦାୟକ।
 ବ୍ଲୋଟିଂ  : ଦ୍ରୁତ ଗତିରେ ଛିଡା ହୋଇ ପାଣି ପିଇଲେ ପାଣି ସହ ଅଧିକ ପବନ ପେଟ ଭିତରକୁ ଯାଏ, ଯାହାଦ୍ୱାରା ଗ୍ୟାସ ବା ପେଟ ଫୁଲିବା ସମସ୍ୟା ଦେଖାଦେଇପାରେ । 
କରୀନାଙ୍କ ନ୍ୟୁଟ୍ରିସିନିଷ୍ଟଙ୍କ କହିବା କଥା ହେଲା, ଲୋକମାନେ ଛିଡା ହେବା କି ବସିବା ଚିନ୍ତାରେ ପଡି ପାଣି ପିଇବା କମାଇ ଦିଅନ୍ତି, ଯାହା ଅଧିକ କ୍ଷତିକାରକ ।
 

ଯେତେବେଳେ ଶୋଷ ଲାଗୁଛି ପାଣି ପିଅନ୍ତୁ। ଭୟ କରନ୍ତୁ ନାହିଁ: ଯଦି ଆପଣ କୌଣସି ସ୍ଥାନରେ ଅଛନ୍ତି ଯେଉଁଠି ବସିବା ସମ୍ଭବ ନୁହେଁ, ତେବେ ନିର୍ଭୟରେ ଛିଡା ହୋଇ ପାଣି ପିଅନ୍ତୁ । ଏହା ଆପଣଙ୍କ ଆଣ୍ଠୁ ନଷ୍ଟ କରିବ ନାହିଁ । ଧୀରେ ପିଅନ୍ତୁ: ଛିଡା ହୁଅନ୍ତୁ କି ବସନ୍ତୁ, ପାଣିକୁ ସର୍ବଦା ଧୀରେ ଧୀରେ ପିଇବା ଉଚିତ୍ ।