କନକ ବ୍ୟୁରୋ : ଇରାନର ସୁପ୍ରିମ୍ ଲିଡର ଆୟାତୁଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ପାକିସ୍ତାନର କରାଚୀରେ ଯେମିତି ପ୍ରତିବାଦକାରୀ ଆକ୍ରୋଶରେ ଆସି ଯାଇଥିଲେ । ସାଧାରଣ ନାଗରିକ ଚାରିଆଡ଼େ ଭଙ୍ଗାରୁଜା କରିବା ଆରମ୍ଭ କରିଦେଇଥିଲେ । ଯାହାର ଜବାବ୍ ଆମେରିକା ପୁଲିସ ଗୁଳି ଚଳାଇ ଦେଇଦେଲା । ଆଉ ଏହାର ସୂଚନା ପାକିସ୍ତାନର ସିନ୍ଧ ସରକାରଙ୍କ ଜଣେ ମୁଖପାତ୍ର ଦେଇଛନ୍ତି । ଏହି ଗୁଳିକାଣ୍ଡ ଭିତରେ ଅତି କମରେ ୨୨ ଜଣ ପାକିସ୍ତାନୀ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାର ଏହାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ କେନ୍ଦ୍ରର ଶାହବାଜ ସରିଫ ସରକାର ଏହାକୁ ନେଇ ନୀରବ ରହିଛନ୍ତି । କୁହାଯାଉଛି ଯେ ପାକିସ୍ତାନ ସରକାର ଏ ବିଷୟରେ ପାଟି ଖୋଲି ଆମେରିକାର ଶତ୍ରୁ ହେବାକୁ ଚାହୁନାହାନ୍ତି । ପାକିସ୍ତାନର ସିନ୍ଧ ସରକାରଙ୍କ ମୁଖପାତ୍ର ସୁଖଦେବ ହେମନାନି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି, "କରାଚିରେ ଆମେରିକୀୟ କନସୁଲେଟ୍ ନିକଟରେ କିଛି ଲୋକ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଆମେରିକୀୟ ମେରାଇନ୍ ଗାର୍ଡ କର୍ମଚାରୀମାନେ ଗୁଳି ଚଳାଇଥିଲେ ଯେଉଁଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅତି କମରେ ୩୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ୍ ନକଭିଙ୍କ ଅନୁଯାୟୀ, ପାକିସ୍ତାନୀ ନାଗରିକମାନେ ହିଁ ଦୋଷୀ ଥିଲେ।"

Advertisment

ଆଗକୁ ପଢ଼ନ୍ତୁ : ପାକ୍ ଏୟାରବେସ୍ ଉପରେ ଶନିଦଶା ! ତାଲିବାନ କଲା ଆକ୍ରମଣ,ଫୁଟାଣି ମାରି ପାକ୍ କହୁଛି ‘ଆମର କିଛି ହୋଇନି’

ପାକ୍ ର ବ୍ରିଫ୍ ପତ୍ରିକା ଏହା ଉପରେ ଏକ ରିପୋର୍ଟ ପ୍ରକାଶ କରି କହିଛି ଯେ ଆମେରିକାର ମାରିନ୍ ଗାର୍ଡ ସୈନିକମାନେ ପ୍ରତିବାଦକାରୀଙ୍କ ଛାତି ଏବଂ ମୁହଁରେ ଗୁଳି ଚଳାଇଥିଲେ। ୨୦୧୧ ପରଠାରୁ ଏହା ପ୍ରଥମ ଥର ଯେ ଆମେରିକୀୟ ସେନା ପାକିସ୍ତାନୀମାନଙ୍କ ଉପରେ ଗୁଳି ଚଳାଇଛନ୍ତି। ଏହି ବିଷୟରେ ଆମେରିକୀୟ ଦୂତାବାସ କୌଣସି ସରକାରୀ ବିବୃତ୍ତି ଜାରି କରିନଥିବା ବେଳେ ଭିସା ସେବାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ବିବୃତ୍ତିରେ ମଧ୍ୟ ଆମେରିକୀୟ ସୈନ୍ୟଙ୍କ ସମ୍ପର୍କରେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ । କରାଚୀ ବନ୍ଦର ସହର ଏବଂ ଆମେରିକା ସେଠାରେ କନସୁଲେଟ୍ ସୁରକ୍ଷା ପାଇଁ ମାରିନ୍ ଗାର୍ଡମାନଙ୍କୁ ନିୟୋଜିତ କରିଛି । ଏହି ଗାର୍ଡମାନେ ସମ୍ବେଦନଶୀଳ ଡକ୍ୟୁମେଣ୍ଟ ଏବଂ ଅଧିକାରୀଙ୍କ ସୁରକ୍ଷା ପାଇଁ ଦାୟୀ।

ପାକିସ୍ତାନରେ ସିଆ ସମ୍ପ୍ରଦାୟର ଜନସଂଖ୍ୟା ୩୭ ନିୟୁତ, ଯାହା ମୋଟ ଜନସଂଖ୍ୟାର ପ୍ରାୟ ୧୫ ପ୍ରତିଶତ । ପାକିସ୍ତାନର ମୋଟ ଜନସଂଖ୍ୟା ୨୪ କୋଟି। ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଖାମନେଇଙ୍କ ହତ୍ୟା ଉପରେ ଶୋକ ପ୍ରକାଶ କରିଛନ୍ତି କିନ୍ତୁ ସେ ଆମେରିକା ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି । ଇରାନ ପାକିସ୍ତାନର ପଡ଼ୋଶୀ। ଉଭୟ ୯୦୯ କିଲୋମିଟର ସୀମା ଅଂଶୀଦାର। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଅଧିକାଂଶ ଇରାନ ସହିତ ସୀମାବଦ୍ଧ ।