କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ଘର ଘରର ସମସ୍ୟା କହିଲେ ମେଦବହୁଳତା ନହେଲେ ଚୁଟି ଝଡ଼ିବା । କିଏ ପତଳା ଥିଲେ ତାଙ୍କୁ ପଚରାଯାଉଛି ଯେ କ’ଣ ଖାଉଛ ଯେ ଏତେ ପତଳା ଅଛ । ନହେଲେ ଚୁଟି ଲମ୍ବା ଥିଲେ ପ୍ରଶ୍ନ ଆସେ ଆରେ ବାଃ ତୁମ ଚୁଟି ତ ବହୁତ ଲମ୍ବା କେଉଁ ତେଲ ଲଗାଉଛ ଇତ୍ୟାଦି , ଇତ୍ୟାଦି । ଏହାର ଅର୍ଥ ସବୁ ସମସ୍ୟାର ସମାଧାନ ଘରେ ହିଁ ଅଛି କିନ୍ତୁ ଆମେ ବୋଧହୁଏ ଅଳସୁଆମି କାରଣରୁ ଏହାକୁ ବ୍ୟବହାର କରିବା ପାଇଁ ପଛଘୁଞ୍ଚା ଦେଉ । କିନ୍ତୁ ରୋଷେଇ ଘରର କିଛି ଗୋଟାମସଲା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ମହୌଷଧୀ ଭଳି କାମ କରେ । ଯେଉଁଥିରୁ ଜିରା ହେଉଛି ଗୋଟିଏ । ଡାଲି-ତରକାରୀରେ ସ୍ବାଦ ବଢ଼ାଇବାଠାରୁ ଆରମ୍ଭ ହେଉ କି ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇବାକୁ ନେଇ ଜିରା ସବୁଠୁ ଆଗରେ ଥାଏ । 

Advertisment
jeera
jeera Photograph: (Google)

ଜିରାରେ ଜିଙ୍କ୍ , ଆଇରନ୍ , କପର୍ , କାର୍ବସ ଏବଂ ଭିଟାମିନ୍ ସି ଭଳି ଅନେକ ପୋଷକ ତତ୍ତ୍ବ ମିଳିଥାଏ ଯାହା ଶରୀର ପାଇଁ ଲାଭକାରୀ । ଯଦି ପ୍ରତିଦିନ ଗୋଟିଏ ଚାମଚ ଭଜା ଜିରା ଖାଇବେ ତା’ହେଲେ ଏହା ଆପଣଙ୍କ ପାଇଁ ବରଦାନ ସଦୃଶ ହେ    ବ । ଭଜା ଜିରାକୁ ପାଚନ କ୍ରିୟା ପାଇଁ ବେଷ୍ଟ୍ ବୋଲି କହୁଯାଏ । ଏଥିରେ ଥିବା ତେଲ ଏବଂ ଫାଇବର ପାଚନ ଏନଜାଇମ୍ସର ଉତ୍ପାଦନକୁ ବୃଦ୍ଧି କରେ, ଯାହାଦ୍ୱାରା ଖାଦ୍ୟ ଖୁବଶୀଘ୍ର ହଜମ ହୁଏ । ଏହା କୋଷ୍ଠକାଠିନ୍ୟ, ଏସିଡିଟି, ଗ୍ୟାସ ଏବଂ ପେଟ ଫୁଲିବା ପରି ସାଧାରଣ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରେ । ଯଦି ଆପଣ ନିଜ ବର୍ଦ୍ଧିତ ଓଜନକୁ ନେଇ ଚିନ୍ତାରେ ଅଛନ୍ତି ତେବେ ନିଜ ଡାଏଟରେ ଭଜା ଜିରା ସାମିଲ କରିବା ଏକ ଭଲ ବିକଳ୍ପ ହୋଇପାରେ । ଜିରା ମେଟାବଲିଜିମ୍ ବଢ଼ାଇ କ୍ୟାଲୋରୀ ବର୍ନ କରିବାରେ ସାହାଯ୍ୟ କରେ । ଏହା ସହିତ, ଏହା ଭୋକକୁ କମାଇବାରେ ମଧ୍ୟ ସାହାଯ୍ୟକାରୀ ହୁଏ, ଯାହାଦ୍ୱାରା ଆପଣ ଅତ୍ୟଧିକ ଖାଇବାରୁ ବଞ୍ଚିପାରିବେ । ଜିରାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିମାଇକ୍ରୋବିଆଲ୍ ଗୁଣ ଭରପୂର ମାତ୍ରାରେ ମିଳିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ । ନିୟମିତ ଭାବରେ ଜିରା ଖାଇବା ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ସଂକ୍ରମଣରୁ ମଧ୍ୟ ରକ୍ଷା ପାଇପାରିବେ ।

jeera
jeera Photograph: (Google)

ଡାଇବେଟିସ୍ ରୋଗୀଙ୍କ ପାଇଁ ଭଜା ଜିରା ବହୁତ ଭଲ । ଏହା ରକ୍ତ ଶର୍କରାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଜିରାରେ ଥିବା କିଛି ତତ୍ତ୍ୱ ଇନସୁଲିନ୍ ସେନସିଟିଭିଟିକୁ ବଢ଼ାଏ, ଯାହାଦ୍ୱାରା ଶରୀର ଗ୍ଲୁକୋଜକୁ ଉନ୍ନତ ଉପାୟରେ ବ୍ୟବହାର କରିପାରେ । ଭଜା ଜିରା ହୃଦୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ଏହା ରକ୍ତଚାପ କମାଇବା ଏବଂ କୋଲେଷ୍ଟ୍ରଲର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଯାହାଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗର ବିପଦ କମ୍ ହୋଇଯାଏ । ଜିରା କେବଳ ଭିତରୁ ନୁହେଁ ବାହାରୁ ମଧ୍ୟ ଆପଣଙ୍କ ତ୍ୱଚା ଏବଂ କେଶର ଯତ୍ନ ନିଏ । ଏହା ବ୍ରଣ, ଦାଗ-ଧଳା ଦାଗ ଏବଂ ତ୍ୱଚାର ଅନ୍ୟାନ୍ୟ ସମସ୍ୟାକୁ କମାଇବାରେ ସାହାଯ୍ୟ କରେ । ଏହା ସହିତ କେଶକୁ ମଜବୁତ ଏବଂ ଚମକଦାର କରିବାରେ ମଧ୍ୟ ସାହାଯ୍ୟକାରୀ ହୁଏ ।

ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଚାମଚ ଭଜା ଜିରା ପାଣି ସହିତ ସେବନ କରିପାରିବେ । ଏହାକୁ ଦହି, ସାଲାଡ୍ କିମ୍ବା କୌଣସି ଖାଦ୍ୟ ସାମଗ୍ରୀରେ ମିଶାଇ ମଧ୍ୟ ଖାଇପାରିବେ । ଭଜା ଜିରାର ପାଉଡର ତିଆରି କରି ମଧ୍ୟ ଖାଇପାରିବେ । ତେବେ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ଭଜା ଜିରା ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ଏହା ବ୍ୟତୀତ ଯେଉଁମାନଙ୍କୁ ଜିରାରୁ ଆଲର୍ଜି ଅଛି ସେମାନେ ମଧ୍ୟ ଏହାର ସେବନ କରିବା ଉଚିତ ନୁହେଁ ।