ତଳିତଳାନ୍ତ ହୋଇଯିବ ପାକିସ୍ତାନ କ୍ରିକେଟ୍: କପିଳ ଦେବ

Advertisment

୧୯୮୩ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ଅଧିନାୟକ କହିଛନ୍ତି, "ଏହି ବର୍ଜନ ନିଷ୍ପତ୍ତି କିଏ ନେଇଛନ୍ତି ? ଯଦି ଖେଳାଳିମାନେ ନେଇଛନ୍ତି ତେବେ ସେମାନେ ଆଗକୁ ଆସି କହିବା ଉଚିତ୍ । କିନ୍ତୁ ବୋର୍ଡ କହିବ ଯେ ଖେଳାଳିମାନେ ଖେଳିବେ ନାହିଁ ତେବେ ଦେଶର ସମ୍ମାନ ପ୍ରଭାବିତ ହେବ । "

୧୯୮୩ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ଅଧିନାୟକ କହିଛନ୍ତି, "ଏହି ବର୍ଜନ ନିଷ୍ପତ୍ତି କିଏ ନେଇଛନ୍ତି ? ଯଦି ଖେଳାଳିମାନେ ନେଇଛନ୍ତି ତେବେ ସେମାନେ ଆଗକୁ ଆସି କହିବା ଉଚିତ୍ । କିନ୍ତୁ ବୋର୍ଡ କହିବ ଯେ ଖେଳାଳିମାନେ ଖେଳିବେ ନାହିଁ ତେବେ ଦେଶର ସମ୍ମାନ ପ୍ରଭାବିତ ହେବ । "

kapil-dev-pakistan

କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଧମକ ଦେଇଥିବାରୁ ପାକିସ୍ତାନକୁ ସମାଲୋଚନା କରିଛନ୍ତି ଭାରତର ମହାନ ଅଲରାଉଣ୍ଡର୍‌ କପିଳ ଦେବ । ସେ କହିଛନ୍ତି ଯେ ଏପରି ପଦକ୍ଷେପ ପାକିସ୍ତାନ କ୍ରିକେଟ୍‌କୁ ତଳିତଳାନ୍ତ କରିଦେବ, କେହି ସେମାନଙ୍କୁ ମନେ ପକାଇବେ ନାହିଁ ।

୧୯୮୩ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ଅଧିନାୟକ କହିଛନ୍ତି, "ଏହି ବର୍ଜନ ନିଷ୍ପତ୍ତି କିଏ ନେଇଛନ୍ତି ? ଯଦି ଖେଳାଳିମାନେ ନେଇଛନ୍ତି ତେବେ ସେମାନେ ଆଗକୁ ଆସି କହିବା ଉଚିତ୍ । କିନ୍ତୁ ବୋର୍ଡ କହିବ ଯେ ଖେଳାଳିମାନେ ଖେଳିବେ ନାହିଁ ତେବେ ଦେଶର ସମ୍ମାନ ପ୍ରଭାବିତ ହେବ । ଏହା ପାକିସ୍ତାନ (କ୍ରିକେଟ୍) ପାଇଁ ଭଲ ହେବନି । ତୁମେମାନେ ଗୋଟିଏ ପିଢିକୁ ନଷ୍ଟ କରିଦେଉଛ । ପାକିସ୍ତାନ କ୍ରିକେଟ୍‌କୁ ଅନେକ ମହାନ ଖେଳାଳି ଦେଇଛି । କିନ୍ତୁ ଯଦି ପିଲାମାନଙ୍କୁ ଖେଳିବାକୁ ଦିଆନଯିବ, ତେବେ ଗୋଟିଏ ପିଢିକୁ ନଷ୍ଟ କରାଯାଉଛି ଓ ଖେଳକୁ ନଷ୍ଟ କରାଯାଉଛି । ତୁମେ ନିଜ ଖେଳାଳିଙ୍କ ପ୍ରତି ଅନ୍ୟାୟ କରୁଛ ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସରଗରମ ଚର୍ଚ୍ଚା ଥମିବା ପରେ ପ୍ରସଂଶକମାନେ ଚାଲିଯିବେ, ଭାବାବେଗ ପ୍ରଭାବିତ ହେବ । ପରେ ଲୋକମାନେ ଏସବୁ କଥା ଭୁଲିଯିବେ, ପାକିସ୍ତାନକୁ କେହି ମନେ ପକାଇବେ ନାହିଁ ଓ ଆଗକୁ ବଢିଯିବେ । 

ଏହା ବି ପଢ଼ନ୍ତୁ: ପିସିବିକୁ କାଠଗଡ଼ାକୁ ଟାଣିବେ ପ୍ରସାରଣକାରୀ ସଂସ୍ଥା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe